କୁନ୍ଦୁଲି ପୀଡିତାଙ୍କ ବୟାନ ରେକର୍ଡ ପାଇଁ ପହଞ୍ଚତ୍ଲେ ୨ଜଣିଆ ଟିମ୍‌


କୋରାପୁଟ,୫ା୧୧(ସ୍ବ.ପ୍ର./ଡି.ଏନ.ଏ.)- କୁନ୍ଦୁଲି ଗଣ ବଳାତ୍କାର ଘଟଣାକୁ ୨୫ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇନାହିଁ। ଏବେ ମଧ୍ୟ ଏହି ଘଟଣା ରହସ୍ୟ ହୋଇ ରହିଛି। ତେବେ ରବିବାର ଏହି ଘଟଣାରେ ପୀଡିତାଙ୍କ ବୟାନ ରେକର୍ଡ ପାଇଁ ଭୁବେନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ୱ ବିଭାଗର ପ୍ରଫେସର ନମିତା ମହାନ୍ତି ଏବଂ ୟୁନିସେଫର ରାଜ୍ୟ ପରାମର୍ଶଦାତା ମଧୁସ୍ମିତା ଦାସ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶୀ ଦାସଙ୍କ ସହ କୋରାପୁଟରେ ପହଞ୍ଚତ୍ ପୀଡିତା ରହୁଥିବା ଶିଶୁ ଯତ୍ନ ଅନୁଷ୍ଠାନ (ସିସିଆଇ)କୁ ଯାଇଥିଲେ। ସେଠାରେ ପିଡିତାଙ୍କୁ ଭେଟି ତାଙ୍କ ଶାରୀରିକ ଓ ମାନସିକ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ତାଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ସେଠାରୁ ଫେରି ଅପରାହ୍ନରେ ସ୍ଥାନୀୟ ସର୍କିଟ ହାଉସଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏସମ୍ପର୍କରେ ସୂଚନା ଦେଇ ତାଙ୍କ ମାନସିକ ସ୍ଥିତି ଠିକ୍‌ ଥିବା କହିଥିଲେ। ବର୍ତ୍ତମାନ ପୀଡିତାଙ୍କୁ ଆବଶ୍ୟକୀୟ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥା ପ୍ରଦାନ କରାଯାଇଛି। ପୋଲିସ ପକ୍ଷରୁ ବାହାର ଲୋକ ତାଙ୍କୁ ଦେଖା କରିବା ନେଇ କଟକଣା ରଖାଯାଇଥିବାରୁ ପୀଡିତା ଏବେ ଭଲ ଥିବା କହିଥିଲେ । ଅନ୍ୟପକ୍ଷରେ ପୀଡିତା ନିଜ ଜେଜେମାଙ୍କୁ ଭେଟିବାକୁ ଚାହୁଁଥିବାରୁ ସେ ବ୍ୟବସ୍ଥା କରାଯିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ଦାସ କହିଛନ୍ତି। ସୋମବାର ମଧ୍ୟ ଏହି ଟିମ୍‌ ଘଟଣାର ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରିବେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri