୩ ଦଫା ଦାବି ନେଇ ସ୍ବାଭିମାନୀ ମଞ୍ଚର ମୌନ ଧାରଣା


ଜୟପୁର,୫।୧୧(ନି.ପ୍ର.)- ରବିବାର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଜୟପୁର ସ୍ବାଭିମାନୀ ମଞ୍ଚ ତରଫରୁ ମୌନ ଧାରଣା ଦିଆଯାଇଛି। ରାଜ୍ୟ ସରକାର ଜୟପୁରରେ ଥିବା ଏୟାରଷ୍ଟ୍ରିପ ସମ୍ପ୍ରସାରଣ କରିବା, ସାଇନ୍ସ ପାର୍କ ଓ କେନ୍ଦ୍ରୀୟ ବିଦ୍ୟାଳୟ ତୁରନ୍ତ ପ୍ରତିଷ୍ଠା ଆଦି ୩ ଦଫା ଦାବି ନେଇ ମୌନ ଧରଣା ଦେଇଛି । ମଞ୍ଚ ଅଭିଯୋଗ କରିଛି ଯେ ଜୟପୁରରେ ଏୟାରଷ୍ଟ୍ରିପ ୧୯୬୨ ମସିହାରେ ବିଜୁପଟ୍ଟନାୟକ ଆରମ୍ଭ କରିଥିବା ବେଳେ ଏମଧ୍ୟରେ ଦୀର୍ଘ ୫୫ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ସମ୍ପ୍ରସାରଣ କାର୍ଯ୍ୟ ଧିର ଗତିରେ ଚାଲିଛି ା ଜୟପୁର ଓଡିଶାର ସର୍ବବୃହତ ବାଣିଜ୍ୟ କେନ୍ଦ୍ର ମଧ୍ୟରୁ ଅନ୍ୟତମ । ଏହାର ଲୋକ ସଂଖ୍ୟା ପାଖା ପାଖି ୨ଲକ୍ଷ ହେବ ା କିନ୍ତୁ ସରକାର ସବୁ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଛନ୍ତି । ଏଠାରେ ସାଇନ୍ସ ପାର୍କ କରିବା ନିମନ୍ତେ ସରକାର ଘୋଷଣା କରିଥିଲେ ା ବର୍ତ୍ତମାନ ରାଜ୍ୟ ସରକାର ଜିଲା ମୁଖ୍ୟାଳୟରେ ସାଇନ୍ସ ପାର୍କ କରିବା ନେଇ ନିଷ୍ପତ୍ତି ନେଇଥିବାରୁ ଏହା ମଧ୍ୟ ଏଠାରେ ହେବା ଆଶଙ୍କା ରହିଛି। ତେଣୁ ରାଜ୍ୟ ସରକାର ତୁରନ୍ତ ଜୟପୁରରେ ସାଇନ୍ସ ପାର୍କ କରାନ୍ତୁ । ଓଡିଶାର ୨୦ରୁ ୨୫ ହଜାର ଲୋକସଂଖ୍ୟା ବିଶିଷ୍ଟ ଛୋଟ ଛୋଟ ସହରରେ କେନ୍ଦ୍ରୀୟ ବିଦ୍ୟାଳୟ ଥିବା ବେଳେ ୨ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ଜୟପୁର ସହରରେ କେନ୍ଦ୍ରୀୟ ବିଦ୍ୟାଳୟ ନାହିଁ । ଏହି ସହରରେ ଉନ୍ନତ ମାନର ସରକାରୀ ବିଦ୍ୟାଳୟ ନାହିଁ । ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଆବଶ୍ୟକତା ଥିବା ବେଳେ ଜିଲା ପ୍ରଶାସନ ମଧ୍ୟ ଉଦାସୀନ ରହୁଛି। ଏହି ଧାରଣାକୁ ସମର୍ଥନ ଜଣାଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଧାରଣା ରେ ବସିଥିବା ବେଳେ ମଞ୍ଚ ତରଫରୁ ଗଙ୍ଗାଧର ନନ୍ଦ, କିରଣ କୁମାର ମିଶ୍ର, ମୀନ କେତନ ଦାସ, ଗୋପୀନାଥ ପାମିଗ୍ରାହୀ, ଜି.ମହେଶ, ଦିଗାମ୍ବର ଗମାଙ୍ଗ, ସୁବାସ ଚନ୍ଦ୍ର ଗୌଡ ଏବଂ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri