୧୦ରେ ଖୋଲିବ ଧାନମଣ୍ଡି


ମାଲକାନଗିର,୪।୧୧(ଡି.ଏନ.ଏ)ମାଲକାନଗିରି ଡିଆରଡିଏ ସଭା ଗୃହରେ ଶନିବାର ଜିଲାସ୍ତରୀୟ ଧାନ କ୍ରୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାଲକାନଗିରି ବିଧାୟକ ମାନସ ମାଡ଼କାମି, ଚିତ୍ରକୋଣ୍ଡା ବିଧାୟକ ଡମ୍ବୁରୁ ଶିଶା, ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ପରାଗ ହର୍ଷଦ ଗୱାଲୀ ଓ ଉପ ଜିଲାପାଳ ଲିଙ୍ଗରାଜ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ବର୍ଷ ଜିଲାରେ ୬୦ଟି ଧାନ ମଣ୍ଡି ଖୋଲିବା ସହ ନଭେମ୍ବର ୧୦ ତାରିଖରୁ ଶୁଭାରମ୍ଭ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିସହ ମଣ୍ଡି ଗୁଡ଼ିକରେ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଚାଷୀମାନଙ୍କୁ କୌଣସି ପରିସ୍ଥିତିରେ ନିରୁସତ୍।ହ ନକରିବା ପାଇଁ ଅଧିକ ଯତ୍ନବାନ ହେବାକୁ ବିଭାଗୀୟ ଅଧୀକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଧାନକ୍ରୟ କାର୍ଯ୍ୟକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବା ପାଇଁ ନଭେମ୍ବର ୬ ତାରିଖରେ ଅଧୀକାରୀମାନଙ୍କୁ ତାଲିମ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଅଗ୍ରୀମ ଟୋକନ ପ୍ରଦାନ କରିବା, ଧାନର ମାନ ନିର୍ଦ୍ଧାରଣ କରିବା, ଭେଣ୍ଡର ରସିଦ ଦେବା ପ୍ରଭୃତି କାର୍ଯ୍ୟରେ ଚାଷୀ ଯେଭଳି ହଇରାଣ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିଲା । ଏଥିସହ ସଫ୍ଟୱେର ଅଫଲୋଡ କରିବା, ସମସ୍ତ ଧାନ କ୍ରୟ କରୁଥିବା ସଂସ୍ଥାକୁ ଲାପଟପ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଚାଷୀମାନଙ୍କୁ ମିଲର୍ସମାନେ ଆଗୁଆ ଭାବେ ବ୍ୟାଗ ଯୋଗାଇଦେବା ନିୟମ ରହିଥିବା ବୈଠକରେ ଆଲୋଚନା କରାଯାଇଥିଲା । ଜିଲା ଯୋଗାଣ ବିଭାଗ ପକ୍ଷରୁ ମଣ୍ଡି ସମ୍ପର୍କରେ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇ ସେଥିରେ କେଉଁ ମଣ୍ଡି କେତେ ତାରିଖରେ ଖୋଲାଯିବ ଦର୍ଶାଯିବ। ଏହାକୁ ମୁଦ୍ରଣ କରି ଚାଷୀମାନଙ୍କ ଅବଗତ ନିମନ୍ତେ ଜିଲା ସାରା ବାଣ୍ଟିବାକୁ ଉପ ଜିଲାପାଳ ପଣ୍ଡାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଆପାତତଃ ମଣ୍ଡିଗୁଡ଼ିକ ନଭେମ୍ବର ୧୦ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ ବୋଲି ଜଣାପଡ଼ିଛି ା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ଯୋଗାଣ ଅଧିକାରୀ ଅଭିମନ୍ୟୁ ମହାନ୍ତି, ଜିଲା ସମବାୟ ସମୂହ ନିବନ୍ଧକ ବ୍ରଜବନ୍ଧୁ ସାହୁ, ଜିଲା କୃଷି ଉପ ନିର୍ଦ୍ଦେଶକ ପ୍ରଦୀପ କୁମାର ଦେଙ୍କ ସମେତ ସମସ୍ତ ମିଲର୍ସ, ଲ୍ୟାମ୍ପସର ନିର୍ଦ୍ଦେଶକ, ଯୋଗାଣ ବିଭାଗ କର୍ମଚାରୀ, ଭାରତୀୟ ଖାଦ୍ୟ ନିଗମର ପ୍ରତିନିଧି ଯୋଗ ଦେଇଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri