ହଷ୍ଟେଲ ଛାଡିଲେ ୧୧୦ ଅନ୍ତେବାସୀ


ମାଲକାନଗିରି, ୪।୧୧ (ସ୍ବ.ପ୍ର.)-ମାଲକାନଗିରି ଜିଲା ସଦର ବ୍ଲକ ମାଟାପାକା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟାନନ୍ଦ ବେହେରାଙ୍କ ଅନ୍ୟତ୍ର ବଦଳି ଘଟଣାକୁ ବିରୋଧ କରି ଶନିବାର ୧୧୦ ଛାତ୍ର ହଷ୍ଟେଲ ଛାଡି ଘରକୁ ପଳାଇ ଯାଇଛନ୍ତି । ଏ ନେଇ ଗତ ୨୩ ତାରିଖରେ ଛାତ୍ର ଓ ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ପାଇଁ ଅଡି ବସିଥିଲେ । ଖବରପାଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ କୋରକୋଣ୍ଡା ବିଇଓ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଭାଭକ ଏବଂ ଛାତ୍ରମାନଙ୍କୁ ବୁଝାଇଥିଲେ । କହିଥିଲେ ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ନେବି । ହେଲେ ମଧ୍ୟ ବିଦ୍ୟାଳୟ ତାଲା ଖୋଲି ନଥିଲେ । ଶନିବାର ପର୍ଯ୍ୟନ୍ତ ବିଦ୍ୟାଳୟ ତାଲା ପକାଇ ରଖିଥିଲେ । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯିବାରୁ ଶନିବାର ହଷ୍ଟେଲରେ ଥିବା ୧୧୦ ଛାତ୍ର୍ର ହଷ୍ଟେଲ ଛାଡି ଘରକୁ ପଳାଇଛନ୍ତି । ବିଦ୍ୟାଳୟରେ ଏତେ ଦିନ ଧରି ଶିକ୍ଷାଦାନ ବନ୍ଦ ଥିବାବେଳେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଛାତ୍ରମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ବନ୍ଧରେ ଜିଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି ଯେ, ଏହାର ତଦନ୍ତ କରି ମୁଁ ଜିଲାପାଳଙ୍କୁ ରିପୋର୍ଟ ଦେଇଛି । ଅପରପକ୍ଷେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସଙ୍ଗେ ସଙ୍ଗେ ଜିଲା ମଙ୍ଗଳ ଅଧିକାରୀଙ୍କୁ ଛାତ୍ରମାନଙ୍କୁ ହଷ୍ଟେଲକୁ ଫେରାଇ ଆଣିବାକୁ ଘଟଣାସ୍ଥଳକୁ ପଠାଇଛନ୍ତି । ଏଥିସହ ଜିଲାପାଳ କହିଛନ୍ତି ଏହାର ତୁରନ୍ତ ସମାଧାନ କରାଯାଇ ବିଦ୍ୟାଳୟ ଚାଲୁ କରାଯିବ । ଅଭିଭାବକ ଏବଂ ଛାତ୍ରଙ୍କ ସହ ଏସଏସସି କମିଟି ମଧ୍ୟ ବଦଳି ବାତିଲ ପାଇଁ ତାଲା ପକାଇଛନ୍ତି । ଅନ୍ୟପକ୍ଷରେ ପିଏଆଇଟିଡିଏ ରାମକୃଷ୍ଣ ଗଣ୍ଡ କହିଛନ୍ତି , ଅଭିଭାବକଙ୍କ ସହ ଆଲୋଚନା କରିଛି ରବିବାର ସ୍ବଭାବିକ ହୋଇଯାଇପାରେ। ଘଟଣାରେ ମାଲକାନଗିରି ବିଧାୟକ ମାନସ ମାଡକାମୀ ମଧ୍ୟ ଜିଲାପାଳଙ୍କୁ ଶୀଘ୍ର ସମାଧାନ କରିବାକୁ କହିବା ସହ ବିଦ୍ୟାଳୟ ସ୍ବଭାବିକ କରିବାକୁ ଅଭିଭାବକ ଓ ଏମଏସସି କମିଟିକୁ କହିଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri