ଉପଖଣ୍ଡ ଚିକିତ୍ସାଳୟକୁ ଜିଲାସ୍ତରୀୟ ମାନ୍ୟତା


ଜୟପୁର, ୨୨।୮(ଡି.ଏନ.ଏ )-କୋରାପୁଟ ଜିଲା ଜୟପୁରସ୍ଥିତ ଉପଖଣ୍ଡ ଚିକିତ୍ସାଳୟକୁ ଜିଲାସ୍ତରୀୟ ଚିକିସତ୍ଳୟ ମାନ୍ୟତା ନେଇ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରଠାରେ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ବିଜେଡି ଓ କଂଗ୍ରେସ ସଫଳତାକୁ ନିଜ ଦଳକୁ ନେବା ଲାଗି ପରସ୍ପର ମଧ୍ୟରେ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି। ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲାସ୍ତରୀୟ ମାନ୍ୟତା ନେଇ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇ ଆସୁଥିଲା । ଗତବର୍ଷ କୋରାପୁଟଠାରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସ୍ଥାପନ ପରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲା ଚିକିତ୍ସାଳୟର ମାନ୍ୟତା ଦେବା ନେଇ ଦାବି ଜୋର ଧରିଥିଲା । ଏନେଇ ବିଜେଡି ପକ୍ଷରୁ ପୂର୍ବତନ ମନ୍ତ୍ରୀ ରବି ନାରୟଣ ନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଅନୁରୋଧ କରିବାକୁ ସମର୍ଥକମାନଙ୍କୁ ନେଇ ଶନିବାର ଭୁବନେଶ୍ୱର ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଏହି ଘୋଷଣା କରାଯାଇଛି। ଏହା ପରେ ଶ୍ରେୟ ନେବାକୁ ଉଭୟ ଦଳ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ମନ୍ତ୍ରୀ ନନ୍ଦ ଏହା ଜୟପୁରବାସୀଙ୍କ ବିଜୟ। ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଜିଲା ଓ ଜୟପୁର ପ୍ରତି ତାଙ୍କର ରହିଥିବା ସ୍ନେହର ପ୍ରତିଫଳନ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବିଧାୟକ ବାହିନିପତି ସନ୍ଧ୍ୟାରେ ଜିଲା କଂଗ୍ରେସ ଭବନଠାରେ ଏକ ଖବରଦାତା ସମ୍ମିଳନୀ କରି ଏହା ଜୟପୁର ଜନସାଧାରଣଙ୍କ ବିଜୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଏହା ପୂର୍ବରୁ ସେ ୫ଥର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ଦାବି ଜଣାଇଥିଲେ। ସେହିପରି ଜିଲାପାଳ, ସିଡିଏମଓ ଏବଂ ବିଭାଗ ପକ୍ଷରୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରାଇ ଫାଇଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚାଯାଇଥିଲା। ଏହାକୁ ସ୍ବୀକୃତି ଦେବା ମୁଖ୍ୟମନ୍ତ୍ରୀ ଦାୟିତ୍ୱ। ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନ ବଦଳରେ ସଚିବାଳୟରେ ଏହି ଘୋଷଣା କରିବା ଆବଶ୍ୟକ ଥିଲା ବୋଲି ବାହିନିପତି କହିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଘୋଷଣା ପରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ୮ଘଣ୍ଟା ଜୟପୁର ବନ୍ଦ ଡାକରା ପ୍ରତ୍ୟାହୃତ ହୋଇଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri