ଭଙ୍ଗା ଟିଣ ଘରେ ପଢୁଛନ୍ତି ପିଲା


ରାୟଗଡା ଜିଲା ଗୁଣପୁର ସହର ନିକଟରେ ରହିଛି ମରାଠିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହା ଏକ ଆଦର୍ଶ ସ୍କୁଲ ଭାବେ ପରିଗଣିତ । ଏହା ୧୯୩୩ରେ ସ୍ଥାପିତ ହୋଇଥିଲା । ଏବେ ଏହି ସ୍କୁଲ ଅବ୍ୟବସ୍ଥା ଘେରରେ ରହିଛି । ହେଲେ ଏଥିପ୍ରତି କାହାର ନଜର ପଡ଼ୁନାହିଁ। ଏଠାରେ ପ୍ରଥମରୁ ୮ମ ଶ୍ରେଣୀ ମଧ୍ୟରେ ୪୫୮ ଜଣ ପିଲା ଅଛନ୍ତି । ସେମାନଙ୍କୁ ପାଠ ପଢାଇବାକୁ ୧୭ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତି ହୋଇଛନ୍ତି । ଏହି ସ୍କୁଲରେ ପିଲାଙ୍କ ତୁଳନାରେ ଶିକ୍ଷୟିତ୍ରୀଶିକ୍ଷକ ଅଧିକ ଅଛନ୍ତି । କିନ୍ତୁ ସ୍କୁଲର ଅଭାବ ଅସୁବିଧା ବୁଝିବାକୁ କେହି ନାହାନ୍ତି । ସମସ୍ତେ ଆସୁଛନ୍ତି ଯାଉଛନ୍ତି । କାହାର ବିଦ୍ୟାଳୟ ପ୍ରତି କିଛି କର୍ତ୍ତବ୍ୟ ଥିଲା ପରି ମନେ ହେଉନାହିଁ ା ପୁରୁଣା କୋଠରିଗୁଡିକରେ ପିଲାଙ୍କ ପାଠପଢା ଚାଲିଛି । ନୂତନ କୋଠରିଗୁଡିକ ତାଲା ପଡି ରହିଛି । ପୁରୁଣା କୋଠରିରେ ଉଇହୁଙ୍କା ହେବା ସହ ଟିଣ ଆଜବେଷ୍ଟଗୁଡିକ ଭାଙ୍ଗି ଗଲାଣି । ସାମାନ୍ୟ ବର୍ଷା ହେଲେ ପାଣି ଶ୍ରେଣୀଗୃହରେ ପଶୁଛି । ଉପରମହଲାରେ ଥିବା ଶ୍ରେଣୀଗୃହକୁ ଯିବାକୁ ଅଧିକାଂଶ ଶିକ୍ଷୟିତ୍ରୀଶିକ୍ଷକ ଅମଙ୍ଗ । ସ୍ବାସ୍ଥ୍ୟ ସମସ୍ୟା ଦେଖାଇ ଉପରମହଲାକୁ ନ ଯାଇ ଭଙ୍ଗା ଦଦରା ଘରେ ପିଲାଙ୍କୁ ପଢାଉଛନ୍ତି । ସେହିପରି ଆଉ କେତେକ କୋଠରିରେ ତାଲା ଉପରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି ା ସୋମବାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୀବନ କିଶୋର ବାରୁୱା ଉକ୍ତ ସ୍କୁଲକୁ ଯାଇ ତାଲା ଭାଙ୍ଗିଥିଲେ । ଦୀର୍ଘବର୍ଷ ହେବ କୋଠରିଗୁଡ଼ିକ ତାଲା ପଡିଥିବାରୁ ଅଳିଆ ଅବର୍ଜନା ଭର୍ତ୍ତି ହୋଇଛି । ତୁରନ୍ତ କୋଠରିଗୁଡିକ ପରିଷ୍କାର କରି ସେଠାରେ ପାଠ ପଢାଇବାକୁ ନିର୍ଦ୍ଦେଶ ଦେଇଥିଲୋ ନୂତନ କୋଠାଗୁଡିକ ବ୍ୟବହାର ନ ହେବାରୁ ସେଗୁଡିକ ମଧ୍ୟ ଖରାପ ହେବାକୁ ବସିଲାଣିା ପୁରୁଣାକୋଠାରେ ବିରାଟ ଗଛ ଉଠୁଛି । କାନ୍ଥ ଫାଟି ଚେରଗୁଡିକ ଭିତରେ ମାଡ଼ିଛିା ଏକ କୋଠରିରେ ଝରକା, କବାଟ କିଛି ନାହିଁ । ଏଠାରେ ଦୁଇଟି ପରିଶ୍ରାଗାର ରହିଛି । ଗୋଟିଏରେ ତାଲା ଝୁଲୁଛି । ଆଉ ଗୋଟିଏ ଛାତ୍ରୀମାନେ ବ୍ୟବହାର କରୁଛନ୍ତିା ଛାତ୍ରମାନଙ୍କ ନିମନ୍ତେ ଶୌଚାଳୟ କି ପରିଶ୍ରାଗାର ନାହିଁ । ରକ୍ଷାଣାବେକ୍ଷଣ ଅଭାବରୁ ଶ୍ରେଣୀଗୃହ ଓ ଶୌଚାଳୟଗୁଡିକ ଜରାଜିର୍ଣ୍ଣ ହେବାକୁ ବସିଛି । ଏମଡିଏମର ଚାର୍ଜ ଏସଏଚଜି ହାତରେ ଥିଲେ ମଧ୍ୟ ଯାବତୀୟ ଜିନିଷପତ୍ର ସ୍କୁଲ ଷ୍ଟାପମାନେ ହିଁ କ୍ରୟ କରିଥାନ୍ତି । ଏସଏଚଜି ଗ୍ରୁପ ମଧ୍ୟାହ୍ନଭୋଜନ ବୁଝିବା କଥା । ହେଲେ ଏହି ସ୍କୁଲରେ ସ୍ଥିତି କିନ୍ତୁ ଭିନ୍ନ । ୨ ଜଣ ପାଚିକା କେବଳ ରୋଷେଇ କରିଥାନ୍ତି । ବନ ବିଭାଗ ପକ୍ଷରୁ ସ୍କୁଲକୁ ଇକୋ କ୍ଲବ ହିସାବରେ ବାର୍ଷିକ ୨୫୦୦ ଟଙ୍କା ମିଳୁଛି, ହେଲେ ତାହା କେଉଁଠାରେ ବିନିଯୋଗ ହେଉଛି ଜଣାପଡୁନାହିଁ । ଏହି ସ୍କୁଲ ଏକଦା ଆଦର୍ଶ ଏବଂ ସୁନାମ ଅର୍ଜନ କରିଥିବାବେଳେ ବିଭିନ୍ନ ସମସ୍ୟା ଯୋଗଁୁ ତାହାର ନାମ ଏବେ ରସାତଳ ହେବାକୁ ଲାଗିଛି । ଯାହା ଶିକ୍ଷାବିତଙ୍କ ମହଲରେ ଉଦ୍‌ବେଗର ବିଷୟ ହୋଇଛିା ଏଥିପ୍ରତି ପ୍ରଶାସନ ସହ ଶିକ୍ଷାବିଭାଗ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ତଥା ଅଭିଭାବକ ମହଲରେ ଦାବି ହୋଇଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri