ପୁରୁଷୋତ୍ତମପୁର,୬।୧୦ (ସବିତା ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲାର ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ପଣ୍ଡିତ ବ୍ରାହ୍ମଣଙ୍କ ବେଦମନ୍ତ୍ରର ଧ୍ବନିରେ ସମ୍ପୁର୍ଣ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଛି। ମା ’ ଗଜଲକ୍ଷ୍ମୀଙ୍କ ମେଢ ଦେଖିବା ସାଙ୍ଗକୁ ଆଶୀର୍ବାଦ ଭିକ୍ଷା ଲାଗି ଜନଗହଳି ଲାଗିରହିଥିବା ବେଳେ ମହିଳାଙ୍କ ହୁଳହୁଳି ଶଦ୍ଦରେ ପୂଜାମଣ୍ଡପ ପ୍ରକମ୍ପିତ ହେବାରେ ଲାଗିଛି । ଏଠିକାର ସର୍ବ ପୂରାତନ ହେଉଛି ରଥସାହି ପୂଜା ମଣ୍ଡପ । ଦୀର୍ଘ ୫୦ ବର୍ଷ ହେଲା ଏଠାରେ ମା’ ଗଜଲକ୍ଷ୍ମୀ ପୂଜାପାଇ ଆସୁଛନ୍ତି । କିଛି ବର୍ଷ ହେଲା ଏଠାରେ ଚାନ୍ଦିମେଢ କରାଯାଇ ଆଠ କେଜିରୁ ଉର୍ଦ୍ଧ୍ୱ ରୂପାର ଅଳଙ୍କାର ଭୂଷଣ ହୋଇଆସୁଥିବା ବେଳେ ଚଳିତ ବର୍ଷ ରୂପାସାଙ୍ଗକୁ ସୁନାର ଅଳଙ୍କାରରେ ମା’ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବାରେ ଲାଗିଛନ୍ତି । ଏହା ସାଙ୍ଗକୁ ରଥସାହି ଛକରେ ନିର୍ମିତ ୩୦ ଫୁଟ ଉଚ୍ଚତାର ଆକର୍ଷଣୀୟଇଲୋକ୍ର୍ଟି ତୋରଣ ସାଙ୍ଗକୁ ସମଗ୍ରସାହିଟି ରଙ୍ଗିନ ଆଲୋକରେଝଲସି ଉଠିଛି।ଏହି ମେଢକୁ ଦେଖିବା ସହ ମା’ଙ୍କ ଆଶୀର୍ବାଦ ଭିକ୍ଷାଲାଗି ବିଭିନ୍ନ ଗ୍ରାମମାନଙ୍କରୁ ଭକ୍ତଙ୍କ ସୁଅଛୁଟିବାରେ ଲାଗିଛି। ଆସନ୍ତା ୧୫ ତାରିଖରେ ମାଙ୍କୁ ମେଲାଣି ଦିଆଯିବ। ମା ’ ପୂଜାମଣ୍ଡପରେ ଥିବା ପର୍ଯ୍ୟନ୍ତ ହୋମ ଯଜ୍ଞମାନ ଜାରି ରହିବ ବୋଲି ପୂଜାକମିଟି ପକ୍ଷରୁ ଜଣାପଡିଛି । ଏଥିରେ ପୁରୋହିତ ଭାବେ ପଣ୍ଡିତ ମନୋଜ କୁମାର ମହାପାତ୍ର, ଶିବରାମତ୍ରୀପାଠି ଓ ଗାନୁ ଦାଶ ଯୋଗଦେଇ ପୂଜାର୍ଚ୍ଚନା କରୁଥିବାବେଳେ କର୍ତ୍ତାଭାବରେ ଶିଶିର ପଣ୍ଡା ରହିଛନ୍ତ। ଏହାକୁ ସାହିବାସିନ୍ଦା ପରିଚାଳନା କରିବାରେ ଲାଗିଛନ୍ତି ।


