ବିଜେଡିକୁ ଟାର୍ଗେଟ୍‌ କଲେ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ, କହିଲେ ଅଣଦେଖା ଯୋଗୁ…

ନୂଆପଡା,୪।୧୧: ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ସ୍ବାସ୍ଥ୍ୟ ଖରାପ ଥିଲା ବେଳେ ବିଜେଡି ନେତାମାନେ ପଚାରିଲେନି। ଫୋନ କଲେନି କି ହସ୍ପିଟାଲ ଚିକିତ୍ସା ନେଇ ବୁଝିଲେନି। ଅସୁସ୍ଥତା ବେଳେ ନିଜ ଦଳର ସପୋର୍ଟ ଆତ୍ମବଳ ବଢ଼ାଏ, କିନ୍ତୁ କଲେନି। ବିଜେଡିର ଅଣଦେଖା ବେମାରୀର ଅନ୍ୟତମ କାରଣ ବୋଲି ଢୋଲକିଆଙ୍କ ପତ୍ନୀ କହିଛନ୍ତି। ସେ ଆହୁରି କହିଛନ୍ତି, ଆଜି ଏହି ଲୋକ ଆମ ପରିବାର ଉପରେ ଟିପ୍ପଣୀ କରୁଛନ୍ତି।୨୪ ବର୍ଷ ଦଳ ସହ ରହିବା ପରେ ସମ୍ବେଦନଶୀଳ ରାଜନୀତି ଠିକ୍‌ ନୁହେଁ। ବିଜେଡିର ପ୍ରଚାରରେ ଆମ ପରିବାର ନାଁ ନେବାକୁ ବିରୋଧ କରୁଛୁ। ଟଙ୍କା ନେଇ ଅନ୍ୟଦଳକୁ ଯିବା ଆରୋପ ମିଥ୍ୟା, ବିକାଶ ପାଇଁ ମିଶିଛୁ। ଉତ୍ତରାଧିକାରୀ କିଏ ହେବ ପରିବାର ନିଷ୍ପତ୍ତି ନେବ, କୌଣସି ଦଳ ନୁହେଁ।

ଅନ୍ୟପଟେ, ଜୟ କହିଥିଲେ, ବାପା ଅସୁସ୍ଥ ଥିଲା ବେଳେ ବିଜେଡି ପଚାରିଲା ନାହିଁ। ଯେଉଁ ନେତା ପାର୍ଟିରେ ଜୀବନ ସାରା ରହିଲେ, ତାଙ୍କୁ ନା ଫୋନ କଲେ ନା ସହଯୋଗ। ବାପାଙ୍କ ଦଶାହ କାର୍ଯ୍ୟକ୍ରମ ପ୍ରସ୍ତୁତି ବୈଠକରେ ବି ମତେ ଡକା ଯାଇନଥିଲା। ମୁଁ ପୁଅ ହେଇ ବି ମତେ ସେମାନେ ଡାକି ନଥିଲେ। ଯେଉଁଥିପାଇଁ ମୁଁ ସେ ଦଳ ଛାଡ଼ିଲି। ବାପାଙ୍କ ସପ୍ନ ଥିଲା ଯେ ନୂଆପଡ଼ାକୁ ଏକ ନମ୍ବର କରିବା। ତେଣୁ ବାପାଙ୍କ ସପ୍ନ ପୂରଣ କରିବାକୁ ଭାଜପାକୁ ଆସିଲି। ବିଜେଡିରେ ଏହା ସମ୍ଭବ ହୋଇ ନଥାନ୍ତା ବୋଲି ଜୟ କହିଥିଲେ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦେ ମାତରମ୍‌ର ୧୫୦ ତମ ପୂର୍ତ୍ତି ମହୋତ୍ସବ

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି...

ଗୋଟିଏ ଓଭରରେ ୬ଟି ଛକା ମାରିଲେ ପାକିସ୍ତାନ ଷ୍ଟାର୍ ଆଫ୍ରିଦି

ନୂଆପଡ଼ା,୭।୧୧: ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ୨୪ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଅବ୍ବାସ୍ ଆଫ୍ରିଦି ହଂକଂ ସିକ୍ସେସ୍‌ ଟୁର୍ଣ୍ଣାମେଣ୍ଟରେ ଏକ ବିରଳ ରେକର୍ଡର ସମକକ୍ଷ ହୋଇଛନ୍ତି।...

ଲକ୍ଷାଧିକ ଟଙ୍କା ଭରଣ ପୋଷଣ ପାଇ ବି ସନ୍ତୁଷ୍ଟ ନ ଥିଲେ ମହମ୍ମଦ ଶାମିଙ୍କ ଏକ୍ସ ଓ୍ବାଇଫ, ପହଞ୍ଚିଲେ ସୁପ୍ରିମକୋର୍ଟ, ବିଚାରପତି କହିଲେ…

ନୂଆଦିଲ୍ଲୀ,୭।୧୧: କ୍ରିକେଟର ମହମ୍ମଦ ଶାମିଙ୍କ ପୂର୍ବତନ ପତ୍ନୀ ହାସିନ ଜାହାନ ତାଙ୍କ ଭରଣପୋଷଣ ବୃଦ୍ଧି ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର (ନଭେମ୍ବର ୭, ୨୦୨୫)...

ପରିବାରକୁ ଢାଙ୍କି ଦେଇଛି କଳା ବାଦଲ, ସସ୍ମିତାଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଲାଞ୍ଜିଗଡ,୭ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଦୋରା ସାରଲି ଗାଁର ଶୁକନାଭଟା ପଡାର ୨୧ ବର୍ଷୀୟ ସସ୍ମିତା ସାହୁ ମାରାତ୍ମକ...

ଓଡ଼ିଆ ଝିଅ ଝାଡ଼ଖଣ୍ଡ ଡିଜିପି, ପ୍ରଥମ ମହିଳା ଭାବେ ରଚିଲେ ଇତିହାସ

ଭୁବନେଶ୍ୱର/ରାଞ୍ଚି: ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ...

ନବୀନଙ୍କୁ ନେଇ ସାଂଘାତିକ କଥା କହିଦେଲେ ସମ୍ବିତ ପାତ୍ର: ବେଇମାନ…

ନୂଆପଡ଼ା,୭।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟ ରାଜନୀତିର ଅନେକ ନେତା ପ୍ରଚାର ପାଇଁ ସେଠାରେ ଡେରା ପକାଇଛନ୍ତି। ଶୁକ୍ରବାର ନୂଆପଡ଼ାରେ ଭାଜପା...

ମୁକୁଳା ଡ୍ରେନରେ ଛଟପଟ ହେଉଥିଲା ଗାଈ: ଅଗ୍ନିଶମ ବିଭାଗ ପହଞ୍ଚିବାରୁ…

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିର ରାଇକିଆ ରାସ୍ତା ଏସବିଆଇ ସମ୍ମୁଖ ଏକ ମୁକୁଳା ଡ୍ରେନରେ ଗାଈ ଛଟପଟ ହେଉଥିଲା।...

‘ବନ୍ଦେ ମାତରମ’ ଦେବ ନୂଆ ସଂଜ୍ଞା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୭।୧୧: ‘ବନ୍ଦେ ମାତରମ’ କେବଳ ଗୀତ ନୁହେଁ ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ପ୍ରତୀକ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri