କେସିଙ୍ଗା,୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ସଂଘର ମାସିକ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ଡିଙ୍ଗର ଭୋଇ ପୂର୍ବ ବୈଠକର ବିବରଣୀ ପଠନ ପରେ ତାକୁ ଦୃଢ଼ୀକରଣ କରାଯାଇଥିଲା । ଉକ୍ତ ବୈଠକରେ ଡ. ହେମସାଗର ସାହା କେସିଙ୍ଗା ରେଳ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ ଜେଡ ଆର୍ୟୁସିସି ବୈଠକରେ ଉତ୍ଥାପନ କରିଥିବା ବିଷୟ ଉପରେ ଆଲୋକପାତ କରିଥିଲେ। ଏହି ରେଳ ଷ୍ଟେଶନରେ ସମସ୍ତ ଦୃତ ଗାମୀ ଟ୍ରେନ ମାତ୍ର ୨ ମିନିଟ ରହଣୀ କରୁଛି। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ବିଶେଷ କରି ବୃଦ୍ଧାବୃଦ୍ଧ, ଦିବ୍ୟାଙ୍ଗ ଓ ମହିଳାମାନେ ଟ୍ରେନ କମ ସମୟ ରହଣି ହେଉଥିବାରୁ ଟ୍ରେନରୁ ଓହ୍ଲାଇ ପାରୁନାହାନ୍ତି। ସେଥିପାଇଁ ୨ ମିନିଟ ରହଣି ପରିବର୍ତ୍ତେ ୫ ମିନିଟକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସମ୍ବଲପୁରସ୍ଥିତ ଡ଼ିଆରଏମଙ୍କୁ ଏକ ଦାବି ପତ୍ର ଦେବା ପାଇଁ ନିଷ୍ପତ୍ତି ହୋଇଛି। ଯେଉଁ ସମୟରେ ଦ୍ରୁତଗାମୀ ଡାଉନ ଟ୍ରେନ ଆସେ ସେତେବେଳେ ୪ନମ୍ବର ପ୍ଲାଟ ଫର୍ମରେ ନ ଆସି ୨ ନମ୍ବର ଓ ୩ ନମ୍ବର ପ୍ଲାଟଫର୍ମରେ ଆସୁଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଏଥିରେ ବିଶେଷ କରି ବୃଦ୍ଧାବୃଦ୍ଧ ଓ ଦିବ୍ୟାଙ୍ଗ ମାନେ ସିଡି ଚଢ଼ି ନ ପାରି ହଇରାଣ ହେବା ସହ ଟ୍ରେନ ଫେଲ ହେଉଛନ୍ତି। ସେଥିପାଇଁ ସମସ୍ତ ଯାତ୍ରୀବାହି ଡାଉନ ଟ୍ରେନ ୪ ନମ୍ବରରେ ଆସିବାକୁ ଦାବି କରାଯାଇଛି।
ଅଫ ଟ୍ରେନ ଗୁଡିକ ୧ନମ୍ବର ପ୍ଳାଟ ଫର୍ମରେ ଆସିବା ପାଇଁ ଡିଆରଏମଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଖ୍ୟ ପରାମର୍ଶଦାତା ହେମ ସାଗର ସାହା ଜେଡ ଆରୟୁସିସି ବୈଠକରେ ଉପସ୍ଥାପନା କରିଥିଲେ, ଏବଂ ଲିଖିତ ଅଭିଯୋଗ ମଧ୍ୟ ଏହା ପୂର୍ବରୁ କରାଯାଇଛି। କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ପାଇ ନ ଥିଲେ। ବଡ଼ ଦୁଃଖର କଥା ଆଜି ପର୍ଯ୍ୟନ୍ତ କେସିଙ୍ଗା ଅଞ୍ଚଳର ଯାହାବି ଚିଠି ପତ୍ର ରେଳ ବିଭାଗକୁ ସଂଘ ତରଫରୁ କରାଯାଉଛି। ତାହାର ସନ୍ତୋଷଜନକ ଉତ୍ତର ମିଳୁ ନାହିଁ। ଏପରିକି ଯେତେବେଳେ ଉକ୍ତ ଷ୍ଟେଶନରେ କୌଣସି ପ୍ରୋଗ୍ରାମ ହେଲେ ଅଧିକାରୀ ମାନେ କିଛି ଜଣାଉ ନ ଥିବାରୁ ସଂଘ ତରଫରୁ କ୍ଷୋଭ ପ୍ରକାଶ ପାଇଥିଲା । ଡ .ସାହା ଆସନ୍ତା ୧୦ ତାରିଖ ଦିନ ଜିଏମଙ୍କୁ ସାକ୍ଷାତ ପରେ ଅନ୍ୟ ପଦକ୍ଷେପ ନିଆଯିବ କହିଥିଲେ । ଶେଷରେ ସଭାପତି ସୁଭାଷ ଜୈନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଏନଏସି ନଗର ପାଲ ନୃପ ରାଜ ଯାଦବ, ଉପ ସଭାପତି ପ୍ରଶାନ୍ତ ବାନାର୍ଜୀ, କୋଷାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ସଦସ୍ୟ ରମେଶ ପଟ୍ଟନାୟକ, ଅନିଲ ଜୈନ,ବିନୁ ଅଗ୍ରୱାଲ,ବେଣୁଧର ମହଲା,,ଜୟ ଭଗବାନ ଜୈନ, ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily


