ଠେକୁଆ ଦ୍ରୁତ ବେଗରେ ଦୌଡ଼େ ଓ ଖୁବ୍ ଡିଆଁଡେଇଁ କରେ ବୋଲି ସମସ୍ତେ ଜାଣନ୍ତି। ତେବେ ଜାଣନ୍ତି କି ଠେକୁଆର ଏହି ଗୁଣକୁ ନେଇ ଏକ ପ୍ରତିଯୋଗିତା ବି ଆୟୋଜନ ହୁଏ ବୋଲି? ସ୍ବିଡେନରେ ଆୟୋଜିତ ହୁଏ ଏହି ପ୍ରତିଯୋଗିତା। ଯାହାର ନାଁ ହେଉଛି ‘ରାବିଟ୍ ଶୋ’ ଜମ୍ପିଂ’। ଏଥିରେ ପୋଷା ଠେକୁଆଗୁଡ଼ିକ ଏକ ଶୃଙ୍ଖଳରେ ଓ କିଛି କିଛି ବ୍ୟବଧାନରେ ଥିବା ହର୍ଡଲ୍ସକୁ ଦୌଡ଼ି ଓ ଡେଇଁକି ପାର୍ କରନ୍ତି। ଏହି ପ୍ରତିଯୋଗିତାକୁ ଦେଖିଲେ ହର୍ଷ ଶୋ’ ଜମ୍ପିଂ ରେସ୍ କଥା ମନେପଡ଼ିଯିବ। ଏହି ପ୍ରତିଯୋଗିତାରେ ବିଭିନ୍ନ ପ୍ରକାରର କୋର୍ସ ଥାଏ ଯେମିତିକି ସିଧା କୋର୍ସ, ବଙ୍କା କୋର୍ସ, ଲମ୍ବା କୋର୍ସ ଓ ଉଚ୍ଚା କୋର୍ସ। ହର୍ଡଲ୍ସଗୁଡ଼ିକୁ ଠେକୁଆମାନଙ୍କ ଆକାର ଅନୁସାରେ ତିଆରି କରାଯାଇଥାଏ। ଏଥିରେ ବାରିକେଡ, ରେଲିଂ ଓ ଦଉଡି ଉପରୁ ଡେଇଁବାର ବ୍ୟବସ୍ଥା କରାଯାଇଥାଏ। ଏହି ପ୍ରତିଯୋଗିତାର ଏକ ଭଲ ନିୟମ ହେଉଛି, ଯଦି କୌଣସି ଠେକୁଆ ଦୌଡ଼ିବାକୁ ଚାହିଁ ନ ଥାଏ ତାକୁ ଜବରଦସ୍ତ କରାଯାଏ ନାହିଁ। ଏଥିରେ ଠେକୁଆର ଇଚ୍ଛା ଓ ଖୁସିକୁ ପ୍ରାଥମିକତା ଦିଆଯାଏ। ଏହି ଖେଳ ପିଲାଙ୍କ ଭିତରେ ବହୁତ ଲୋକପ୍ରିୟ।
Dharitri – Odisha’s No.1 Odia Daily
[8:07 am, 1


