ଗାଧୋଇବାକୁ ଯାଇ ଘରକୁ ଫେରିଲେନି, ପୋଖରୀରେ ଭାସିଲା ମୃତଦେହ; ଖବର ପାଇ…

ଥୁଆମୂଳ ରାମପୁର,୨୯।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଓଡ୍ରି ଗ୍ରାମପଞ୍ଚାୟତ ସ୍ଥିତ ର୍ଚିକା ଗ୍ରାମରେ ଘଟିଯାଇଛି ଏକ ଦୁଃଖଦ ଘଟଣା l ଗ୍ରାମର ଜଣେ ବ୍ୟକ୍ତି ପୋଖରୀରେ ଗଧୋଇବାକୁ ଯାଇ ବୁଡି ପ୍ରାଣ ହରାଇଥିବା ଜଣା ପଡିଛି। ମୃତ ବ୍ୟକ୍ତି ଜଣକ ହେଲେ ଗ୍ରାମର ସୁକ୍ରୁ ମାଝୀ ଓରଫ ହୁକ୍ରୁ (୫୫)।

ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ଗାଁର କମ୍ୟୁନିଟି ଗୃହ ପାଖ ପୋଖରୀକୁ ହୁକ୍ରୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରୁ ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବା ଦେଖି ଘର ଲୋକେ ପୋଖରୀକୁ ଖୋଜିବାକୁ ଯାଇଥିଲେ। ସେଠାରେ ପରିବାରଲୋକେ ତାଙ୍କୁ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ସେତେବେଳକୁ ସନ୍ଧ୍ୟା ହୋଇଯାଇଥିଲା। ଏନେଇ ଥୁଆମୂଳ ରାମପୁର ଥାନାକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜଗି ରହିଛନ୍ତି। ଗୁରୁବାର ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯିବ ବୋଲି ସୂଚନା ମିଳିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟୁଟି ସମୟରେ ଟଳିପଡିଲେ କନଷ୍ଟେବଳ, ଆଉ ତା’ପରେ…

ସୋନପୁର,୭।୧୧(ମୃତ୍ୟୁଞ୍ଜୟ ଶତପଥୀ): ଡ୍ୟୁଟି ସମୟରେ ଶୁକ୍ରବାର ଟଳିପଡ଼ିଲେ କନଷ୍ଟେବଳ। ସୁବର୍ଣ୍ଣପୁର ଜିଲା ପୋଲିସ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ସରୋଜ କୁମାର ପ୍ରଧାନଙ୍କ ମୃତ୍ୟୁ ହୋଇଛି ।...

ଓଡ଼ିଶା ପାଇଁ ଅର୍ଥର ଅଭାବ ନାହିଁ, ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ: ନୀତିନ ଗଡ଼କରୀ

ଭୁବନେଶ୍ୱର,୭।୧୧: ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ଏଥରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ...

ବନ୍ଦେ ମାତରମ୍‌ର ୧୫୦ ତମ ପୂର୍ତ୍ତି ମହୋତ୍ସବ

ଭଞ୍ଜନଗର,୭ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଶୁକ୍ରବାର ଭାରତ ସ୍କାଉଟ୍‌ ଆଣ୍ଡ୍‌ ଗାଇଡର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି...

ପରିବାରକୁ ଢାଙ୍କି ଦେଇଛି କଳା ବାଦଲ, ସସ୍ମିତାଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ

ଲାଞ୍ଜିଗଡ,୭ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ଦୋରା ସାରଲି ଗାଁର ଶୁକନାଭଟା ପଡାର ୨୧ ବର୍ଷୀୟ ସସ୍ମିତା ସାହୁ ମାରାତ୍ମକ...

ନବୀନଙ୍କୁ ନେଇ ସାଂଘାତିକ କଥା କହିଦେଲେ ସମ୍ବିତ ପାତ୍ର: ବେଇମାନ…

ନୂଆପଡ଼ା,୭।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ରାଜ୍ୟ ରାଜନୀତିର ଅନେକ ନେତା ପ୍ରଚାର ପାଇଁ ସେଠାରେ ଡେରା ପକାଇଛନ୍ତି। ଶୁକ୍ରବାର ନୂଆପଡ଼ାରେ ଭାଜପା...

ମୁକୁଳା ଡ୍ରେନରେ ଛଟପଟ ହେଉଥିଲା ଗାଈ: ଅଗ୍ନିଶମ ବିଭାଗ ପହଞ୍ଚିବାରୁ…

ଦାରିଙ୍ଗବାଡି, ୭।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିର ରାଇକିଆ ରାସ୍ତା ଏସବିଆଇ ସମ୍ମୁଖ ଏକ ମୁକୁଳା ଡ୍ରେନରେ ଗାଈ ଛଟପଟ ହେଉଥିଲା।...

‘ବନ୍ଦେ ମାତରମ’ ଦେବ ନୂଆ ସଂଜ୍ଞା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୭।୧୧: ‘ବନ୍ଦେ ମାତରମ’ କେବଳ ଗୀତ ନୁହେଁ ଏହା ରାଷ୍ଟ୍ରପ୍ରେମ, ତ୍ୟାଗ ଏବଂ ବୀରତାର ପ୍ରତୀକ। ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ଆନନ୍ଦ ମଠ’ ଉପନ୍ୟାସରୁ ଜନ୍ମ...

ନୂଆପଡ଼ାରେ ପହଞ୍ଚିବା ପରେ ନବୀନଙ୍କ ହେଲିକପ୍ଟର ହେଲା ଯାଞ୍ଚ , ଏ କ’ଣ ମିଳିଲା…

ନୂଆପଡା,୭।୧୧: ନୂଆପଡ଼ାରେ ଅଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନୂଆପଡ଼ା ଓ ଖରିଆର ରୋଡରେ ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ନୂଆପଡ଼ାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri