ଭେଙ୍କଟେଶ୍ୱର ଦଳାଚକଟାରେ ଓଡ଼ିଆ ଯୁବତୀ ମୃତ, ଏକମାତ୍ର ଝିଅକୁ ହରାଇ…

ପାତ୍ରପୁର,୧ା୧୧(ଉମା ଚରଣ ନେପାକ): ଓଡ଼ିଶାରେ ରବିବାର କାର୍ତ୍ତିକ ବଡ଼ ଏକାଦଶୀ ପାଳନ ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶରେ ଏକାଦଶୀକୁ ଶନିବାର ପାଳନ କରାଯାଇଥିଲା। ଆନ୍ଧ୍ରର ଶ୍ରୀକାକୁଲମ ଜିଲା କାଶୀବୁଗା ଭେଙ୍କଟେଶ୍ୱର ମନ୍ଦିରରେ ଏକାଦଶୀ ବ୍ରତ ପାଳନ ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଭେଙ୍କଟେଶ୍ୱରଙ୍କ ଦର୍ଶନ ପାଇଁ ପୂର୍ବାହ୍ନ ୧୧ଟାରେ ପ୍ରବଳ ଗହଳି ହୋଇ ଘଟଣା ସ୍ଥଳରେ ୯ ଜଣ ଶ୍ରଦ୍ଧାଳୁଙ୍କ ଦଳାଚକଟାରେ ମୃତ୍ୟୁ ହୋଇଛି। ଚିକିତ୍ସା ପାଇଁ ୩୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଓଡ଼ିଶାର ଜଣେ ଯୁବତୀ ରହିଛନ୍ତି। ସେ ହେଲେ ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ଗୁଡ଼ିପଦର ଗ୍ରାମର ରାଙ୍ଗଲା ରୂପା(୧୯)। ତାଙ୍କ ସହ ଯାଇଥିବା ବି. ରୋହିଣୀ ଆହତ ହୋଇଥିବା ଜଣାପଡିଛି l କାଶୀବୁଗାର ଏକ ନର୍ସିଂ କଲେଜରେ ରୂପା ପାଠ ପଢ଼ୁଥିଲେ। ଶନିବାର ରୂପା ଗୁଡିପଦର ଗ୍ରାମରେ ବିବାହ କରିଥିବା ମଞ୍ଜୁଷାର ବି. ରୋହିଣୀଙ୍କ ସହ ମନ୍ଦିରକୁ ଯାଇଥିଲେ। ରୂପା ଗୁଡିପଦର ଗ୍ରାମର ଆର୍‌. ଡ଼ିଲେଶୁଙ୍କ ଏକମାତ୍ର ଝିଅ ହୋଇଥିବା ବେଳେ ଡିଲେଶୁଙ୍କ ସ୍ତ୍ରୀଙ୍କର ଦୁଇବର୍ଷ ତଳୁ ମୃତ୍ୟୁ ଘଟିଛି। ରୂପାଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସନ୍ଧ୍ୟାରେ ରୂପାଙ୍କ ମୃତଦେହ ଗ୍ରାମକୁ ଆସିଥିବା ଜଣାପଡିଛି l

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍ କମ୍ ସମୟରେ ଘରେ ଘରେ ହୋଇଥିଲେ ପରିଚିତ, ଦେଖନ୍ତୁ ଏସବୁ ଭାଇରାଲ ଗୀତ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ଏକ ସକ୍ରିୟ ସ୍ୱର ନିରବି ଯାଇଛି। ଖୁବ୍ କମ୍...

ନଭେମ୍ବର ୧୭ ଓଡ଼ିଆ ସଂଗୀତ ଜଗତ ପାଇଁ ବ୍ଲାକ୍ ଡେ, ସେଦିନ ଅକ୍ଷୟ ଆଜି ହ୍ୟୁମାନଙ୍କ ପରଲୋକ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନଭେମ୍ବର ୧୭ ତାରିଖ ଏକ ଦୁଃଖଦ ଦିନ ଭାବେ ଇତିହାସରେ ଲେଖା ଯିବ। ନଭେମ୍ବର ୧୭ ଲୋକପ୍ରିୟ କଣ୍ଠଶିଳ୍ପୀ...

ଛାତ୍ରୀ ଅସଦାଚରଣ ମାମଲାର ରାୟ ପ୍ରକାଶ: ପ୍ରଧାନଶିକ୍ଷକଙ୍କୁ ମିଳିଲା…

ଭବାନୀପାଟଣା, ୧୭।୧୧: (ଉତ୍ତମ କୁମାର ଦାଶ): ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ଥାନା ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର...

ନବୀନଙ୍କ ପାଇଁ ହ୍ୟୁମାନ ଗାଇଥିବା ଗୀତ ଏବେ ବି ଜୀବନ୍ତ, ମୃତ୍ୟୁ ଖବର ଶୁଣି ଭାଙ୍ଗିଗଲା ନବୀନଙ୍କ ହୃଦୟ…

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ ବର୍ଷ ବୟସ...

ଦୂରେଇ ପାରିଲାନି ଛାଡ଼ପତ୍ର: ଧାଇଁଆସିଥିଲେ ସ୍ତ୍ରୀ, ହେଲେ ବଞ୍ଚିଲେନି…

ଭୁବନେଶ୍ୱର,୧୭।୧୧: ଆଉ ଶୁଭିବନି, ହ୍ୟୁମାନଙ୍କ ସ୍ବର, ସେ ରୋମାନ୍ସ, ସେ ଦୁଃଖ ସେ ଦମ୍‌ଦାର ଭଜନ। କାରଣ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଚିର...

‘ହେ ନବୀନ ବାବୁ…’ ଗୀତ ଗାଇଥିଲେ ହ୍ୟୁମାନ, ଟୁଇଟ୍‌ କରି ନବୀନ ଲେଖିଲେ ଏମିତି…

ଭୁବନେଶ୍ୱର,୧୭।୧୧: ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ହ୍ୟୁମାନଙ୍କ...

ହୋମିଓପାଥି ଚିକିତ୍ସକଙ୍କ ପରଲୋକ

ଦିଗପହଣ୍ଡି, ୧୭ା୧୧(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଶାସନ ସାହି ବାସିନ୍ଦା ତଥା ସହରର ଜଣାଶୁଣା ହୋମିଓପାଥି ଚିକିତ୍ସକ ଡ଼ା. ସୂର୍ଯ୍ୟ ନାରାୟଣ ନନ୍ଦଙ୍କ ୮୪ ବର୍ଷ...

ଏହି ସବୁ ରୋଗରେ ପୀଡିତ ଥିଲେ ହ୍ୟୁମାନ, ଶେଷରେ ହସ୍ପିଟାଲରେ ଆଖି ବୁଜିଲେ…

ଭୁବନେଶ୍ୱର,୧୭।୧୧: ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ହ୍ୟୁମାନଙ୍କର...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri