ନୂଆପଡ଼ା ବିଧାନସଭା ଉପନର୍ବାଚନ: ସୀମାବର୍ତ୍ତୀ ଜିଲା ପ୍ରଶାସନର ସହାୟତା ଲୋଡ଼ିଲା ନୂଆପଡ଼ା ପ୍ରଶାସନ

ନୂଆପଡ଼ା,୧୩ା୧୦ (ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନର୍ବାଚନକୁ ଅବାଧ ନିରପେକ୍ଷ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସୀମାନ୍ତ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଓ ଗରିଆବନ୍ଧ ଜିଲା ପ୍ରଶାସନର ସହାୟତା ଲୋଡିଛି ନୂଆପଡା ଜିଲା ପ୍ରଶାସନ। ଏହି ଅବସରରେ ନୂଆପଡା ଓସ୍ବାନ ହଲ୍‌ଠାରେ ସୋମବାର ଜିଲାପାଳ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମହାସମୁନ୍ଦ ଓ ଗରିଆବନ୍ଧ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଆଭାସୀ ଜରିଆରେ ସାମିଲ ହୋଇଥିଲେ। ବୈଠକରେ ନୂଆପଡ଼ା ଏସ୍‌ପି ଅମୃତପାଲ ସିଂ, ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁଜୁର, ଉପଜିଲାପାଳ ସୁର୍ମି ସୋରେନ, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ଆଗାମୀ ଉପନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଆଲୋଚନା କରାଯାଇଥିଲା।

 

Dharitri – Odisha’s No.1, Most Trusted Odia Daily