Posted inଖେଳ

ଦଳରେ ନାହାଁନ୍ତି ରୋହିତ ଓ କୋହଲି: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପାଇଁ ଦଳ ଘୋଷଣା

ମୁମ୍ବାଇ,୫।୧୧: ଦକ୍ଷିଣ ଆଫ୍ରିକା ‘ଏ’ ବିପକ୍ଷରେ ଆସନ୍ତା ନଭେମ୍ବର ୧୩ରୁ ୧୯ ତାରିଖ ମଧ୍ୟରେ ରାଜକୋଟର ନିରଞ୍ଜନ ଶାହା ଷ୍ଟାଡିୟମରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ବରିଷ୍ଠ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଙ୍କୁ ସାମିଲ କରାଯାଇ ନାହିଁ।

ଦୁଇ ଷ୍ଟାର ଖେଳାଳିଙ୍କୁ ଅଧିକ ମ୍ୟାଚ୍ ଅଭ୍ୟାସ ପାଇଁ ‘ଏ’ ଦଳରେ ସାମିଲ କରାଯିବ ବୋଲି କଳ୍ପନାଜଳ୍ପନା କରାଯାଉଥିଲା। ମାତ୍ର ଚୟନ କମିଟି ଏହି ନିଷ୍ପତ୍ତିକୁ ଏଡ଼ାଇ ଯାଇଛି। ଏନେଇ ବିସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ରୋହିତ ଏବଂ କୋହଲି ଟେଷ୍ଟ ଓ ଟି-୨୦ରୁ ଅବସର ନେବା ପରେ କେବଳ ଦିନିକିଆ ଫର୍ମାଟ୍ ଖେଳୁଛନ୍ତି। ମ୍ୟାଚ୍ ଫିଟ୍ ରହିବା ପାଇଁ ସୁନୀଲ ଗାଭାସ୍କରଙ୍କ ଭଳି ଅନେକ ବିଶେଷଜ୍ଞ ଡିସେମ୍ବରରେ ଆରମ୍ଭ ହେବାକୁ ଥିବା ବିଜୟ ହଜାରେ ଟ୍ରଫି ଭଳି ଘରୋଇ କ୍ରିକେଟ୍ ଖେଳିବାକୁ ଉଭୟଙ୍କୁ ପରାମର୍ଶ ଦେଇଛନ୍ତି।

ଇଣ୍ଡିଆ ‘ଏ’ ଦଳ:
ଅଧିନାୟକ: ତିଲକ ବର୍ମା, ଉପ-ଅଧିନାୟକ: ଋତୁରାଜ ଗାୟକୱାଡ, ଅଭିଷେକ ଶର୍ମା, ରିୟାନ ପରାଗ, ଇଶାନ କିଶନ (WK), ଆୟୁଷ ବଦୋନୀ, ନିଶାନ୍ତ ସିନ୍ଧୁ, ବିପ୍ରାଜ ନିଗମ, ମାନବ ସୁଥାର, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣ, ଖଲୀଲ ଅହମ୍ମଦ, ପ୍ରଭସିମରନ ସିଂହ (WK)।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ହାତରୁ ଗଲା ନୂଆପଡ଼ା: ବିଧାୟକ ହେଲେ ଜୟ ଢୋଲକିଆ, ସନ୍ଧ୍ୟାରେ ଭେଟିବେ ମୁଖ୍ୟମନ୍ତ୍ରୀଙ୍କୁ…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ପ୍ରକାଶ ପାଇଲା ବହୁ ପ୍ରତୀକ୍ଷିତ ନୂଆପଡ଼ା ଉପନିର୍ବାଚନ ଫଳାଫଳ। ବାଜି ମାରିଲେ ଜୟ ଢୋଲକିଆ। ତାଙ୍କ ପିତା ତଥା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ...

ବିହାର ଟ୍ରେଣ୍ଡକୁ ଦେଖି ନୀତିନ ଗଡକରୀ କଲେ ବଡ଼ ଘୋଷଣା, କହିଲେ ଭାଜପାରୁ ହେବ…

ପାଟନା,୧୪।୧୧: ବିହାରରେ NDA ଏକ ବଡ଼ ବିଜୟ ଆଡ଼କୁ ଗତି କରୁଛି। ବିହାରର 243 ବିଧାନସଭା ଆସନ ପାଇଁ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ NDA 206...

ବିହାରରେ କିଏ ହେବେ ମୁଖ୍ୟମନ୍ତ୍ରୀ: ନୀତୀଶ କୁମାରଙ୍କୁ ନେଇ ବଡ଼ ବୟାନ ଦେଲେ ଭାଜପା ମହାସଚିବ

ପାଟନା,୧୪।୧୧: ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଏହା ୨୦୦ ରୁ ଅଧିକ ଆସନରେ ଆଗୁଆ ଅଛି। ଭାଜପା...

ସତ ହେଲା ରିଷଭ ପନ୍ତଙ୍କ ଭବିଷ୍ୟବାଣୀ: ଗୋଟିଏ ବଲ୍‌ ବୋଲିଂ ପରେ ଘଟିଲା….

କୋଲକାତା,୧୪।୧୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଟେମ୍ବା ବାଭୁମା ଟସ ଜିତି...

ବୁମ୍‌ରାଙ୍କ ଚମତ୍କାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ

କୋଲକାତା,୧୪।୧୧: କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇଯାଇଛି। ଭାରତୀୟ ଦଳ ପକ୍ଷରୁ ଜସପ୍ରୀତ ବୁମରା ୫ଟି ଉଇକେଟ ନେଇଛନ୍ତି।...

NDAର ପ୍ରଚଣ୍ଡ ବିଜୟ, କିନ୍ତୁ ଟେନ୍‌ସନରେ ନୀତୀଶ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୪।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନର ଫଳାଫଳ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଆଣିଛି। ମେଣ୍ଟର ବିପୁଳ ବିଜୟ ସତ୍ତ୍ୱେ ଏକ...

ବିଜୟ ଆଡ଼କୁ ମାଡ଼ି ଚାଲିଛନ୍ତି ଜୟ ଢୋଲକିଆ, ପରିବାରରେ ଖୁସି ମନାଇବା ସହ କହିଲେ ଏମିତି…

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏନେଇ ପ୍ରାର୍ଥୀଙ୍କଠାରୁ କର୍ମକର୍ତ୍ତା ଏବଂ ପରିବାର ସଦସ୍ୟ...

Humane Sagar Hospitalised: ବିଗିଡ଼ିଲା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା, ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର,୧୪ା୧୧: ଓଲିଉଡର ଖ୍ୟାତନାମା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। କିଛି ଦିନ ଧରି ଏକ ଘରୋଇ ହସ୍ପିଟାଲରେ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri