ନୂଆ ପଦକ୍ଷେପ: ଗୁରୁଙ୍କ ପ୍ରତିମୂର୍ତ୍ତି ତିଆରି କରି ପାଳିଲେ ଗୁରୁଦିବସ, ସମାଜ ପାଇଁ ପାଲଟିଲେ ଉଦାହରଣ

ଛତ୍ରପୁର,୫ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ତଥା ଗଞ୍ଜାମ ବ୍ଲକର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀର ୟୁଥ୍‌ଫର୍‌ ଭିଲେଜ ପକ୍ଷରୁ ପବିତ୍ର ଗରୁଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ଯାହାକି ଏହା ସମଗ୍ର ମାନବ ସମାଜ ଲାଗି ଏକ ଉଦାହରଣ ପାଲଟିବା ସହ ସଚେତନତାର ବାର୍ତ୍ତାଦେଇଛି। ଗୁରୁ-ଶିଷ୍ୟଙ୍କ ମଧ୍ୟରେ ରହିଥିବା ଭକ୍ତିଭରା ସ୍ନେହ ଶ୍ରଦ୍ଧାର ନିଚ୍ଛକ ଚିତ୍ରକୁ ଏଠାରେ ଦେଖିବାକୁ ମିଳିଛି। ସେହିଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟରେ ଏପରି ଜଣେ ପ୍ରଧାନଶିକ୍ଷକ ରହିଥିଲେ ଯେ, ତାଙ୍କର କାର୍ଯ୍ୟଶୈଳୀ ଓ ମହାନତାକୁ ମୃତ୍ୟୁ ପରେ ବି ଛାତ୍ରୀଛାତ୍ର ଓ ଗ୍ରାମବାସୀ ଭୁଲିପାରି ନାହାନ୍ତି। ଆଉ ଏହି ଶିକ୍ଷକ ଗୁରୁଙ୍କୁ ସର୍ବଦା ପାଖରେ ପାଇବା ଉଦ୍ଦେଶ୍ୟରେ ଗ୍ରାମରେ ପ୍ରତିମୂର୍ତ୍ତି ନିର୍ମାଣ କରି ସର୍ବଦା ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି। ସ୍ବର୍ଗତ ପ୍ରଧାନଶିକ୍ଷକ ଜଣକ ହେଉଛନ୍ତି ପୁରୁଷୋତ୍ତମପୁର ରଥସାହିର ଦ୍ୱିତୀକୃଷ୍ଣ ମିଶ୍ର। ତାଙ୍କର ନିତି ଆଦର୍ଶତା ଯୋଗୁ ଦେହାନ୍ତ ପରେ ବି ଅଞ୍ଚଳବାସୀ ଅମରକରି ରଖିଛନ୍ତ। ସ୍ବର୍ଗତ ମିଶ୍ର ଦୀର୍ଘ ୩୪ ବର୍ଷ ଏହି ତାରିଣିପଲ୍ଲୀ ଗ୍ରାମରେ ଶିକ୍ଷକ ଭାବେ ରହିଥିଲେ। ତାଙ୍କ କାର୍ଯ୍ୟାକାଳ ସମୟରେ ସେ କେବଳ ଶିକ୍ଷାଦାନ କରିବାରେ ସୀମିତି ରହି ନ ଥିଲେ। ସ୍କୁଲ ସମୟର ପୂର୍ବରୁ ଓ ପରେ ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ନେଇ ଏକ ଯୁବକସଂଘ ଗଠନ କରି ଅଞ୍ଚଳରେ ବିଭିନ୍ନ ଜନହିତକର କାର୍ଯ୍ୟମାନ କରିବା ସହ ଶେଷନିଃଶ୍ୱାସ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ଅଞ୍ଚଳକୁ ଆସି ଗରିବ ଶ୍ରେଣୀର ଲୋକଙ୍କ ଘରକୁ ଘର ଯାଇ ସମସ୍ୟା ବୁଝିବା ସହ ଚିକିତ୍ସା କରି ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଲାଗିଥିଲେ। ଏଭଳି ମହତ କାର୍ଯ୍ୟ ଲାଗି ସେ ଗ୍ରାମବାସୀଙ୍କ ମନରେ ଅମର ହୋଇ ରହିଯାଇଥିବାର ଗ୍ରାମବାସୀ କହିଛନ୍ତି।

ଗୁରୁଦିବସ ଉସବରେ ୟୁଥ୍‌ ଫର୍‌ ଭିଲେଜର ସଭାପତି ଡି ଦେବହରି ରେଡ୍ଡୀ ପୌରୋହିତ୍ୟ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ବିଶ୍ବାଳ, ଅବସରପ୍ରାପ୍ତ ଶିକ୍ଷକ କାଳୀଚରଣ ଗୌଡ଼, ବରିଷ୍ଠ ସାମ୍ବାଦିକ ଶବର କୁମାର ତରେଇ, ଉମାକାନ୍ତ ବେହେରା, ଶିକ୍ଷକ ରଇବାରୀ ବେହେରା, ପ୍ରମୁଖ ଯୋଗଦେଇ ସ୍ବର୍ଗତ ପ୍ରଧାନଶିକ୍ଷକ ଦ୍ୱିତୀକୃଷ୍ଣ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରିଥିଲେ ଓ ଏହାସହ ଶିକ୍ଷକ କାଳୀଚରଣ ଗୌଡ଼ଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ଅତିଥିମାନେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ନିଜ ନିଜର ଭବିଷ୍ୟତ ଗଢ଼ି ତୋଳିବା ଲାଗି ବିଭିନ୍ନ ପରାମର୍ଶ ଦେଇ କୃତୀ ଛାତ୍ରୀଛାତ୍ର ଓ ଦେଶମାତୃକା ପାଇଁ ସଂଗ୍ରାମ କରିଥିବା ସେନା କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଏହାକୁ ଦୀପକ ସାହୁ, ଚୈତନ୍ୟ ରେଡ୍ଡୀ, ରବୀନ୍ଦ୍ର ଗୌଡ଼ଙ୍କ ସମେତ ୟଥ୍‌ ଫର୍‌ ଭିଲେଜର ସମସ୍ତ ସଭ୍ୟ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ: ଅଟକିଲା ଆମ୍ବୁଲାନ୍ସ, ଗାଡି ପାଉ ନ ଥିଲେ ଲୋକେ

ନୂଆପଡ଼ା,୮ା୧୧ (ମକାରୁ ବେମାଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ଶୋରେ ନୂଆପଡ଼ା ସହରର ଏକତା ଛକ ଓ ଖରିଆର ରୋଡ୍‌ ଏନ୍‌ଏସରେ ପ୍ରବଳ ଭିଡ଼...

ଭାରତକୁ ଆଖି ଦେଖାଇଲା ପାକିସ୍ତାନ! ବାଂଲାଦେଶରୁ କଲା ଗର୍ଜନ…

ଢାକା,୯।୧୧: ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେବା ପରଠାରୁ, ପାକିସ୍ତାନ ସହିତ ବାଂଲାଦେଶର ସମ୍ପର୍କରେ ଯଥେଷ୍ଟ ଉନ୍ନତି ଆସିଛି। ଏହା ପ୍ରଥମ ଥର ପାଇଁ...

ରାତି ପାହିଲେ ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ: ପୂର୍ବରୁ ୨୫୬ଟି ଅଭିଯୋଗ ଶୁଣି କରିଥିଲେ ରେକର୍ଡ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସର ମଧ୍ୟରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷନ ଏବଂ ଏଏସ୍‌ପି ହରିଶ ବିସିଙ୍କ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ...

ମ୍ୟାନ ଅଫ ଦି ମ୍ୟାଚ ଖେଳାଳି କେତେ ଟଙ୍କା ପାଆନ୍ତି? ଏହା ମ୍ୟାଚ ଫି ଠାରୁ କେତେ କମ

ନୂଆଦିଲ୍ଲୀ,୯।୧୧: ନିକଟରେ, ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମହିଳା ODI ବିଶ୍ୱକପ ଜିତିଥିଲା। ଫାଇନାଲ ମ୍ୟାଚରେ, ଶାଫାଲି ବର୍ମା ଏକ ଚମତ୍କାର ଇନିଂସ...

ଦାରିଙ୍ଗବାଡିରେ ଖସୁଛି ପାରଦ: ୨ ଦିନ ହେଲା ଶୀତ, ନିଆଁ ଲଗାଇ ବସୁଛନ୍ତି…

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ...

ବିଜେଡି, ଭାଜପାର ରୋଡ୍‌ ଶୋ’କୁ ନେଇ ଚର୍ଚ୍ଚା

ନୂଆପଡ଼ା,୯ା୧୧(ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ। ରବିବାର ପ୍ରଚାର ଶେଷ ହୋଇଯିବ। ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ି ଚାଲିଯିବାକୁ ବାହାର ନେତା...

ନୂଆପଡ଼ା ଉପନିର୍ବାଚନ ବିଜୟ ପାଇଁ ପ୍ରମୁଖ ଦଳର କସରତ୍‌

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ...

ଘାସିରାମ ନିଷ୍କଳଙ୍କ: ଚେୟାରମ୍ୟାନ ଥାଇ ନିଜ ବିଡିଓଙ୍କୁ ଧରାଇଥିଲେ ଭିଜିଲାନ୍ସ ହାତରେ

ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri