ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ: ୩୬ କୋଟିରୁ ଉର୍ଦ୍ଧ୍ୱ ଅଚଳ ଟଙ୍କା ଜବତ


ନୂଆଦିଲ୍ଲୀ, ୮।୧୧: ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ବିପୁଳ ପରିମାଣର ଅଚଳ ଟଙ୍କା ଦିଲ୍ଲୀର କର୍ନଟପ୍ଲେସ୍‌ ଅଞ୍ଚଳରୁ ଜବତ କରାଯାଇଛି। ଏସବୁ ଟଙ୍କା ୪ଟି ଗାଡିରେ ବୋଝେଇ ହୋଇ ଯାଉଥିଲା। ଦେଶରେ ଆତଙ୍କବାଦୀ ଗତିବିଧ ସକ୍ରୀୟ ପାଇଁ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ ଏହା ଯୋଗାଇ ଦିଆଯାଇଥିଲା ବୋଲି ଏନ୍‌ଆଇଏ ପକ୍ଷରୁ କୁହାଯାଇଛି। ଜୈଶ୍‌-ଏ-ମହମ୍ମଦ୍‌ ଓ ଲଶ୍କର-ଇ-ତୋଇବା ଭଳି ସଂଗଠନକୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ଏହା ବ୍ୟବହାର କରୁଥିବା ଏନ୍‌ଆଇଏ କହିଛି। ମୋଟ୍‌ ୩୬,୩୪,୨୮,୫୦୦ ଟଙ୍କା ଜବତ ହୋଇଥିବାବେଳେ ଏହି ଘଟଣାରେ ଜଣେ କନେଷ୍ଟବଳଙ୍କ ସମେତ ୯ଜଣଙ୍କୁ ଗିରଫ କରାଯାଇଛି। ବିମୁଦ୍ରୀକରଣ ପରେ ଅଚଳ ଟଙ୍କା ଆତଙ୍କବାଦୀ ସଂଗଠନ ବ୍ୟବହାର କରିପାରି ନ ଥିବା କୁହାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri