ଜୟପୁରରେ ଟ୍ରାନ୍ସଫର୍ମର ଫାଟିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି


ଜୟପୁର, ୧।୧୧: ରାଜସ୍ଥାନର ଜୟପୁର ନିକଟସ୍ଥ ଖଟଲୋଇ ଗ୍ରାମରେ ମଙ୍ଗଳବାର ରାତିରେ ବିବାହ କାର୍ଯ୍ୟକ୍ରମ ସମୟରେ ଟ୍ରାନ୍ସଫର୍ମର ଫାଟିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ମୃତକମାନଙ୍କ ମଧ୍ୟରେ ଜଣେ ଶିଶୁ ଓ ୪ଜଣ ମହିଳା ଅଛନ୍ତି। ଘଟଣାରେ ଗୁରୁତର ଭାବେ ପୋଡି ଯାଇଥିବା ଅନ୍ୟ ୭ଜଣ ଏସଏମଏସ୍‌ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମେତ ଅନ୍ୟ ବିଜେପି ନେତା ବୁଧବାର ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଘଟଣାରେ ଉତ୍‌କ୍ଷିପ୍ତ ଲୋକେ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ସହ ୨୦ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ଏହା ସହ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଥିଲେ। ପରେ ଜିଲାପାଳ ସିଦ୍ଦାର୍ଥ ମହାଜନ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବା ସହ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୃତି ଦେବା ପରେ ପରିସ୍ଥିତି ଶାନ୍ତ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri