କର୍ଣ୍ଣାଟକରେ ରହୁଥିବା ଲୋକେ କନ୍ନଡ ଶିଖନ୍ତୁ: ମୁଖ୍ୟମନ୍ତ୍ରୀ


କର୍ଣ୍ଣାଟକ,୧।୧୧: କର୍ଣ୍ଣାଟକରେ ରହୁଥିବା ଲୋକେ କନ୍ନଡ ଶିଖିବା ଉଚିତ ବୋଲି ବୁଧବାର ୬୨ତମ କର୍ଣ୍ଣାଟକ ସମାରୋହରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଛନ୍ତି। ତାଙ୍କ କହିବା କଥା ହେଲା କ୍ଷେତ୍ରୀୟ ଭାଷା ନ ଶିଖିବାର ଅର୍ଥ ଏହାକୁ ଅପମାନ କରିବା। କର୍ଣ୍ଣାଟକର ସବୁ ସ୍କୁଲରେ କନ୍ନଡଭାଷାକୁ ବାଧ୍ୟତାମୂଳକ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଯଦିଓ ଅନ୍ୟ ଭାଷା ଶିଖିବାରେ କଟକଣା ନାହିଁ କନ୍ନଡ ଭାଷାର ସଂରକ୍ଷଣକୁ ଦୃଷ୍ଟିରେ ରଖି ସେ ଏହା କହିଥିବା ସ୍ପଷ୍ଟ କରିଛନ୍ତି। ବିଗତ ୬୦ବର୍ଷ ହେବ କନ୍ନଡ ଭାଷାକୁ କର୍ଣ୍ଣାଟକ ପ୍ରାଥମିକତା ଦେବାରେ ଅସଫଳ ହୋଇଛି। ତେଣୁ ଏବେଠାରୁ ଆମେ ଏଥିପ୍ରତି ଯତ୍ନବାନ ହେବା ଉଚିତ ବୋଲି ସେ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri