ବଦଳିବ ଟ୍ରେନର ଗତି


ନୂଆଦିଲ୍ଲୀ,୧।୧୧: ଭାରତୀୟ ରେଳବାଇ ତା’ର ପରିବର୍ତ୍ତିତ ସମୟ ସାରଣୀ ଜାରି କରିଛି। ଏଥିରେ ୯୦ଟି ଟ୍ରେନକୁ ସୁପରଫାଷ୍ଟ କରାଯାଇଛି। ରେଳବାଇର ଏହି ପଦକ୍ଷେପ ଫଳରେ ଜଣେ ଯାତ୍ରୀ କମ୍‌ ସମୟ ମଧ୍ୟରେ ତା’ର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବ। ଏଥିପାଇଁ ୧୫ ମିନିଟରୁ ନେଇ ୨ଘଣ୍ଟା ପର୍ଯ୍ୟନ୍ତ ସମୟ କମ କରିଦିଆଯାଇଛି। ଭାରତୀୟ ରେଳବାଇ ଲମ୍ବା ଦୂରତା ଅତିକ୍ରମ କରୁଥିବା ୭୦୦ ଟ୍ରେନର ଯାତ୍ରା ଅବଧିକୁ କମ କରିଦେଇଛି। ସୂଚନାଯୋଗ୍ୟ ୩ବର୍ଷ ଭିତରେ ରେଳବାଇ ପାଖାପାଖି ୧୫୦ଟି ଟ୍ରେନକୁ ସୁପରଫାଷ୍ଟ ଟ୍ରେନର ମାନ୍ୟତା ଦେଇଛି। ତେବେ ସୁପରଫାଷ୍ଟ ହେବା ପରେ ସ୍ଲିପରରେ ୩୦ଟଙ୍କା ଓ ଏସିରେ ୪୫ରୁ ୭୫ଟଙ୍କା ଅଧିକ ଦେବାକୁ ପଡୁଛି ଯାତ୍ରୀଙ୍କୁ। ଅର୍ଥାତ୍‌ ଟ୍ରେନର ଗତି ବଢିବା ପରେ ଏହା ଗ୍ରାହକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ ବୋଲି କୁହାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri