ନୂଆଦିଲ୍ଲୀ, ୨୪।୭:  ଏଣିକି ପାସପୋର୍ଟ ପାଇଁ ଜନ୍ମ ପ୍ରମାଣପତ୍ରର ଆବଶ୍ୟକ ହେବନାହିଁ। ଆବେଦନକାରୀ ଆଧାର, ପ୍ୟାନ କାର୍ଡ, ଭୋଟର ପରିଚୟପତ୍ର, ସ୍କୁଲ ଲିଭିଂ ସାର୍ଟିଫିକେଟ୍, ମାଟ୍ରିକ ସାର୍ଟିଫିକେଟ୍, ଡ୍ରାଇଭିଂ ଲାଇସେନ୍ସ,, ଏଲଆଇସି ବଣ୍ଡକୁ ସେମାନଙ୍କର ଜନ୍ମ ପ୍ରମାଣପତ୍ର ଭାବରେ ଦାଖଲ କରିପାରିବେ । ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ସର୍ଭିସ ରେକର୍ଡ, ପେନସନ ରେକର୍ଡକୁ ପ୍ରମାଣପତ୍ର ଭାବରେ ବ୍ୟବହାର କରିପାରିବେ। ଏ ନେଇ ସରକାର ପାସପୋର୍ଟ ନିୟମ ୧୯୮୦ରେ ପରିବର୍ତ୍ତନ ଆଣିଛନ୍ତି। ପୂର୍ବରୁ ଏହି ନିୟମ ଅନୁସାରେ ୧୯୮୯ ଜାନୁଆରୀ ୨୬ରେ କିମ୍ବା ଏହା ପରେ ଜନ୍ମଗ୍ରହଣ କରିଥିବା ଆବେଦନକାରୀଙ୍କୁ ଜନ୍ମ ପ୍ରମାଣପତ୍ର ଦାଖଲ କରିବାକୁ ପଡୁଥିଲା। ଏହା ସହିତ ସରକାର ୬୦ରୁ ଅଧିକ ଓ ୮ବର୍ଷରୁ କମ ବୟସ୍କଙ୍କ ପାସପୋର୍ଟ ତିଆରିରେ ୧୦ ପ୍ରତିଶତ ରିହାତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

"/>

ପାସପୋର୍ଟ ପାଇଁ ଆବଶ୍ୟକ ନୁହେଁ ଜନ୍ମ ପ୍ରମାଣପତ୍ର

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri