ମୋନ୍ଥା ପ୍ରଭାବ: କୂଳ ଲଂଘିଲା ସମୁଦ୍ର, ଭୁଶୁଡ଼ିଲା ୩ ଘର

ଖଲ୍ଲିକୋଟ,୨୮।୧୦: ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ଭୀଷଣ ବାତ୍ୟା ‘ମୋନ୍ଥା’। ଘଣ୍ଟା ପ୍ରତି ୧୨ କିମି ବେଗରେ ଗତି କରି ସ୍ଥଳଭାଗ ନିକଟତର ହେଉଛି। ବାତ୍ୟା ‘ମୋନ୍ଥା’ ମଛଲିପଟନମଠାରୁ ୧୪୦ କିମି ଦୂରରେ ରହିଥିବା ବେଳେ କାକିନାଡ଼ାଠାରୁ ୨୪୦ କିମି, ଗୋପାଳପୁର ଠାରୁ ୫୩୦ କିମି ଦୂରରେ ରହିଛି। ମଙ୍ଗଳବାର ସନ୍ଧ୍ୟା କିମ୍ବା ରାତିରେ ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ମୋନ୍ଥା ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଲ୍ୟାଣ୍ଡଫଲ ବେଳେ ପବନର ସର୍ବାଧିକ ବେଗ ୧୧୦ କିମି ରହିବ ବୋଲି ଆକଳନ କରାଯାଇଛି।

‘ମୋନ୍ଥା’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗି ରହିଛି। ଏଭଳିସ୍ଥିତିରେ ଗଞ୍ଜାମ ବ୍ଲକ ପୋଡ଼ମପେଟା ଗାଁରେ ସମୁଦ୍ର କୂଳ ଲଂଘିବା ସହ ପାଣି ମାଡ଼ି ଆସିଛି। ଫଳରେ ୩ଟି ଘର ଭୁଶୁଡ଼ି ପଡିଥିବା ସୂଚନା ମିଳିଛି। ଖବର ପାଇ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭିତ ହୋଇପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିରାଗ ହେବେ ଉପ ମୁଖ୍ୟମନ୍ତ୍ରୀ! ବଡ ଭବିଷ୍ୟବାଣୀ କଲେ ବରିଷ୍ଠ ଖବରଦାତା

ପାଟନା,୧୭।୧୧: ୨୦୨୦ ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ହାସଲ କରିଥିଲା ଏବଂ ମହାଗଠବନ୍ଧନ ଏକ ବଡ଼ ପରାଜୟ ବରଣ କରିଥିଲା। ଲୋକ...

ପୋଖରୀ ଭିତରେ ପଶିଗଲା ବିସ୍କୁଟ ବୋଝେଇ ଟ୍ରକ୍‌: ଆଉ ତା’ପରେ ଘଟିଲା…

ବଲାଙ୍ଗିର,୧୭।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ସମ୍ବଲପୁର ରୋଡ଼ ଛତାମଖନା ଗ୍ରାମ ନିକଟ ୨୬ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ ଥିବା ଏକ ପୋଖରୀକୁ ଭାରସାମ୍ୟ ହରାଇ ଏକ...

ସ୍ବାମୀଙ୍କଠାରୁ ପାଇଲେ ଧୋକା, ChatGPT ପ୍ରେମିକଙ୍କ ସହ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଟୋକିଓ,୧୭ା୧୧: ଜାପାନରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୨ ବର୍ଷୀୟା ମହିଳା ChatGPTରେ ତାଙ୍କ ଭର୍ଚୁଆଲ ପ୍ରେମିକଙ୍କୁ ବିବାହ କରିଛନ୍ତି। ସେ...

ତେଜରାତି ଦୋକାନରୁ ବିଦେଶୀ ମଦ ଜବତ: ଜଣେ ଗିରଫ

ପରଜଙ୍ଗ,୧୭।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ ରୋଡ ଗ୍ରାମରେ ଥିବା ପ୍ରାଥମିକ ସ୍କୁଲ ନିକଟରେ ଥିବା ଏକ ତେଜରାତି ଦୋକାନରେ...

ଚିରାଗଙ୍କ ଦଳରୁ ୩ ବିଧାୟକ ହେବେ ମନ୍ତ୍ରୀ, ଜାଣନ୍ତୁ କେଉଁମାନେ ଅଛନ୍ତି ରେସ୍‌ରେ

ପାଟନା,୧୭।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ NDAର ବିପୁଳ ବିଜୟ ପରେ, ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି (ସୋମବାର), ମୁଖ୍ୟମନ୍ତ୍ରୀ ନୀତୀଶ...

IND A vs PAK A: ନମନ ଧିରଙ୍କୁ ଆଉଟ କଲା ପରେ ଏମିତି ଅଭଦ୍ର ଇସାରା କଲେ ପାକିସ୍ତାନ ଖେଳାଳି, ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ,୧୭।୧୧: ପୁରୁଷ ରାଇଜିଂ ଷ୍ଟାର ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ A ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବିବାଦରେ ଫସି ରହିଛି। ଦୋହାରେ ଖେଳାଯାଇଥିବା...

ଏହି କାରଣରୁ ହୋଇପାରେ ଡାଇବେଟିସ୍‌: ହୋଇଯାନ୍ତୁ ସାବଧାନ

ପୃଥୁଳତା ଏବଂ ଡାଇବେଟିସ୍‌ ମଧ୍ୟରେ ଯେ ପ୍ରତ୍ୟକ୍ଷ ସମ୍ବନ୍ଧ ରହିଛି। ଅବଶ୍ୟ ଅଧିକାଂଶ ଡାଇବେଟିସ୍‌ ରୋଗୀଙ୍କ କ୍ଷେତ୍ରରେ ଏଥିରେ ବଂଶଗତ ପ୍ରଭାବ ପରିଲକ୍ଷିତ ହୋଇଥାଏ। ପୃଥୁଳତା...

ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଂସ ଚୟନ

ବରଗଡ଼,୧୭।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ ଦିନ...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri