Posted inଖେଳ

ମହମ୍ମଦ ଶାମିଙ୍କ ଟେଷ୍ଟ କ୍ୟାରିୟର ଶେଷ! ଦକ୍ଷିଣ ଆଫ୍ରିକା ଟେଷ୍ଟ୍ ଦଳରୁ ବାଦ୍ ପଡ଼ିବା ପରେ ଚର୍ଚ୍ଚା

ମୁମ୍ବାଇ,୫।୧୧: ଭାରତର ଶ୍ରେଷ୍ଠ ଦ୍ରୁତ ବୋଲରମାନଙ୍କ ମଧ୍ୟରେ ଅନ୍ୟତମ ଥିବା ମହମ୍ମଦ ଶାମିଙ୍କୁ ଆସନ୍ତା ନଭେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ମୁଖ୍ୟ ଟେଷ୍ଟ୍ ଦଳ କିମ୍ବା ଇଣ୍ଡିଆ ‘ଏ’ ଦଳ କୌଣସିରେ ବି ତାଙ୍କ ନାମ ନାହିଁ।

ପିଟିଆଇ ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତାମାନେ ଶାମିଙ୍କ ଶରୀର ଟେଷ୍ଟ୍ କ୍ରିକେଟ୍‌ର କଠିନତା ଏବଂ ଲମ୍ବା ସ୍ପେଲ୍ ବୋଲିଂ କରିବାକୁ ସକ୍ଷମ କି ନୁହେଁ, ସେଥିରେ ଅନିଶ୍ଚିତ ଅଛନ୍ତି।

ତେବେ ଶାମି (୩୫ ବର୍ଷ) ବିଶ୍ୱକପ୍ ୨୦୨୩ ପରେ ଆହତରୁ ଫେରି ନିୟମିତ ଭାବେ ଘରୋଇ କ୍ରିକେଟ୍ ଖେଳୁଛନ୍ତି। ସେ ନିକଟରେ ବେଙ୍ଗଲ ପାଇଁ ଖେଳିଥିବା ୩ଟି ରଣଜୀ ଟ୍ରଫି ମ୍ୟାଚ୍‌ରେ ୯୩ ଓଭର ବୋଲିଂ କରି ୧୫ରୁ ଅଧିକ ୱିକେଟ୍ ନେଇଥିଲେ ମଧ୍ୟ ଚୟନକର୍ତ୍ତା ତାଙ୍କୁ ସାମିଲ କରି ନାହାଁନ୍ତି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଶାମି ତାଙ୍କ ଫିଟ୍‌ନେସ୍ ବିଷୟରେ ଦେଇଥିବା କିଛି ବୟାନ ମଧ୍ୟ ହୁଏତ ତାଙ୍କ ଚୟନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଇପାରେ।

ଦକ୍ଷିଣ ଆଫ୍ରିକା ସିରିଜ୍ ପରେ ଭାରତ ଅତି କମରେ ଛଅ ମାସ ପାଇଁ କୌଣସି ଟେଷ୍ଟ୍ ମ୍ୟାଚ୍ ଖେଳିବ ନାହିଁ। ତେଣୁ ଏହି ବାଦ୍ ପଡ଼ିବା ପରେ ତାଙ୍କର ଟେଷ୍ଟ୍ କ୍ୟାରିୟର ପ୍ରାୟ ଶେଷ ହୋଇଯାଇଥିବା ଚର୍ଚ୍ଚା ହେଉଛି।

ବର୍ତ୍ତମାନର ଜସପ୍ରିତ୍ ବୁମରା, ମହମ୍ମଦ ସିରାଜ, ଆକାଶ ଦୀପ ଏବଂ ପ୍ରସିଦ୍ଧ କୃଷ୍ଣଙ୍କୁ ନେଇ ଭାରତୀୟ ଦ୍ରୁତ ବୋଲିଂ ବିଭାଗ ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND A vs PAK A: ନମନ ଧିରଙ୍କୁ ଆଉଟ କଲା ପରେ ଏମିତି ଅଭଦ୍ର ଇସାରା କଲେ ପାକିସ୍ତାନ ଖେଳାଳି, ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ,୧୭।୧୧: ପୁରୁଷ ରାଇଜିଂ ଷ୍ଟାର ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ A ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବିବାଦରେ ଫସି ରହିଛି। ଦୋହାରେ ଖେଳାଯାଇଥିବା...

ପାତ୍ର ଥିଲେ ସିନା

ବିହାର ବିଧାନସଭା ନିର୍ବାଚନ ଫଳ ଭାରତୀୟ ରାଜନୈତିକ ଇତିହାସ ପାଇଁ ଏକ ନୂଆ ପାଣ୍ଡୁଲିପି ଲେଖିଛି। ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ରହିଥିବା ନୀତିଶ କୁମାର...

କ୍ୟାଚ୍‌ ଧରିବା ପରେ ବି ନଟ୍‌ଆଉଟ୍‌…ଭାରତ-ପାକିସ୍ତାନ ମ୍ୟାଚ୍‌ବେଳେ ହାଇଭୋଲଟେଜ୍‌ ଡ୍ରାମା

ନୂଆଦିଲ୍ଲୀ,୧୭।୧୧: ୨୦୨୫ ମସିହାରେ ଏସିଆ କପ ରାଇଜିଂ ଷ୍ଟାର୍ସରେ ଏକ ହାଇଭୋଲଟେଜ ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଏକ ବଡ଼ ବିବାଦ...

ଆଜି ଢେଙ୍କାନାଳ ବନ୍ଦ: ଟିପିସିଓଡିଏଲ୍‌ର ଶୋଷଣକୁ ନେଇ ପ୍ରତିବାଦ

ଢେଙ୍କାନାଳ,୧୭ା୧୧(ରତନ ନାୟାର):ଟିପିସିଓଡିଏଲ୍‌ର ଶୋଷଣ ପ୍ରତିବାଦରେ ବିଦ୍ୟୁତ୍‌ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ଢେଙ୍କାନାଳ ପକ୍ଷରୁ ଜିଲା ଓକିଲ ସଂଘ ଆବାହକତ୍ୱରେ ସୋମବାର ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି।...

ମେକ୍ସିକୋରେ ବିକ୍ଷୋଭ ବେଳେ ହିଂସା

ମେକ୍ସିକୋ ସିଟି,୧୭ା୧୧: ମିଚୋଆକାନ୍‌ ମେୟର କାର୍ଲୋସ ମାଞ୍ଜୋଙ୍କୁ ହତ୍ୟା ଘଟଣା ପରେ ମେକ୍ସିକୋରେ ଜେନ୍‌ ଜି ଆନ୍ଦୋଳନ ଜୋର୍‌ଦାର ହୋଇଛି। ସାରା ମେକ୍ସିକୋରେ ଅନେକ ହଜାର...

ଦିଲ୍ଲୀ ବିସ୍ଫୋରଣ: ରହସ୍ୟରେ ୯ ଏମ୍‌ଏମ୍‌ ଗୁଳି

ନୂଆଦିଲ୍ଲୀ,୧୭ା୧୧(ଏଜେନ୍ସି):ନଭେମ୍ବର ୧୦ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଲାଲ୍‌କିଲ୍ଲା ନିକଟରେ ଏକ ବଡ଼ଧରଣର ବିସ୍ଫୋରଣରେ ଥରି ଉଠିଥିଲା ଜାତୀୟ ରାଜଧାନୀ। ଚାହୁଁ ଚାହୁଁ ୧୩ ଜଣଙ୍କ ମୃତ୍ୟୁ ଘଟିବା...

ହସ୍ପିଟାଲଲରୁ ଡିସ୍‌ଚାର୍ଜ ହେଲେ ଶୁବମନ

କୋଲକାତା,୧୬ା୧୧: ଭାରତ ଅଧିନାୟକ ଶୁବମନ ଗିଲ୍‌ ରବିବାର ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ହେଲେ ସେ ଗୌହାଟି ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଦକ୍ଷିଣ...

ଦିଲ୍ଲୀ କାର୍ ବିସ୍ଫୋରଣ: କାର୍ ଯୋଗାଇଥିବା ସହଯୋଗୀ ଗିରଫ

ନୂଆଦିଲ୍ଲୀ,୧୬ା୧୧: ଦିଲ୍ଲୀରେ ନଭେମ୍ବର ୧୦ ତାରିଖରେ ରେଡ୍ ଫୋର୍ଟ ନିକଟରେ ହୋଇଥିବା କାର୍ ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ଏକ ବଡ଼ ସଫଳତା ମିଳିଛି। ଏହି...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri