ବିଫଳ ପ୍ରେମିକଙ୍କ ବର୍ବର କାଣ୍ଡ: ଘରେ କେହି ନ ଥିବାବେଳେ ନାବାଳିକାଙ୍କୁ ନିର୍ମମ ଭାବେ କଲେ ହତ୍ୟା

ଗୋପାଳପୁର,୧ା୫(ନବୀନ ରାଜ ଆଚାରୀ): ଗୋପାଳପୁର ଥାନା ଅଞ୍ଚଳରେ କିଛିଦିନ ହେବ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ନାବାଳିକା ବଳାତ୍କାର,ଚୋରି, ଡକାୟତି ରାହାଜାନି ଓ ଜୁଆଆଡ୍ଡା ବୃଦ୍ଧି ହେବା ସହ ଅଶାନ୍ତ ହୋଇପଡ଼ିଛି ଗୋପାଳପୁର। ସାଧାରଣ ଲୋକ ସୁରକ୍ଷିତ ମାନୁନାହାନ୍ତି। ଏକତରଫା ପ୍ରେମରେ ବିଫଳ ହେବା ପରେ ଗୁରୁବାର ଭୋର ସମୟରେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଜଣେ ନାବାଳିକା ଘରେ ପଶି ବ୍ଲେଡ୍‌ ଓ ଶାବଳରେ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ନୂଆ କରାପୁଲୀ ଗ୍ରାମର ଜଣେ ନାବାଳିକା।

ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ଅନ୍ତରବାଟିଆ ଗ୍ରାମର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ମୁନା ଖାନ ନୂଆ କରାପୁଲୀ ଗ୍ରାମର ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ l ଗତ ୬ ମାସ ବିଭିନ୍ନ ସମୟରେ ଫୋନ୍‌ କରି ନାବାଳିକାଙ୍କୁ ହଇରାଣ ହରକତ ମଧ୍ୟ କରୁଥିଲେ। ଗତ ମାର୍ଚ୍ଚ ୨୭ରେ ଉଭୟ ଗ୍ରାମର ଭଦ୍ରଲୋକ ଉପସ୍ଥିତ ରହି ସମାଧାନ ହୋଇଥିଲା। କିନ୍ତୁ ମୁନା ନାବାଳିକାଙ୍କ ପିଛା ଛାଡ଼ି ନ ଥିଲେ। ନାବାଳିକା ବାପା ମା’ ହୋଟେଲ କରି ପରିବାର ଚଳାନ୍ତି। ସବୁଦିନ ପରି ନାବାଳିକାଙ୍କ ବାପା ଓ ମା ଗୁରୁବାର ଭୋର୍‌ ୪ଟାରେ ହୋଟେଲ ଖୋଲିବାକୁ ନାବାଳିକା ଘରେ ଏକୁଟିଆ ଥିଲେ। ସକାଳ ୭.୩୦ରେ ନାବାଳିକାଙ୍କ ଭାଇ ଟିଫିନ ଧରି ଘର କବାଟ ବାଡ଼େଇ ମଧ୍ୟ କବାଟ ଖୋଲି ନଥିଲେ। ଭାଇ ଜଣଙ୍କ ପୁଣି ବାପା ଓ ମା’ଙ୍କୁ ଭଉଣୀ କବାଟ ଖୋଲୁ ନ ଥିବା ନେଇ କହିଥିଲେ। ନାବାଳିକା ବାପା,ମା ଓ ଭାଇ ଘର ବାରି ପଟୁ ଘରେ ପ୍ରବେଶ କରି ଦେଖିବା ବେଳେ ଝିଅର ହାତକୁ ବ୍ଲେଡ୍‌ କାଟିବା ସହ ମୁଣ୍ଡକୁ ଶାବଳରେ ନିର୍ମମ ଭାବେ ହତ୍ୟା କରିଥିଲେ। ମୁନା ଘଟଣା ଘଟେଇ ପରେ ଘରକୁ ଯାଇ ବାପା ଓ ମା’ଙ୍କୁ ଉକ୍ତ ନାବାଳିକାଙ୍କୁ ହତ୍ୟା କରିଥିବା ନେଇ କହି ଫେରାର ହୋଇଯାଇଥିଲେ।

ଖବର ପାଇ ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ ଏମ୍‌, ବ୍ରହ୍ମପୁର ସଦର ଏସ୍‌ଡିପିଓ ଶୁଭ୍ରାଂଶୁ ପରିଡ଼ା ଗୋପାଳପୁର ଥାନା ପୋଲିସ ଘଟଣା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିଥିବା ସୂଚନା ମିଳିଛି। ନାବାଳିକାଙ୍କ ବାପା ପ୍ରଫୁଲ୍ଲ ଝିଅକୁ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତ ନାବାଳିକାଙ୍କ ମୃତଦେହ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଥାନାରେ ହତ୍ୟାକାରୀ ଏବଂ ତାଙ୍କ ସହଯୋଗୀଙ୍କୁ ପୋଲିସ ଅଟକ ରଖି ପଚାରଉଚରା ଜାରିରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri