ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ବନ ବିଭାଗର ଚଢ଼ାଉ


୩ ମୃତ ବିଦେଶୀ ପକ୍ଷୀ ଜବତ

ଶିକାରୀ ଚମ୍ପଟ

ବ୍ରହ୍ମଗିରି,୭।୧୨(ଡି.ଏନ୍‌.ଏ.)-ଚିଲିକା ତଟବର୍ତ୍ତୀ ବ୍ରହ୍ମଗିରିର ବିଭିନ୍ନ ସ୍ଥାନରେ ଅବାଧ ପକ୍ଷୀ ଶିକାର ଚାଲିଛି। ଏବେ ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବାବେଳେ ଶିକାରୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ବିଲ, ଜଳାଶୟମାନଙ୍କରେ ଥିବା କଇଁନାଡ଼, ବେଣ୍ଟ ଆଦିରେ କୀଟନାଶକ ପକାଇ ବେଆଇନ ଭାବେ ପକ୍ଷୀ ଶିକାର କରୁଛନ୍ତି। ଏ ନେଇ ପକ୍ଷୀପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଗୁରୁବାର ବ୍ରହ୍ମଗିରି ରେଞ୍ଜର ଏକ ଟିମ୍‌ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରି ୩ ମୃତ ବିଦେଶୀ ପକ୍ଷୀ ଜବତ କରିଛି। ଶୀତର ପ୍ରକୋପ ଅନୁଭୂତ ହେଲେ ମୁଖ୍ୟତଃ ଚିଲିକା ଏବଂ ଚିଲିକାକୂଳିଆ ଚାଷଜମି ଓ ଜଳାଶୟମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ। ପ୍ରତିବର୍ଷ ଖଜୁରିଆର ଘଟକୁଡ଼ି, ବୁଢ଼ାକେରା, ଜଗଦଳ, ହରିଦାସ, ବାଘଲାଞ୍ଜି, କରିମପୁର, ବରକୁଦି ଆଦି ଗଁା ନିକଟସ୍ଥ ଚାଷଜମି ଓ ଜଳାଶୟମାନଙ୍କୁ ଶହ ଶହ ସଂଖ୍ୟାରେ ବିଦେଶୀ ପକ୍ଷୀ ଖାଦ୍ୟ ଅନ୍ବେଷଣରେ ଚାଲିଆସନ୍ତି, ଯାହାର ସୁଯୋଗ ନେଇ ଶିକାରୀମାନେ ପକ୍ଷୀ ଶିକାର କରିବାକୁ ତତ୍ପର ହୋଇଉଠନ୍ତି। ଜାଲ କିମ୍ବା ଫାଶ ପକାଇ ଏବଂ କୀଟନାଶକ ପ୍ରୟୋଗ କରି ଉଭୟ ଜୀବନ୍ତ ଓ ମୃତ ପକ୍ଷୀ ଧରନ୍ତି। ତେବେ ଡିସେମ୍ବର ମାସ ଆରମ୍ଭରୁ କେତେକ ସ୍ଥାନରେ ପକ୍ଷୀ ଶିକାରକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବିଭିନ୍ନ ଆଡ଼ୁ ଅଭିଯୋଗ ଆସିବା ପରେ ଗୁରୁବାର ସକାଳୁ ବ୍ରହ୍ମଗିରି ରେଞ୍ଜର ଭାରପ୍ରାପ୍ତ ଅଧିକାରୀ ଦେବରାଜ ଜାଲିଙ୍କ ତତ୍ତ୍ୱାବଧାନରେ ଏକ ଟିମ୍‌ ଉକ୍ତ ସ୍ଥାନମାନଙ୍କରେ ଚଢ଼ାଉ କରିଥିଲା। ଘଟକୁଡ଼ିଠାରେ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଶିକାରୀ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରୁ କର୍ମଚାରୀମାନେ ୩ ମୃତ ବିଦେଶୀ ପକ୍ଷୀଙ୍କୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇଛନ୍ତି। କୀଟନାଶକ ଖାଇ ପକ୍ଷୀଙ୍କ ମୃତ୍ୟୁ ଘଟିଥିବା ରେଞ୍ଜ ଅଧିକାରୀ ଜାଲି କହିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri