ଦୟାନିଧି ନାୟକ ବାଣୀବିହାରର ନୂଆ କୁଳସଚିବ


ଭୁବନେଶ୍ୱର, ୭।୧୨(ବ୍ୟୁରୋ)- ଉକତ୍ଳ ବିଶ୍ୱବିଦ୍ୟାଳୟ (ବାଣୀବିହାର)ର ନୂତକ କୁଳସଚିବ ଭାବେ ଓଏଏସ୍‌ ଅଧିକାରୀ ଦୟାନିଧି ନାୟକ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ଓଡିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗର ସହସଚିବ ଭାବେ କାର୍ଯ୍ୟ କରୁଥିଲେ। କୁଳସଚିବ ଭାବେ କାର୍ଯ୍ୟରେ ଯୋଗଦେବା ପରେ ବିଭିନ୍ନ ଛାତ୍ର ସଙ୍ଗଠନ ଏବଂ କର୍ମଚାରୀ ସଙ୍ଗଠନ କର୍ମକର୍ତ୍ତା ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଛାତ୍ର ନେତା ସୌମ୍ୟରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଛାତ୍ରୀଛାତ୍ରମାନେ କୁଳସଚିବଙ୍କୁ ଭେଟି କେତେକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ବାଣୀବିହାରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରିବା ସହ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କୁଳସଚିବ ଛାତ୍ରୀଛାତ୍ରମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri