ସ୍ତ୍ରୀ ପୋଲିସ ବୋଲି ଫାଇଦା ନେଉଥିଲେ ସ୍ବାମୀ


ଏକାଧିକ ଦେହଜୀବୀଙ୍କ ସହ ସମ୍ପର୍କ ରଖିବାକୁ ଜିଦ କରି ଛେଚା ଖାଇଲେ

ଭୁବନେଶ୍ୱର, ୭।୧୨(ବ୍ୟୁରୋ)- ପୋଲିସ ପରିଚୟ ଦେଇ ଜଣେ ଦେହଜୀବୀଙ୍କ ସହିତ ଯୌନ ସମ୍ପର୍କ ରଖିଲେ। କିନ୍ତୁ ସେଥିରେ ମନ ଶାନ୍ତି ହେଲାନି। ଜଣେ ନୁହେଁ, ଏକାଧିକ ଦେହଜୀବୀଙ୍କ ସହିତ ସମ୍ପର୍କ ରଖିବାକୁ ଜିଦ କଲେ। ଯଦି ଇଚ୍ଛା ପୂରଣ ନ କର, ତେବେ ଏଠାରେ ଚଢ଼ାଉ କରି ଦେହ ବ୍ୟବସାୟ ବନ୍ଦ କରିଦେବି ବୋଲି ଧମକ ଦେଲେ। ଏଭଳି ପାଗଳାମି ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ପଡ଼ିଛି। ଶେଷରେ ଦେହଜୀବୀ ଏବଂ କେତେଜଣ କିନ୍ନରଙ୍କଠାରୁ ସେ ନିସ୍ତୁକ ଛେଚା ଖାଇଛନ୍ତି। ସ୍ତ୍ରୀ ପୋଲିସ ଚାକିରି କରିଥିବାରୁ ତାହାର ଫାଇଦା ଉଠାଇ ବ୍ୟକ୍ତି ଜଣକ ଏଭଳି କାରନାମା କରିଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ସତ୍‌ସଙ୍ଗ ବିହାର ନିକଟ ଜାତୀୟ ରାଜପଥ ପାର୍ଶ୍ୱ ଏକ ବସ୍ତିରେ। ଘଟଣାଟି ଏମିତି। ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ ଜଣେ ଯୁବକ ରସୁଲଗଡ଼ ପଟୁ ଏକ ଧଳା ରଙ୍ଗର ସ୍କୁଟିରେ ଉକ୍ତ ବସ୍ତିରେ ପହଞ୍ଚତ୍ଥିଲେ। ଗାଡିର ଆଗ ପଛରେ ପୋଲିସ ଲେଖାଥିଲା। ବସ୍ତିରେ ଯେଉଁ ସ୍ଥାନରେ ଦେହ ବ୍ୟବସାୟ ଚାଲେ ସେଠାରେ ପହଞ୍ଚତ୍ ଘର ଭିତରକୁ ଯାଇଥିଲେ। ପୋଲିସ ପରିଚୟ ଦେଇ କଡ଼ା ଗଳାରେ ଦେହଜୀବୀମାନଙ୍କୁ ତାଗିଦ କରିଥିଲେ। କେତେଦିନ ହେଲା ଏଠାରେ ଦେହବ୍ୟବସାୟ କରୁଛ। ତୁମର ଲିଡର କିଏ, କିଏ ତୁମକୁ କହିଲା ଏଠାରେ ଦେହ ବ୍ୟବସାୟ ଚଳାଇବାକୁ। ମୋତେ ବଡ ବାବୁ ପଠାଇଛନ୍ତି ତଦନ୍ତ କରିବାକୁ। ଯଦି ତୁମେ ଚାହୁଁଛ ଏଠାରେ ଚଢ଼ାଉ ହେବ ନାହିଁ ତେବେ ମୋତେ ଖୁସି କରିବାକୁ ହେବ। ଏଭଳି ଡରାଇ ଧମକାଇ ସେ ଜଣେ ଦେହଜୀବୀଙ୍କ ସହ ଯୌନ ସମ୍ପର୍କ ରଖିଲେ। ଏହା ପରେ ଅନ୍ୟ ଦେହଜୀବୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। କେହି ଯୁବତୀ ରାଜି ନ ହେବାରୁ ସେ ସେମାନଙ୍କୁ ଗାଳିଗୁଲଜ କରିବା ସହ ମାଡପିଟ୍‌ କରିଥିଲେ। ଏହି ସମୟରେ ଜଣେ ଦେହଜୀବୀ କିନ୍ନରଙ୍କୁ ଫୋନ୍‌ କରି ଜଣାଇଥିଲେ। କିଛି ସମୟ ପରେ କେତେଜଣ କିନ୍ନର ସେଠାରେ ପହଞ୍ଚତ୍ଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ନିର୍ଘାତ ମାଡ଼ ମାରିଥିଲେ। ଖବରପାଇ ପୋଲିସ ପହଞ୍ଚତ୍ବାବେଳେ ସେଠାରେ ଉପସ୍ଥିତ ଥିବା ୧୨ ଜଣ ଦେହଜୀବୀ ଫେରାର ହୋଇଯାଇଥିଲେ। କିନ୍ନରମାନେ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଜିମା ଦେଇଥିଲେ। ପଚରାଉଚରା ବେଳେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ କମିଶନରେଟ ପୋଲିସରେ ଚାକିରି କରିଥିବା ଜଣାପଡ଼ିଥିଲା। ସୂଚନାଯୋଗ୍ୟ, ସତ୍‌ସଙ୍ଗ ବିହାର ସମ୍ମୁଖ ରସୁଲଗଡ଼-ବାଣୀବିହାର ଓଭରବ୍ରିଜ ପାର୍ଶ୍ୱରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ ହେଉଛି। ଦେହଜୀବୀମାନେ ରାସ୍ତାପାର୍ଶ୍ୱରେ ଛିଡ଼ା ହେଉଛନ୍ତି। ଦଲାଲ ଗ୍ରାହକଙ୍କ ସହିତ ମୂଲଚାଲ କରି ସେମାନଙ୍କ ସହ ଦେହଜୀବୀଙ୍କୁ ପଠାଉଛନ୍ତି। ପୋଲିସ ଏସବୁ ଜାଣି ଦେହ କାରବାରକୁ ପ୍ରୋତ୍ସାହନ ଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri