ଜାନୁୟାରୀ ୧୧ରେ ଚିଲିକାରେ ପକ୍ଷୀ ଗଣନା


ପୁରୀ ଅଫିସ, ୫।୧୨: ଚିଲିକାରେ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ସାଜିଛନ୍ତି ପକ୍ଷୀ ଏବଂ ଡଲଫିନ। ୨୦୧୮ ଜାନୁୟାରୀ ୧୧ରେ ଚିଲିକାରେ ପକ୍ଷୀ ଗଣନା ହେବ। ଏଥିଲାଗି ରାଜ୍ୟ ସରକାରଙ୍କ ଚିଫ୍‌ ୱାଇଲ୍‌ଡ ଲାଇଫ ୱାର୍ଡେନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପକ୍ଷୀ ଗଣନା ରିପୋର୍ଟ ୧୨ତାରିଖ ସୁଦ୍ଧା ଦେବା ଲାଗି ନିର୍ଦ୍ଦେଶ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଜଙ୍ଗଲ ବିଭାଗ ପକ୍ଷରୁ ପକ୍ଷୀ, କୁମ୍ଭୀର, ଡଲଫିନ ଏବଂ କୃଷ୍ଣସାର ମୃଗ ଗଣନା ନେଇ କ୍ୟାଲେଣ୍ଡର ପ୍ରକାଶ ପାଇଛି। ସେଥିରେ କେଉଁ ଦିନ କ’ଣ ଗଣନା କରାଯିବ ତାହା ଉଲ୍ଲେଖ ରହିଛି। ଚିଲିକା, ହୀରାକୁଦ ଏବଂ ହେନ୍ତାଳବଣ ଅଞ୍ଚଳକୁ ବାଦ ଦେଲେ ରାଜ୍ୟର ସମସ୍ତ ଜଳାଶୟରେ ଆସନ୍ତା ଜାନୁୟାରୀ ୩ ରେ ପକ୍ଷୀ ଗଣନା କରାଯିବ। ୧୦ତାରିଖ ସୁଦ୍ଧା ପକ୍ଷୀ ଗଣନା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ହେନ୍ତାଳବଣ ଇଲାକାରେ ଜାନୁୟାରୀ ୯ରେ ପକ୍ଷୀ ଗଣନା ହୋଇ ୧୨ତାରିଖରେ ରିପୋର୍ଟ ଦିଆଯିବ। ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ଜାନୁୟାରୀ ୧୬ରେ ପକ୍ଷୀ ଗଣନା କରାଯାଇ ୧୮ତାରିଖରେ ବିଭାଗକୁ ରିପୋର୍ଟ ଦିଆଯିବ। ଜାନୁୟାରୀ ୧୯ରେ ଚିଲିକା ଏବଂ ୪୮୦କିମି ବ୍ୟାପ୍ତ ସମୁଦ୍ର ଉପକୂଳରେ ଡଲଫିନ ଗଣନା କରାଯିବ। ବିଭାଗକୁ ୨୫ତାରିଖ ସୁଦ୍ଧା ରିପୋର୍ଟ ଦିଆଯିବ। ସେହିପରି ଜାନୁୟାରୀ ୩ରୁ ୧୦ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ। ମହାନଦୀ ଅବବାହିକା, ଘୋଡାହାଡ, ଭିତରକନିକା ଅଭୟାରଣ୍ୟ ଏବଂ ଶିମିଳିପାଳରେ କୁମ୍ଭୀର ଗଣନା ହେବ। ୧୨ତାରିଖ ସୁଦ୍ଧା ଗଣନା ରିପୋର୍ଟ ବିଭାଗକୁ ଦିଆଯିବାକୁ ନିର୍ଦ୍ଦେଶ ରହିଛି। ଫେବୃୟାରୀ ୨୮ରେ କୃଷ୍ଣସାର ମୃଗ ଗଣନା ପାଇଁ ଦିନ ଧାର୍ଯ୍ୟ ହୋଇଛି। ମାର୍ଚ୍ଚ ୫ରେ ଗଣନା ରିପୋର୍ଟ ଦେବାକୁ ସ୍ଥିର ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri