ପାଇଖାନା ସଫା କରୁଥିଲେ କଷ୍ଟମର ସର୍ଭିସ ଏଜେଣ୍ଟ


ଭୁବନେଶ୍ୱର, ୫।୧୨(ବ୍ୟୁରୋ)- ଏୟାରଲାଇନ୍ସ କଷ୍ଟମର ସର୍ଭିସ ଏଜେଣ୍ଟ ଭାବେ ଚାକିରି ମିଳିଲା। ହେଲେ କାମ ଦିଆଗଲା ପାଇଖାନା ସଫେଇ। କେବଳ ଏତିିକି ନୁହେଁ, କାର୍ଗୋ ଲୋଡିଂ, ବିମାନ ବନ୍ଦର ସଫେଇ, ଖାଦ୍ୟ ପରସିବା ସାଙ୍ଗକୁ ବାସନ ସଫା କରିବାକୁ ବାଧ୍ୟ କରାଗଲା। ଦିଲ୍ଲୀ ବିମାନବନ୍ଦରରେ ଏକ କନ୍‌ସଲଟାନ୍ସି ସଂସ୍ଥା ଦ୍ୱାରା ନିଯୁକ୍ତ ୭ ଯୁବକ ଏଭଳି ନିର୍ଯାତନାର ଶିକାର ହୋଇ ଭୁବନେଶ୍ୱର ଫେରିଛନ୍ତି। ମଙ୍ଗଳବାର ସେମାନେ ଶହୀଦନଗର ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି। ସଂସ୍ଥାଟି ଯୁବକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ସେମାନଙ୍କ ଭଳି ଆହୁରି ଅନେକ ଯୁବକ ସେଠାରେ ଏଭଳି ନିର୍ଯାତିତ ହେଉଥିବା ଠକେଇର ଶିକାର ଯୁବକମାନେ କହିଛନ୍ତି। ପୋଲିସ ଉକ୍ତ ସଂସ୍ଥାର ଜଣେ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁଯାୟୀ, ରସୁଲଗଡ ବମିଖାଲ ଅଞ୍ଚଳରେ ଥିବା ଏକ କନସଲଟାନ୍ସି ସଂସ୍ଥାରେ ଯୁବକମାନେ କଷ୍ଟମର ସର୍ଭିସ ଏଜେଣ୍ଟ ଚାକିରି ପାଇଁ ଏକ ୩ମାସିଆ କୋର୍ସ କରିଥିଲେ। ଉକ୍ତ ସଂସ୍ଥା କୋର୍ସ ଫି’, କନ୍‌ସଲ୍‌ଟାନ୍ସି ଫି’ ଏବଂ କାଗଜପତ୍ର ପାଇଁ ଜଣକ ପିଛା ୮୫ ହଜାର ଟଙ୍କା ଲେଖାଏ ନେଇଥିଲା। କୋର୍ସ ସରିବା ପରେ ଗତ ଜୁଲାଇ ୧୯ରେ ସେମାନଙ୍କୁ ଦିଲ୍ଲୀ ନିଆଯାଇଥିଲା। ମାତ୍ର ଦିଲ୍ଲୀରେ ପହଞ୍ଚତ୍ବା ପରେ ସେଠାରେ କାର୍ଗୋ ଲୋଡିଂ, ବିମାନ ବନ୍ଦରର ସଫାସଫି କାର୍ଯ୍ୟ, ପାଇଖାନା ସଫେଇ, ଫୁଡ ଡିପାର୍ଟମେଣ୍ଟରେ ଖାଦ୍ୟ ପରସିବା ଓ ବାସନ ସଫା କରିବା କାମ କରିବାକୁ ବାଧ୍ୟ କରାଯାଇଥିଲା। କିଛିଦିନ କାମ କରିବା ପରେ ଯୁବକମାନେ ସେଠାରୁ ଖସି ପଳାଇଆସିଥିଲେ। ଠକେଇର ଶିକାର ହୋଇଥିବା ଯୁବକମାନେ ହେଲେ ପୁରୀର ଦୀପକ ସ୍ବାଇଁ, ଭଦ୍ରକର ଚନ୍ଦ୍ରଶେଖର ବିଶ୍ୱାଳ, ଖୋର୍ଦ୍ଧା ବାଲିଅନ୍ତାର ଜୟଦେବ ଜେନା, ଗଞ୍ଜାମର ପ୍ରୀତମ କୁମାର ମହାନ୍ତି, ଗୌତମ ବେହେରା ଓ ଲୋକନାଥ ବୈଠାରୁ ଓ ରାଧାକାନ୍ତ ପଟ୍ଟନାୟକ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri