ବାଲୁକା ଶିଳ୍ପୀ ସୁଦର୍ଶନ ଆହତ: ହାତ ମିଳାଇବାବେଳେ ମୋଡ଼ିଦେଲେ


ପୁରୀ ଅଫିସ,(୩।୧୨): ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ଇଣ୍ଟରନ୍ୟାଶନାଲ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲରେ ଘଟିଛି ଅଭାବନୀୟ ଘଟଣା। ହାତ ମିଳାଇବା ଆଳରେ କୌଣସି ବ୍ୟକ୍ତି ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଡାହାଣ ହାତକୁ ମୋଡ଼ି ଦେଇଛନ୍ତି। ଫଳରେ ତାଙ୍କ ହାତରେ ଆଘାତ ଲାଗିଛି। ଚିକିତ୍ସା ନିମନ୍ତେ ପୁରୀ ଜଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗତ ୧ତାରିଖ ଠାରୁ ଚନ୍ଦ୍ରଭାଗା ବେଳାଭୂମିରେ ଆରମ୍ଭ ହୋଇଛି ଆର୍ନ୍ତଜାତିକ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ। ରବିବାର ସନ୍ଧ୍ୟା ଏହି ଉତ୍ସବରେ ବାଲୁକା କଳା ଦେଖିବା ଲାଗି ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ସେଠାରେ ଉପସ୍ଥିତ ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସହ ବି କେତେଜଣ ଲୋକ ଫଟୋ ଉଠାଉଥିଲେ। ଗହଳି ମଧ୍ୟରେ ଜଣେ ବ୍ୟକ୍ତି ସୁଦର୍ଶନଙ୍କ ସହ ହାତ ମିଳାଇବା ବାହାନାରେ ତାଙ୍କ ହାତକୁ ମୋଡ଼ି ଦେଇଥିଲେ। ଏହାପରେ ଗହଳି ମଧ୍ୟରେ ଉକ୍ତ ଯୁବକ ସେଠାରୁ ଚମ୍ପଟ ମାରିଥିଲେ। ହାତରେ କଷ୍ଟ ଅନୁଭବ କରିବାରୁ ସେ କୋଣାର୍କ ହସ୍‌ପିଟାଲକୁ ଯିବାକୁ ଚାହିଁଥିଲେ। ସେତେବେଳେ ଅତ୍ୟଧିକ ଭିଡ ଯୋଗୁ ଟ୍ରାଫିକ ଜାମ ରହିଥିଲା। କେହି ବି ସହଯୋଗର ହାତ ବଢେଇ ନ ଥିଲେ। କୋଣାର୍କ ଡାକ୍ତରଖାନା ଯିବାକୁ ୧ ଘଣ୍ଟା ସମୟ ଲାଗିଥିଲା। ସେଠାରେ ପହଞ୍ଚତ୍ଥିଲେ ମଧ୍ୟ କୌଣସି ଡାକ୍ତର ନ ଥିଲେ। ପ୍ରାୟ ଅଧଘଣ୍ଟା ଅପେକ୍ଷା କରିବା ପରେ ପ୍ରାଥମିକ ଚିକିତ୍ସା କରି ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ପୁରୀ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଇଛି। ହାତର ୨ଟି ଏକ୍ସରେ କରାଯାଇଛି। ଡାହାଣ ହାତରେ ଆଘାତ ଲାଗିଥିବା ଜଣାପଡିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri