ପିପିଲି କଣ୍ଟି ବଜାରରେ ସିରିଜ ବୋମା ମାଡ଼


ପୁରୀ ଅଫିସ/ପିପିଲି(ଡି.ଏନ.ଏ.) ୨।୧୨: ପିପିଲିରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା। ବୋମା ମାଡରେ ଥରୁଛି ସହର। ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇପଡିଛି ପିପିଲି ପୋଲିସ। ଗତ କିଛି ଦିନର ନୀରବତା ପରେ ପୁଣି ପିପିଲି-ଜଟଣୀ ରୋଡ ସ୍ଥିତ କଣ୍ଟି ବଜାରରେ ଫୁଟିଛି ବୋମା। ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ବୋମାମାଡ କରିଥିଲେ। ଭୟଭୀତ ହୋଇ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଚାଲିଯାଇଥିଲେ। ବୋମାମାଡ଼ରେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ ପିପିଲି ପରେ କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆହତ ଦ୍ୱୟ ହେଲେ ରାମଚନ୍ଦ୍ର ଦଳାଇ(୩୫) ଓ କୃଷ୍ଣଚନ୍ଦ୍ର ପ୍ରଧାନ(୭୦)। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖିଛି। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି। ଆହତ କୃଷ୍ଣଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି। ଅନ୍ୟପଟେ ବୋମାମାଡ ପରଠାରୁ ରାସ୍ତାରେ ଚଳାଚଳ ବନ୍ଦ ରହିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ଲାଗି ଘଟଣା ସ୍ଥଳରେ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଶନିବାର ଅପରାହ୍ନ ୧ଟା। କଣ୍ଟି ବଜାର ରାସ୍ତା ଶୂନଶାନ ରହିଥିଲା। ଅଧିକାଂଶ ଦୋକାନୀ ଦୋକାନ ବନ୍ଦ କରୁଥିଲେ। ଏହି ସମୟରେ ଦୁଇ ଗୋଷ୍ଠୀର ଶତାଧିକ ଯୁବକ ପହଞ୍ଚତ୍ଥିଲେ। କେହି କିଛି ଭାବିବା ପୂର୍ବରୁ ଉଭୟ ପଟୁ ବୋମାମାଡ ହୋଇଥିଲା। ବୋମା ମାଡ ଶବ୍ଦରେ କଣ୍ଟି ବଜାର କମ୍ପି ଉଠିଥିଲା। ସାରା ବଜାର ଧୂଆଁମୟ ହୋଇଯାଇଥିଲା। ପୋଲିସ ପହଞ୍ଚତ୍ବା ବେଳକୁ ଉଭୟ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ। ଏସଡିପିଓ ଦିଲ୍ଲୀପ ତ୍ରିପାଠୀ, ଥାନା ଅଧିକାରୀ ଶ୍ରୀନିବାସ ମହାନ୍ତି ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ରାଜନୈତିକ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ପଞ୍ଚାୟତ ନିର୍ବାଚନକୁ ନେଇ କଣ୍ଟି ବଜାରରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକପଞ୍ଝା ଲାଗି ରହିଛି। ପୂର୍ବରୁ ଉକ୍ତ ବଜାରରେ ୩ଥର ବୋମାମାଡ ହୋଇଥିଲା। ପୂର୍ବ ବୋମାମାଡରେ ଜଣେ ବ୍ୟକ୍ତି ଗୋଡ ହରାଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri