ସତ ହେବ ଦ୍ୱିତୀୟ ସୂର୍ଯ୍ୟମନ୍ଦିର ସ୍ବପ୍ନ


-୨ମାସ ମଧ୍ୟରେ କାମ ଆରମ୍ଭ

-ଖର୍ଚ୍ଚ ହେବ ୩୦୦ କୋଟି,

୫୦୦ ବଢ଼େଇ ନିୟୋଜିତ ହେବେ

-ରାଜ୍ୟ, କେନ୍ଦ୍ର ସରକାରଙ୍କ ବିନା ସହଯୋଗରେ ତିଆରି କରିବେ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର

ଭୁବନେଶ୍ୱର, ୧ା୧୨(ବ୍ୟୁରୋ)- ସତ ହେବ ଦ୍ୱିତୀୟ କୋଣାର୍କ ସ୍ବପ୍ନ। ଓଡ଼ିଶାରେ ଶୋଭାପାଇବ ଆଉ ଏକ ସୂର୍ଯ୍ୟମନ୍ଦିର। ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ଏହି ଐତିହାସିକ ମନ୍ଦିରର ଆଉ ଏକ ପ୍ରତିକୃତି ନିର୍ମାଣ କରିବେ ବିଶିଷ୍ଟ ସ୍ଥାପତ୍ୟ ଶିଳ୍ପୀ ପଦ୍ମବିଭୂଷଣ ଗୁରୁ ରଘୁନାଥ ମହାପାତ୍ର। ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ କଡରେ ନିର୍ମାଣ ହେବ ଏହି ବିଶାଳ ମନ୍ଦିର। ଏଥିପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ୮ରୁ ୯ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ସମଗ୍ର ବିଶ୍ୱ କୋଣାର୍କର ଦ୍ୱିତୀୟ ଅବତାର ଦେଖିବାକୁ ପାଇବ।ଦୀର୍ଘବର୍ଷ ଧରି ହୋଇଆସୁଥିବା କଳ୍ପନାଜଳ୍ପନାର ଅନ୍ତଘଟାଇ ରଘୁନାଥ ନିର୍ମାଣ କରିବାକୁ ଯାଉଛନ୍ତି ଦ୍ୱିତୀୟ କୋଣାର୍କ ମନ୍ଦିର। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ସ୍ଥାନ ଚିହ୍ନଟ ସରିଥିବା ବେଳେ ଖୁବ୍‌ଶୀଘ୍ର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଭୁବନେଶ୍ୱରରୁ ପୁରୀ ଆଡକୁ ଯିବାବେଳେ ସାତଶଙ୍ଖ ନିକଟରୁ ସାକ୍ଷୀଗୋପାଳ ମଧ୍ୟରେ ୬୦ ଏକର ଜାଗାରେ ମନ୍ଦିର ନିର୍ମାଣ ହେବ। ଏହାର ନାମ ରହିବ ଆଦିତ୍ୟ ନାରାୟଣ ମନ୍ଦିର। ୧୨୦୦ ବଢେଇ ନ ହଲେ ବି ୫୦୦ ବଢେଇଙ୍କୁ ନେଇ ନିର୍ମାଣ ହେବ ଦ୍ୱିତୀୟ କୋଣାର୍କ। ଏଥିପାଇଁ ୩୦୦ କୋଟିର ଖର୍ଚ୍ଚ ଆକଳନ କରାଯାଇଥିବା ମହାପାତ୍ର ସୂଚନା ଦେଇଛନ୍ତି। ଜମି କିଣା ଶେଷ ହୋଇଥିବା ବେଳେ ଧାନକଟା ସରିବା ପରେ ଆସନ୍ତା ୨ରୁ ୩ମାସ ମଧ୍ୟରେ କାମ ଆରମ୍ଭ ହେବ। ମନ୍ଦିର ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୮ବର୍ଷ ସମୟ ଲାଗିବ। ନୀଳଗିରି, ବାଲେଶ୍ୱର, ଭୁବନେଶ୍ୱର, ରତ୍ନଗିରି ଏବଂ ପୁରୀରୁ ଶିଳ୍ପୀମାନେ ମନ୍ଦିର କାର୍ଯ୍ୟରେ ନିୟୋଜିତ ହେବେ। ଏଥିପାଇଁ ମହାପାତ୍ର ୪୦ଫୁଟ ଲମ୍ବର ଏକ ପଥର କାନ୍ଥ ନିର୍ମାଣ କରିଥିବା ବେଳେ ମନ୍ଦିରର ଏକ ରେପ୍ଲିକା ମଧ୍ୟ ପ୍ରସ୍ତୁତ କରିଛନ୍ତି। ଏହାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖାଇସାରିଛନ୍ତି। ମାତ୍ର ୬ମାସ ମଧ୍ୟରେ ଦୁଇଟି ଚକ ଓ ବାଡ ତିଆରି କରିସାରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିନା ସହଯୋଗରେ ସେ ଏହାକୁ ପ୍ରସ୍ତୁତ କରିବେ ବୋଲି ମହାପାତ୍ର କହିଛନ୍ତି। ଗତ ଗୁଣ୍ଡିଚା ଦିନ ମନ୍ଦିରର ଶୁଭ ଦିଆଯାଇଥିଲା।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri