ଓ୍ବାଲର୍‌ଡ ହକି ଲିଗ୍‌ ଫାଇନାଲ: କଳିଙ୍ଗ ଷ୍ଟାଡିୟମ ସୁରକ୍ଷା ଯାଞ୍ଚ କଲେ ଡିଜିପି


ଭୁବନେଶ୍ୱର, ୩୦।୧୧(ବ୍ୟୁରୋ)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାରଠାରୁ ଓ୍ବାଲର୍‌ଡ ହକି ଲିଗ୍‌ ଆରମ୍ଭ ହେବ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମ ସମେତ ସମ୍ପୂର୍ଣ୍ଣ ରାଜଧାନୀ ଚଳଚଞ୍ଚଳ ହୋଇପଡ଼ିଛି। କିନ୍ତୁ ଖେଳାଳିଙ୍କ ଲାଗି ଯେପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା କଥା ତାହା କରାଯାଉ ନାହିଁ। ଷ୍ଟାଡିୟମ ଏବଂ ଏହା ପରିସରରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଢିଲା ରହିଛି। ମିଥ୍ୟା ପରିଚୟ ଦେଇ ଲୋକେ ଷ୍ଟାଡିୟମକୁ ପ୍ରବେଶ କରୁଛନ୍ତି। ଖେଳାଳିଙ୍କ ଡ୍ରେସିଂ ରୁମ୍‌ ପର୍ଯ୍ୟନ୍ତ ମଧ୍ୟ ଲୋକେ ଅବାଧ ଚଳପ୍ରଚଳ କରୁଛନ୍ତି। ଏ ନେଇ ଗୁରୁବାର ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ତାଙ୍କ ସହିତ ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ, ଡିସିପି ସତ୍ୟବ୍ରତ ଭୋଇ ମଧ୍ୟ ସୁରକ୍ଷା ଯାଞ୍ଚ କରିଛନ୍ତି। ବିଭିନ୍ନ ଦଳର ଖେଳାଳିଙ୍କ ପାଇଁ ଉଭୟ ହୋଟେଲ ଏବଂ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଖେଳାଳି ରହୁଥିବା ସ୍ଥାନରେ ସାଦା ପୋଷାକରେ ଥିବା ପୋଲିସ କର୍ମଚାରୀଙ୍କୁ ମୁତୟନ କରଯାଇଛି। ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ଲଗାଯିବା ସହ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଟିକେଟ ଯାଞ୍ଚ କରିବା ପାଇଁ କଡା ନିର୍ଦ୍ଦେଶ ରହିଛି। ଖେଳାଳି ଓ ଖେଳ ପ୍ରେମୀମାନେ ଯେପରି ସୁରୁଖୁରୁରେ ଯାତାୟାତ କରିପାରିବେ ସେଥିଲାଗି କମିଶନରେଟ ପୋଲିସ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ଟିକେଟରେ ଉଲ୍ଲେଖ ଥିବା ଗେଟ ନମ୍ବରରେ ଟିକେଟ ଦେଖାଇ ପ୍ରବେଶ କରିବାକୁ କୁହାଯାଇଛି। କ୍ରୀଡାପ୍ରେମୀମାନେ ଟିକେଟ ଦେଖାଇବା ସହ ନିଜ ପରିଚୟପତ୍ର ଦେଖାଇବେ। ବିନା ପାସ ଓ ବିନା ଟିକେଟରେ ଷ୍ଟାଡିୟମ ଭିତରକୁ ପ୍ରବେଶ ନିଷିଦ୍ଧ କରାଯିବା ସହିତ ଷ୍ଟାଡିୟମ ଭିତରକୁ ବ୍ୟାଗ, ଅସ୍ତ୍ରଶସ୍ତ୍ର, ପାଣି ବୋତଲ, ପ୍ଲାଷ୍ଟିକ ସାମଗ୍ରୀ ଓ ଦିଆସିଲି ନିଆଯିବା ଉପରେ ବାରଣ କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri