‘ଜୁଲିୟାତ୍‌-ଏ-ନଜ୍‌ମୀ’ ଉନ୍ମୋଚିତ


ଭୁବନେଶ୍ୱର,୨୯।୧୧(ବ୍ୟୁରୋ)- ଓଡ଼ିଶାର ପ୍ରସିଦ୍ଧ ଊର୍ଦ୍ଦୁ ନାଟ୍ୟକାର ତଥା କବି ଅମଜତ୍‌ ନଜ୍‌ମୀଙ୍କ ରଚିତ ସାହିତ୍ୟ କୃତିଗୁଡ଼ିକର ଏକ ସାମଗ୍ରିକ ସଂକଳନ ‘ଜୁଲିୟାତ୍‌-ଏ-ନଜ୍‌ମୀ’ ବୁଧବାର ପୂର୍ବାହ୍ନରେ ଉନ୍ମୋଚିତ ହୋଇଯାଇଛି। ଓଡ଼ିଶା ଊର୍ଦ୍ଦୁ ଏକାଡ଼େମୀ ଆନୁକୂଲ୍ୟରେ ସଂସ୍କୃତି ଭବନଠାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକ ଉନ୍ମୋଚନ କରିବା ସହ ଜାତୀୟସ୍ତରୀୟ ଊର୍ଦ୍ଦୁ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିଥିଲେ। ସାହିତି୍ୟକ ଅମଜ୍‌ ନଜ୍‌ମୀ ଜଣେ ଲୋକପ୍ରିୟ କବି ଓ ସୁପ୍ରସିଦ୍ଧ ନାଟ୍ୟକାର ଥିଲେ। ତାଙ୍କ ସାହିତ୍ୟକୃତି ଉପରେ ଅଧିକ ଆଲୋଚନା ହେବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ। ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଏବଂ ବିଭାଗୀୟ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ନଜ୍‌ମୀଙ୍କ ଜୀବନଧାରାରେ ନୈତିକତା ଓ ମୂଲ୍ୟବୋଧ ପରିପୃଷ୍ଟ ହୋଇଥିଲା ବୋଲି କହିଥିଲେ। ଜଣେ ଉଚ୍ଚପଦସ୍ଥ ରେଳବାଇ ଅଧିକାରୀଭାବେ ସେ ଶୃଙ୍ଖଳାକୁ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ ବୋଲି ପଟ୍ଟନାୟକ କହିଥିଲେ। ଜାତୀୟ ଆଲୋଚନାଚକ୍ରରେ ୧୦ଜଣ ଊର୍ଦ୍ଦୁ ବିଦ୍ୱାନ ଅଂଶଗ୍ରହଣ କରିଥିବାବେଳେ ‘ଜୁଲିୟାତ୍‌-ଏନଜ୍‌ମୀ’ର ସମ୍ପାଦକ ପ୍ରଫେସର କରାମତ୍‌ ଅଲ୍ଲୀ ଆଲୋଚନାଚକ୍ର ପରିଚାଳନା କରିଥିଲେ। ଓଡ଼ିଶା ଊର୍ଦ୍ଦୁ ଏକାଡ଼େମୀର ସମ୍ପାଦକ ଡ. ସୈଦ୍‌ ମୁଶିର୍‌ ଆଲମ୍‌ ପୁସ୍ତକ ଉପରେ ଆଲୋଚନା କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri