ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଅନଶନ କରିବେ ସ୍ବତନ୍ତ୍ର ବିଦ୍ୟାଳୟ ଶିକ୍ଷକ


ଭୁବନେଶ୍ୱର, ୨୯।୧୧(ବ୍ୟୁରୋ)- ରାଜ୍ୟର ୫୧ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍ବତନ୍ତ୍ର ବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ଆସନ୍ତା ୬ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଅହୋରାତ୍ର ଧାରଣା ଓ ଅନଶନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବୁଧବାର ପଳାସପଲ୍ଲୀସ୍ଥିତ ନର୍ସରୀ ବଧିର ବିଦ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଓଡ଼ିଶା ସ୍ବତନ୍ତ୍ର ବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସମନ୍ବୟ ସମିତିର ସଭାପତି ପ୍ରଫେସର ଡ. ଯୁଧିଷ୍ଠିର ଖଟୁଆ କହିଛନ୍ତି। ତାଙ୍କ କହିବାନୁଯାୟୀ, ୧ବର୍ଷ ତଳେ ରାଜ୍ୟର ୫୧ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍ବତନ୍ତ୍ର ବିଦ୍ୟାଳୟର ପ୍ରାୟ ୭୦୦ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ପେନ୍‌ସନ ପ୍ରଦାନ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କୁ ଜାତୀୟ ମୁଖ୍ୟ ସ୍ରୋତରେ ସାମିଲ୍‌ କରିବା ପାଇଁ ଉକ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କର ଅଦମ୍ୟ ଚେଷ୍ଟା ସତ୍ତ୍ୱେ ଦୀର୍ଘ ୨୫ବର୍ଷରୁ ଊର୍ଦ୍ଧ୍ୱ ସମୟ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ପେନ୍‌ସନ ନ ଦେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଇତିମଧ୍ୟରେ ଅନେକ ଶିକ୍ଷକ ଓ ଅଣଶିକ୍ଷକ ପେନ୍‌ସନ ନ ପାଇ ପରଲୋକ ଗମନ କଲେଣି। ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବକୁ ଏଣିକି ବରଦାସ୍ତ କରାଯିବ ନାହିଁ। ଆସନ୍ତା ୩ତାରିଖ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ସୁଦ୍ଧା ଦାବିଗୁଡ଼ିକ ପୂରଣ ନ ହେଲେ ୬ତାରିଖରୁ ଅହୋରାତ୍ର ଧାରଣା ଓ ଅନଶନ ଚାଲିବ ବୋଲି ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି। ସମ୍ମିଳନୀରେ ସମିତିର ସମ୍ପାଦକ ସମରେନ୍ଦ୍ର ଦାସ, ରାଜକିଶୋର ରାୟ, ସୁରେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri