ଓଡ଼ିଶା ପଟଚିତ୍ର ହାତୀ ଦେଖିଲେ ପ୍ରିନ୍ସ ଚାର୍ଲସ


ପୁରୀ ଅଫିସ, ୮।୧୧: ହାତୀ ସୁରକ୍ଷା ଓ ସଂରକ୍ଷଣ ବାର୍ତ୍ତା ନେଇ ଆସନ୍ତା ବର୍ଷ ବମ୍ବେରେ ଅନୁଷ୍ଠିତ ହେବ ଏଲିଫ୍ୟାଣ୍ଟ ପରେଡ। ଏଥିରେ ଅଂଶଗ୍ରହଣ କରିବ ଓଡ଼ିଶାର ପଟଚିତ୍ର ଶିଳ୍ପୀ ପ୍ରଣବ ନାରାୟଣ ଦାସଙ୍କ ଫାଇବର ନିର୍ମିତ କ୍ରିଷ୍ଣା ହାତୀ। ଏଥିରୁ ମନୋନୀତ ୧୦ ହାତୀ ନିଲାମ ପାଇଁ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ରହିଛି। ୫ ଫୁଟ ଉଚ୍ଚତା ବିଶିଷ୍ଟ କ୍ରିଷ୍ଣା ହାତୀ ଶରୀରରେ ପ୍ରଣବ ଓଡ଼ିଶାର ପାରମ୍ପରିକ ପଟଚିତ୍ରର ସୂକ୍ଷ୍ମ କାରୁକାର୍ଯ୍ୟ ଆଙ୍କିଛନ୍ତି। କୃଷ୍ଣ ଲୀଳାର ବିଭିନ୍ନ ବିଷୟବସ୍ତୁର ଚିତ୍ର ଫୁଟିଉଠୁଛି କ୍ରିଷ୍ଣା ଦେହରେ। ଓଡ଼ିଶାର ଏହି ପଟଚିତ୍ର ହାତୀକୁ ବୁଧବାର ଦିଲ୍ଲୀରେ ଦେଖିଛନ୍ତି ବ୍ରିଟେନ ଯୁବରାଜ ଚାର୍ଲସ। ଏଥିପାଇଁ ନୂଆଦିଲ୍ଲୀସ୍ଥିତ ବ୍ରିଟିଶ ହାଇକମିଶନରଙ୍କ ବାସଭବନ ବଗିଚାରେ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ୧୫ଟି ହାତୀକୁ ବୁଲି ଦେଖିଥିଲେ ପ୍ରିନ୍ସ ଚାର୍ଲସ। କ୍ରିଷ୍ଣାକୁ ଦେଖିବା ସମୟରେ ଚାର୍ଲସ ବେଶ୍‌ ପ୍ରଶଂସା କରିଥିବା କହିଛନ୍ତି ପ୍ରଣବ। ହାତୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଉଦ୍ଦେଶ୍ୟରେ ୨୦୦୭ ମସିହାରୁ ବିଶ୍ୱର ବିଭିନ୍ନ ସ୍ଥାନରେ ହାତୀଙ୍କ ଉପରେ କଳାକୃତିକୁ ନେଇ ଏହିଭଳି ପ୍ରଦର୍ଶନୀ ଆୟୋଜିତ ହୋଇଆସୁଛି। ବଡ଼ କଥା ହେଉଛି ସଙ୍କଟଜନକ ସ୍ଥିତିରେ ଥିବା ଏସୀୟ ହାତୀଙ୍କ ସୁରକ୍ଷା ପାଇଁ ଏଲିଫ୍ୟାଣ୍ଟ ପରେଡ ଇଣ୍ଡିଆ ପକ୍ଷରୁ ଭାରତରେ ଏହି ପ୍ରଦର୍ଶନୀ କରାଯାଉଛି। ଏଥିପାଇଁ ପାରମ୍ପରିକ ଚିତ୍ର କଳା ବର୍ଗରେ ଏଲିଫ୍ୟାଣ୍ଟ ପରେଡରେ ଓଡ଼ିଶା ଏବଂ ରାଜସ୍ଥାନ ଚିତ୍ରକଳା ସ୍ଥାନ ପାଇବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri