୪୦ଐତିହ୍ୟରେ ଖର୍ଚ୍ଚ ହେବ ୧୮କୋଟି ୬୬ଲକ୍ଷ ୭୪ହଜାର


ପୁରୀ ଅଫିସ, ୮।୧୧: ଆଇକନିକ୍‌ ସିଟି ଯୋଜନାରେ ପୁରୀ ସହରରେ ହେବାକୁ ଥିବା ହେରିଟେଜ କରିଡର ଲାଗି ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ ହୋଇଛି। ପ୍ରଶାସନ ପକ୍ଷରୁ ନିଯୁକ୍ତ ଏକ ଘରୋଇ ସଂସ୍ଥା ଏହି ଡିପିଆର ପ୍ରସ୍ତୁତ କରିଛି। ଡିପିଆରରେ ୪୦ଟି ଐତିହ୍ୟକୁ ସ୍ଥାନ ଦିଆଯାଇଛି। ୪୦ଟି ଐତିହ୍ୟର ବିକାଶ ଲାଗି ୧୬ କୋଟି ୯୭ ଲକ୍ଷ ୪ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ତଦାରଖ ଖର୍ଚ୍ଚ ମିଶାଇ ମୋଟ ୧୮ କୋଟି ୬୬ ଲକ୍ଷ ୭୪ ହଜାର ଟଙ୍କା ଅଟକଳ ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ନାଲ୍‌କୋକୁ ଏହି ଡିପିଆର ପ୍ରଦାନ କରାଯିବ। ନାଲ୍‌କୋ ଏହି ଅର୍ଥ ମଞ୍ଜୁର କରିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଟକଳ ମଧ୍ୟରୁ ଗୋବର୍ଦ୍ଧନ ପୀଠ ଏବଂ ସାତଲହଡି ମଠର ବିକାଶ ଲାଗି ସର୍ବାଧିକ ୧.୫ କୋଟି ଲେଖାଏ ଅର୍ଥ ରଖାଯାଇଛି। ସେହିପରି ଶ୍ରୀଲୋକନାଥ ମନ୍ଦିର ଲାଗି ୯୯ଲକ୍ଷ, ଅଠରନଳା ପାଇଁ ୧କୋଟି ୨୦ଲକ୍ଷ, ଗଙ୍ଗାମାତା ମଠ ପାଇଁ ୫୧ଲକ୍ଷ, ଆଲାମ୍‌ଚଣ୍ଡୀ ମନ୍ଦିର ପାଇଁ ୨୫ଲକ୍ଷ, ନୃସିଂହ ମନ୍ଦିର ପାଇଁ ୨୫ଲକ୍ଷ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଲାଗି ୩୦ ଲକ୍ଷ, ବଡ଼ଓଡ଼ିଆ ମଠ ପାଇଁ ୫୦ଲକ୍ଷ, ଚକ୍ରତୀର୍ଥ ପାଇଁ ୪୮ଲକ୍ଷ ଆଦି ରହିଛି। ପ୍ରକାଶଥାଉ କି, ଶ୍ରୀକ୍ଷେତ୍ରର ଐତିହ୍ୟ ସ୍ଥଳୀକୁ ନେଇ ହେରିଟେଜ କରିଡର ପ୍ରସ୍ତୁତ ହେବ। ସେଥିରେ ଐତିହ୍ୟ ମାର୍ଗ ଓ ଐତିହ୍ୟ ପଥ ରହିବ। ପୁରୀକୁ ଆସୁଥିବା ତୀର୍ଥ ଯାତ୍ରୀ, ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ଯାନବାହନରେ ଐତିହ୍ୟ ମାର୍ଗ ବୁଲିବେ। ଐତିହ୍ୟ ପଥରେ ପର୍ଯ୍ୟଟକମାନେ ଚାଲିଚାଲି ଯାଇ ଐତିହ୍ୟଗୁଡିକୁ ଦେଖିବେ। ପୁରୀର କେତେଜଣ ଗବେଷକଙ୍କୁ ନେଇ ଜିଲାପାଳ ଗତ ମାର୍ଚ୍ଚରେ ଐତିହ୍ୟ ସ୍ଥଳୀଗୁଡିକ ଅନୁଧ୍ୟାନ କରିଥିଲେ। ୫୪ଟି ଐତିହ୍ୟ ସ୍ଥଳୀର ତାଲିକା ପ୍ରସ୍ତୁତ ହୋଇଥିଲା। ଉକ୍ତ ଐତିହ୍ୟ ସ୍ଥଳୀ ଗୁଡିକରେ ରାସ୍ତା, ପାନୀୟ ଜଳ ଏବଂ ଆଲୋକ, ଶୌଚାଳୟ, ଯାନବାହନ ପାର୍କିଂ ବ୍ୟବସ୍ଥା ଆଦିର ବିକାଶ କରାଯିବାକୁ ଯୋଜନା ରହିଥିଲା। କିନ୍ତୁ ଡିପିଆରରେ ସେଥିରୁ ୧୪ଟି ଐତିହ୍ୟ ସ୍ଥାନ ପାଇନାହିଁ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri