ରାଜଧାନୀରେ ନକଲୀ ମଦ କାରଖାନା ଠାବ, ୩ଗିରଫ


କଟକ ରୋଡ, ୮।୧୧(ଡି,.ଏନ.ଏ.): ଅବକାରୀ ବିଭାଗ ବୁଧବାର ରାଜଧାନୀର ଏକ ବସ୍ତିରେ ଚାଲିଥିବା ନକଲି ଦେଶୀ ମଦ କାରଖାନାକୁ ଠାବ କରିଛି। କାରଖାନା ଚଳାଉଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ପୁରୀ ଜିଲା ଡେଲାଙ୍ଗ ଥାନା ଗୁଣ୍ଠଳ ଗ୍ରାମର ପ୍ରଦୀପ ପ୍ରଧାନ, ଯୋରକଣିର ସଞ୍ଜୟ ସାହୁ ଓ ପିଣ୍ଟୁ ବିଶ୍ୱାଳ। ଗତ ଦୁଇମାସ ଧରି ଖଣ୍ଡଗିରୀ ଥାନା ସିତାରାମ ବସ୍ତିରେ ନକଲି ମଦ କାରଖାନା ଚାଲିଥିଲା। ଆସ୍କା-୪୦ ମଦରୁ କିଛି ପରିମାଣ କାଢ଼ିବା ପରେ ସେଥିରେ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ମିଶାଯାଇ ବିକ୍ରୀ କରାଯାଉଥିଲା ବୋଲି କାରଖାନା ଚଳାଉଥିବା ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ଅବକାରୀ ଅଧିକାରୀଙ୍କ ନିକଟରେ ସ୍ବୀକାର କରିଛନ୍ତି। ସେମାନଙ୍କଠାରୁ ୨ ଶହ ଖାଲି ବୋତଲ,୩୭୫ ନକଲି ମଦ ଭର୍ତ୍ତି ଥିବା ବୋତଲ, ୨୦ ଲିଟର ସ୍ପିରିଟ୍‌ ସହ ତିନୋଟି ସ୍କୁଟି ଜବତ କରାଯାଇଛି। ଘରଭଡା ଦେଇଥିବା ମାଲିକଙ୍କୁ ମଧ୍ୟ ଗିରଫ କରିବା ପାଇଁ ଅବକାରୀ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଖଣ୍ଡଗିରୀ ଥାନାଠାରୁ ୫ଶହ ମିଟର ଦୂରରେ ରାଜପଥ କଡରେ ଏହି ନକଲି ମଦ କାରଖାନା ଦୀର୍ଘଦିନ ଧରି ଚାଲିଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଏ ବାବଦରେ ସୂଚନା ପାଇ ନପାରିବା ଘଟଣା ପ୍ରସଙ୍ଗକୁ ଅଧିକ ରହସ୍ୟାବୃତ କରିଛି। ନକଲି ମଦ ଚନ୍ଦକା, ଘାଟିକିଆ ଓ ନୟାପଲ୍ଲୀ ଥାନା ଅଞ୍ଚଳ ସହ ବସ୍‌ରେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ପଠାଯାଇଥାଏ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଏନେଇ ଅବକାରୀ କାର୍ଯ୍ୟାଳୟରେ ମାମଲା ନଂ-୫୨(୧୭/୧୮) ରୁଜୁ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri