ଖୋଲିବ ପର୍ଯ୍ୟଟକ ସହାୟତା କେନ୍ଦ୍ର


ପୁରୀ ଅଫିସ, ୭।୧୧: ଚିଲିକାରେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଦହିଖିଆଠାରେ ପର୍ଯ୍ୟଟକ ସହାୟତା କେନ୍ଦ୍ର ଖୋଲାଯିବ। ସେଠାରେ ଡଲଫିନ ଦେଖିବା ପାଇଁ ଟିକେଟ ବୁକିଂ କାଉଣ୍ଟର ରହିବ। ସାତପଡାରେ ଥିବା ଆଠଟି ମୋଟର ବୋଟ୍‌ ଆସୋସିଏଶନ୍‌ ସେଠାରେ ଟିକେଟ ବୁକିଂ କରିବେ। ଡିସେମ୍ବର ୩୧ରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପୁରୀ ଏସ୍‌ପିଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ କୁହାଯାଇଛି ଯେ, ଆସନ୍ତା ଡ଼ିସେମ୍ବର ୩୧ ସୁଦ୍ଧା ଚିଲିକାରେ ଚଳାଚଳ କରୁଥିବା ୯୬୭ଟି ଟୁରିଷ୍ଟ ବୋଟ୍‌ର ପଞ୍ଜିକରଣ କରାଯିବ। ଯେଉଁ ବୋଟ୍‌ ମାଲିକମାନେ ପଞ୍ଜିକରଣ ନ କରିବେ ସେମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ପଞ୍ଜିକରଣର ସୁଯୋଗ ଦିଆଯିବ ନାହିଁ। କୌଣସି ବୋଟ ଆସୋସିଏଶନ୍‌ ତାଙ୍କୁ ମଧ୍ୟ ଗ୍ରହଣ କରିବେ ନାହିଁ। ଯଦି ବେଆଇନ ଭାବେ ସେ ବୋଟ୍‌ ଚଳାଚଳ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାତପଡ଼ାକୁ ଯାଉଥିବା ପର୍ଯ୍ୟଟକଙ୍କୁ ମୁକ୍ତା ନ କିଣିବା ଲାଗି ସଚେତନ କରାଯିବ। ଏଥିପାଇଁ ଲିଫଲେଟ୍‌ ମଧ୍ୟ ବଣ୍ଟାଯିବ। ପୁରୀ-ସାତପଡା ଜାତୀୟ ରାଜପଥରେ ଟୁରିଷ୍ଟ ଥାନାରେ ସୂଚନା ଫଳକ ଲଗାଯିବ। ୨୦୧୪ରେ ପ୍ରଶାସନ ପକ୍ଷରୁ ବୋଟର ଦର ନିର୍ଦ୍ଧାରଣ ହୋଇଥିଲା। ଖୁବଶୀଘ୍ର ନୂତନ ଦର ନିର୍ଦ୍ଧାରଣ କରାଯିବ। ଏହି ବୈଠକରେ ଜିଲା ପର୍ଯ୍ୟଟନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଚିଲିକା ବନ୍ୟପ୍ରାଣୀ ଡିଭିଜନ୍‌ ଏବଂ ସାତପଡାରେ ଥିବା ଆଠଟି ମୋଟରବୋଟ ଆସୋସିଏସନର ସଦସ୍ୟ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri