୯୦ ପ୍ରତିଶତରୁ ଅଧିକ ଟୀକାକରଣ ପାଇଁ ପରାମର୍ଶ


ଭୁବନେଶ୍ୱର, ୬।୧୧(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୀକାକରଣ ରାଜ୍ୟସ୍ତରୀୟ ଟାକ୍ସଫୋର୍ସ ବୈଠକ ସୋମବାର ଏହାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। କମିଶନ ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟୀକାକରଣର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା। ସବୁ ଅଞ୍ଚଳରେ ଅନ୍ତତଃ ୯୦ ପ୍ରତିଶତରୁ ଅଧିକ ଟୀକାକରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଡା. ମେହେର୍ଦ୍ଦା ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ମିଳିମିଳା ପାଇଁ ରୁବେଲା ଟୀକା, ଜାପାନିଜ୍‌ ଏନ୍‌ସେଫାଲାଇଟିକ୍ସ ପାଇଁ ଟୀକାକରଣ ଏବଂ ମିଶନ ଇନ୍ଦ୍ରଧନୁଷ ଏହି ସବୁ ଟୀକାକରଣ ନିମନ୍ତେ ତୃଣମୂଳ ସ୍ତରରେ ପ୍ରସ୍ତୁତ କରିବାକୁ କୁହାଯାଇଛି। ଟୀକାକରଣ ଅଭିଯାନ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ବିଭାଗ, ଲାୟନ୍ସ କ୍ଲବ ଆଦି ସହିତ ଯୋଗସୂତ୍ର ରକ୍ଷା ପାଇଁ ପରାମର୍ଶ ଦିଆଯାଇଛି। ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ସ୍ବାସ୍ଥ୍ୟ ସଚିବ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ସ୍ବାସ୍ଥ୍ୟ ସଚିବ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବଙ୍କ ମିଳିତ ସ୍ବାକ୍ଷରରେ ସମସ୍ତ ଜିଲାପାଳମାନଙ୍କୁ ପତ୍ର ଲେଖାଯିବ। ଏଥିସହିତ ଜାତୀୟ ସ୍ବାସ୍ଥ୍ୟମିଶନ ନିର୍ଦ୍ଦେଶକଙ୍କ ତରଫରୁ ସମସ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଟୀକାକରଣ ଗାଇଡ୍‌ ଲାଇନ୍‌ ଏବଂ ଅର୍ଥବ୍ୟୟ ସଂକ୍ରାନ୍ତରେ ପତ୍ର ଲେଖାଯିବ। ବୈଠକରେ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଡା. କୈଳାସ ଚନ୍ଦ୍ର ଦାସ ଓ ଡା. ବିନୋଦ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri