ଶ୍ରୀମନ୍ଦିରରେ ସେନା କର୍ମଚାରୀଙ୍କୁ ମାଡ଼


ପୁରୀ ଅଫିସ,୫।୧୧: ଶ୍ରୀମନ୍ଦିରରେ ଘଟିଛି ଆଉଏକ ଅଭାବନୀୟ ଘଟଣା। ନାଟମଣ୍ଡପରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ହେବାର ୨୪ଘଣ୍ଟା ନ ପୂରୁଣୁ ରବିବାର ପୁଣି ଜଣେ ଭକ୍ତଙ୍କୁ ମାଡ଼ ହୋଇଛି। ତେବେ ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହେବାରୁ ଘଟଣାର ଗୁରୁତ୍ୱ ବଢ଼ି ଯାଇଥିଲା। ଏହି ଘଟଣା ନାଟମଣ୍ଡପରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିବାରୁ ପୋଲିସ ବଦନାମକୁ ଖସାଇବାକୁ ଚେଷ୍ଟା କରିଥିଲା। ଅଭିଯୋଗ ନ ରଖି ପୋଲିସ ଶେଷରେ ଆପୋସ ସମାଧାନ କରିଥିବା ଜଣାପଡିଛି। ଘଟଣାକୁ ନେଇ ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଓ ଥାନାରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭକ୍ତ ଜଣକ ସେନା କର୍ମଚାରୀ ବୋଲି ଜଣାପଡିଛି। ତାଙ୍କ ଘର ଭୁବନେଶ୍ୱର ପଟିଆ ଅଞ୍ଚଳରେ। ଶ୍ରୀମନ୍ଦିରରେ ଭୋଗମଣ୍ଡପ ପୂଜା ବସିଥିବା ସମୟରେ ନାଟମଣ୍ଡପର ବାହାର କାଠ ନିକଟରେ ସେ ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ। ଭୋଗମଣ୍ଡପ ପୂଜା ସମୟରେ ମହାପ୍ରଭୁଙ୍କ ସମ୍ମୁଖରେ ରହି ଦର୍ଶନ କରାଯାଏ ନାହିଁ। ତେଣୁ ସେଠାରୁ ଚାଲିଯିବାକୁ ପୋଲିସ କହିଥିଲା। ଏହାକୁ ନେଇ ପୋଲିସ ଓ ସେନା କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଖାକି ପୋଷାକରେ ଥିବା ୪ରୁ ୫ଜଣ ବ୍ୟକ୍ତି ତାଙ୍କୁ ଠେଲାପେଲା କରିବା ସହ ଧକ୍କା ମାରି ବାହାର କରିଦେଇଥିଲେ। ପରେ ସେନା କର୍ମଚାରୀ ଜଣକ ଶ୍ରୀମନ୍ଦିର ଗାରଦାକୁ ଅଭିଯୋଗ କରିବାକୁ ଯାଇଥିଲେ। ତାଙ୍କ ଅଭିଯୋଗ ମୁତାବକ, ସେଠାରେ ଅଭିଯୋଗ କେହି ଶୁଣି ନ ଥିଲେ। ସେ ନିରାଶ ହୋଇ ସିଂହଦ୍ୱାର ଥାନା ଜାଣି ନ ପାରି ଟାଉନଥାନାରେ ପହଞ୍ଚତ୍ଥିଲେ। ଜଣେ ସେନା କର୍ମଚାରୀଙ୍କୁ ମାଡ଼ ହୋଇଥିବା ଖବର ପାଇ ତୁରନ୍ତ ଟାଉନଥାନା ଏବଂ ସିଂହଦ୍ୱାର ଥାନା ଅଧିକାରୀ ପହଞ୍ଚତ୍ଥିଲେ। ପ୍ରାୟ ଦେଢ ଘଣ୍ଟା କାଳ ଏହାକୁ ନେଇ ଟଣାଓଟରା ଲାଗି ରହିଥିଲା। ମାମଲା ରୁଜୁ ନ କରିବା ଲାଗି ପୋଲିସ ନିବେଦନ କରିଥିଲା। ଶେଷରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହୋଇଥିଲା। ପରେ ଭକ୍ତ ଜଣକ ସପରିବାର ସେଠାରୁ ଫେରିଥିଲେ। ତେବେ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସ(ଜେଟିପି) ମାଡ ମାରିଥିବା କୁହାଯାଉଛି। ଖାକି କଳଙ୍କକୁ ଘୋଡ଼ାଇବାକୁ ଯାଇ ଘଟଣାକୁ ପୋଲିସ ଏନେଇ କୌଣସି ସୂଚନା ଦେଉନି। ତେବେ ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri