ନାବାଳକ ଅକର୍ମଣ୍ୟ: କ୍ଷତିପୂରଣ ଦେବାକୁ ଓଏଚ୍‌ଆର୍‌ସିର ନିର୍ଦ୍ଦେଶ


କଟକ,୫।୧୦: ମୟୁରଭଞ୍ଜ ଜିଲା ସାରସକଣା ଗ୍ରାମର ବିଷ୍ଣୁ ଲୋହାର ନାମକ ଜଣେ ୧୪ ବର୍ଷର ନାବାଳକ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସବୁଦିନ ପାଇଁ ଅକର୍ମଣ୍ୟ ହୋଇ ଯାଇଥିଲେ। ଏହି ଘଟଣାରେ ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି) ୪ଲକ୍ଷ ୫୦ ହଜାର ଟଙ୍କା କ୍ଷତି ପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷତି ପୂରଣ ରାଶି ନାବାଳକଙ୍କ ପରିବାରକୁ ୩ମାସ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଥାଉ କି ୨୦୧୬ ମାର୍ଚ୍ଚ ମାସରେ ସାରସକଣା ଗ୍ରାମରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା। ଏଥିରେ ବିଷ୍ଣୁଙ୍କ ଡାହାଣ ଗୋଡ ଓ ହାତରେ ଆଘାତ ଲାଗିଥିଲା। ଯାହାଫଳରେ ସେ ଅକର୍ମଣ୍ୟ ହୋଇଯାଇଥିଲେ। ଏଥିରେ ବିଦ୍ୟୁତ ବିଭାଗକୁ ଦାୟୀ କରି ଆଡଭୋକେଟ୍‌ ନିଶିକାନ୍ତ ମିଶ୍ର ଓଏଚ୍‌ଆର୍‌ସିଙ୍କ ନିକଟରେ ଏକ ପିିଟିସନ୍‌ ଦାଖଲ କରିଥିଲେ। ଆବେଦନକାରୀ ମିଶ୍ର ଉକ୍ତ ଘଟଣାରେ କ୍ଷତିପୂରଣ ପ୍ରଦାନ ସହ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri