ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଅପହରଣ


କଟକ ଅଫିସ, ୧୩।୯- ଯୋବ୍ରା ଦୁର୍ଗା ଛକରୁ ଜଣେ ଆମ୍ବୁଲାନ୍ସ ଡ୍ରାଇଭର ମଣ୍ଟୁ ନାୟକଙ୍କୁ ବୁଧବାର ସକାଳେ ଏକ କାର୍‌ରେ କେତେକ ଯୁବକ ଅପହରଣ କରି ଚୌଦ୍ୱାର ଚାରିବାଟିଆ ଆଡ଼କୁ ନେଇ ଯାଇଥିଲେ। ଅପହରଣକାରୀ ଯୁବକମାନେ ରାସ୍ତାରେ କାର୍‌ ଭିତରେ ମଣ୍ଟୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଖବରପାଇ ମାଲଗୋଦାମ ଥାନା ପୋଲିସ ଚାରିବାଟିଆରୁ ମଣ୍ଟୁଙ୍କୁ ଉଦ୍ଧାର କରିବା ସହିତ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରିଥିଲା। ଏହି ଅପହରଣରେ ବ୍ୟବହୃତ ଏକ ମାରୁତି ଅଲ୍‌ଟୋ କାର ଓ ଅନ୍ୟ ଏକ ମୋଟରସାଇକେଲକୁ ପୋଲିସ ଜବତ କରିଛି। ଆହତ ମଣ୍ଟୁଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟଚାଲାଣ କରିଥିଲା। କୋର୍ଟ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦେଇଥିବା ଜଣାପଡ଼ିଛି। ମଣ୍ଟୁଙ୍କ ଘର ଜଗତପୁର ଥାନା ଅନ୍ତର୍ଗତ ଲକ୍ଷ୍ମଣପୁର ଆଇବି ରୋଡ୍‌ରେ। ସେ ଏସ୍‌ସିବି ମେଡିକାଲରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଯୋବ୍ରା ଦୁର୍ଗାଛକରେ ମଣ୍ଟୁଙ୍କୁ କେତେଜଣ ଯୁବକ ଅପହରଣ କରି ନେଇଥିଲେ। କାର୍‌ରେ ତାଙ୍କୁ ଜଗତପୁର ଆଡକୁ ନିଆଯାଇଥିଲା। ଏହି କାର୍‌ ପଛରେ ଦୁଇଟି ମୋଟରସାଇକେଲ ମଧ୍ୟ ଯାଉଥିଲା। ଏହି ଖବର ପହଞ୍ଚତ୍ଥିଲା ମଣ୍ଟୁଙ୍କ ସାନଭାଇ ସୌମ୍ୟରଞ୍ଜନଙ୍କ ପାଖରେ। ସେ ତୁରନ୍ତ ମାଲଗୋଦାମ ଥାନାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଆଇଆଇସି ଦେବୀପ୍ରସନ୍ନ ପାତ୍ରଙ୍କ ନେତୃତ୍ୱରେ ଅନ୍ୟ ଅଧିକାରୀମାନେ ମଣ୍ଟୁଙ୍କୁ ଚାରିବାଟିଆରୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଜଗତପୁର ଲକ୍ଷ୍ମଣପୁର ଆଇବି ରୋଡ୍‌ରେ ରହୁଥିବା ରାଜେଶ କୁମାର ନାୟକ, ସନ୍ତୋଷ ନାୟକ, ରବୀନ୍ଦ୍ର ହାତି, ବବୁଲୁ ନାୟକ, ଅନ୍ତର୍ଯ୍ୟାମୀ ନାୟକ, ପିଣ୍ଟୁ ନାୟକ ଓ କାଳନ୍ଦୀ ନାୟକଙ୍କୁ ଗିରଫ କରାଯାଇଥିଲା। ପୋଲିସ ପ୍ରାଥମିକ ତଦନ୍ତ ଅନୁଯାୟୀ ପ୍ରେମ ସମ୍ପର୍କକୁ ନେଇ ଉକ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଅପହରଣ କରାଯାଇଥିବା ଆଇଆଇସି ପାତ୍ର କହିଛନ୍ତି। ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରହିଛି। ମଣ୍ଟୁଙ୍କ ଭାଇ ସୌମ୍ୟରଞ୍ଜନଙ୍କ ଏତଲାକୁ ଭିତ୍ତିକରି ଥାନାାରେ ଏକ ମାମଲା (ନଂ. ୨୦୧/୧୭) ରୁଜୁ ହୋଇଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri