ଭୁବନେଶ୍ୱର, ୩। (ବ୍ୟୁରୋ): ସହରାଞ୍ଚଳରେ କାର୍ଯ୍ୟକାରି ହେଉଥିବା ସମସ୍ତ ଯୋଜନା ମଧ୍ୟରେ ସମନ୍ବୟ ରଖିବା ଉଦ୍ଦେଶ୍ୟରେ ଉନ୍ନତି ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗୁରୁବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‍ଘାଟନ କରିଛନ୍ତି। ଏହାର ଲକ୍ଷ୍ୟ ହେଉଛି ସମସ୍ତ ଯୋଜନାର ସୁଫଳ ଯେଭଳି ଶୀଘ୍ର ରାଜ୍ୟର ସବୁ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ପାରିବ ତାହା ଦେଖିବା। ଏଥିପାଇଁ ୨୯୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଉନ୍ନତି ମାଧ୍ୟମରେ ୧୦୭ଟି ସହରାଞ୍ଚରେ ପାରମ୍ପରିକ ଲାଇଟ୍‍ଗୁଡିକୁ ବଦଳାଇ ଏଲ୍‍ଇଡି ଷ୍ଟ୍ରଟ୍‍ ଲାଇଟ୍‍ ଲଗାଯିବ। ସହରାଞ୍ଚଳ ପ୍ରଶାସନ ଜଳାଶୟ, ଭେଣ୍ଡିଂ ଜୋନ୍‍, ପାର୍କ, କମ୍ୟୁନିଟି ସେଣ୍ଟର ଆଦି ନିର୍ମାଣ କରିବାକୁ ଚାହିଁଲେ ଉକ୍ତ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯିବ। ଏ ନେଇ ରାଜ୍ୟ ସରକାର ଓ ଇଇଏସ୍‍ଏଲ୍‍ ଏବଂ ୧୦୭ଟି ପୌରାଞ୍ଚଳ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସହରାଞ୍ଚଳର ବିକାଶ ଲାଗି ଉନ୍ନତି କାର୍ଯ୍ୟକ୍ରମ ଏକ ଭଲ ପଦକ୍ଷେପ। ଏହା ଦ୍ୱାରା ସହରାଞ୍ଚଳ ଲୋକମାନଙ୍କ ଜୀବନଧାରଣର ମାନ ଉନ୍ନତି ହେବ।

"/>

ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବ ଉନ୍ନତି

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri