ଭୁବନେଶ୍ୱର, ୧୮: ସି-ଶୋର ଚିଟଫଣ୍ଡ ମାମଲାରେ ଗିରଫ ହୋଇଥିବା ମଧ୍ୟସ୍ଥ ଶୁଭଙ୍କର ନାୟକଙ୍କୁ ହାଇକୋର୍ଟ ମଙ୍ଗଳବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ୨ ଲକ୍ଷ ଟଙ୍କା ଓ ୨ଜଣ ଜାମିନଦାରଙ୍କ ବଦଳରେ ଶୁଭଙ୍କର ଜାମିନରେ ଯିବେ ଏଥିସହ କୋର୍ଟ ଶୁଭଙ୍କରଙ୍କୁ ୫ ଲକ୍ଷ ଟଙ୍କା କିମ୍ବା ଏହି ମୂଲ୍ୟର ସମ୍ପତ୍ତି କୋର୍ଟରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରାପ୍ତ ସୂଚନା ଅନୁଯାୟୀ, ସି-ଶୋର କମ୍ପାନୀ ଜମାକାରୀଙ୍କୁ ଅଧିକ ସୁଧ ଦେବାର ଲୋଭ ଦେଖାଇ ହଜାରେ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ କରିଥିଲା ଉକ୍ତ ଟଙ୍କାରେ ସି-ଶୋର କମ୍ପାନୀ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପ୍ରୋଜେ କରିବାକୁ ସରକାରଙ୍କ ସହ ଏମ୍ଓୟୁ ସ୍ବାକ୍ଷର କରିଥିଲା ସରକାର ଓ କମ୍ପନୀ ମୁଖ୍ୟ ପ୍ରଶାନ୍ତ ଦାସଙ୍କ ମଧ୍ୟରେ ଯେଉଁ ସମ୍ପର୍କ ରହିଥିଲା ଓ ଏଥିରେ ଯେଉଁ ସରକାରୀ ବଡ଼ ଅଧିକାରୀମାନେ ସମ୍ପୃକ୍ତ ଥିଲେ ସେମାନଙ୍କ ସହ ଶୁଭଙ୍କର ମଧ୍ୟସ୍ଥତା କରୁଥିଲେ ୨୦୧୫ ମସିହାରେ ଶୁଭଙ୍କରଙ୍କୁ ଖାରବଳେନଗର ଥାନା ଅଞ୍ଚଳରୁ ସିବିଅାଇ ଗିରଫ କରିଥିବା ବେଳେ ତାଙ୍କ ଘରୁ ଏକ ଡାଏରୀ ଜବତ ହୋଇଥିଲା ଯେଉଁଥିରେ ଅାଇପିଏସ୍ ଓ ଅାଇଏଏସ୍ ଅଧିକାରୀଙ୍କ ନାମ ଉଲ୍ଲେଖ ରହିଥିଲା ଏମାନଙ୍କ ମଧ୍ୟରୁ କେତେଜଣ ଅଧିକାରୀଙ୍କୁ ସିବିଅାଇ ପରବର୍ତ୍ତୀ ସମୟରେ ଡାକି ଜେରା ମଧ୍ୟ କରିଥିଲା

"/>

ସି-ଶୋର ଚିଟ୍ଫଣ୍ଡ ଲିଙ୍କ୍: ମଧ୍ୟସ୍ଥ ଶୁଭଙ୍କର ନାୟକଙ୍କୁ ସର୍ତ୍ତମୂଳକ ଜାମିନ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri