ଗଞ୍ଜାମ,୨୧ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ଠାରେ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ଶୈବପୀଠ। ଉକ୍ତ ଶୈବପୀଠର ଉନ୍ନତିକରଣ ନିମନ୍ତେ ସୋମବାର ବଟେଶ୍ୱର ଐତିହ୍ୟ ସଂରକ୍ଷଣ କମିଟିର ଏକ ୫ ଜଣିଆ ପ୍ରତିନିଧି ଦଳ ବିଡିଓ ଅଚ୍ୟୁତାନନ୍ଦ ଯାନୀଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ବିଶେଷକରି ଏନ୍ଆର୍ଇଜିଏସ୍ରେ ଆସୁଥିବା ଟଙ୍କାରେ କିଭଳି ଉନ୍ନତ ରାସ୍ତାଘାଟ ନିର୍ମାଣ ହୋଇ ପାରିବ ସେନେଇ ବିଡିଓଙ୍କ ଆଲୋଚନା କରିଥିଲେ ପ୍ରତିନିଧି ଦଳ। ବିଡିଓଙ୍କ ସହ ଆଲୋଚନା ବେଳେ କମିଟି ଉପଦେଷ୍ଟା ତଥା ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ, କାର୍ଯ୍ୟକାରୀ ସଭାପତି ଶିବ ପ୍ରସାଦ ସ୍ବାଇଁ, ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ ପଲାଇ, କୋଷାଧ୍ୟକ୍ଷ ନିରାକାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।


