ଶ୍ରେଷ୍ଠ ପାଞ୍ଚ: ଐତିହାସିକସ୍ଥଳ

ଇଞ୍ଚୁଡ଼ି

ଇଞ୍ଚୁଡ଼ି

ବାଲେଶ୍ୱର ଜିଲା ଇଞ୍ଚୁଡ଼ି ଏକ ପ୍ରସିଦ୍ଧ ଏତିହାସିକ ସ୍ଥଳୀ। ମହାତ୍ମାଗାନ୍ଧୀଙ୍କ ସତ୍ୟାଗ୍ରହ ଆନ୍ଦୋଳନରେ ଅନୁପ୍ରାଣିତ ହୋଇ ଆଚାର୍ଯ୍ୟ ହରିହରଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା କଟକର ସ୍ବରାଜ୍ୟ ଆଶ୍ରମରୁ ପାଦରେ ଚାଲିଚାଲି ୧୯୩୦ ଏପ୍ରିଲ୍‌ ୧୨ରେ ଇଞ୍ଚୁଡ଼ିରେ ଲୁଣ ମାରିଥିଲେ। ଏଠାରେ ସତ୍ୟାଗ୍ରହୀଙ୍କ ସ୍ମୃତିରେ ଏକ ସ୍ତମ୍ଭ ସ୍ଥାପିତ ହୋଇଛି।

ରକ୍ତତୀର୍ଥ ଇରମ୍‌

ରକ୍ତତୀର୍ଥ ଇରମ୍‌

ଭଦ୍ରକ ଜିଲାର ବାସୁଦେବପୁର ଗ୍ରାମ ନିକଟରେ ରହିଛି ରକ୍ତତୀର୍ଥ ଇରମ୍‌। ଏହାକୁ ଦ୍ୱିତୀୟ ଜାଲିଆନାଓ୍ବାଲାବାଗ୍‌ ମଧ୍ୟ କୁହାଯାଇଥାଏ। ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନ ସମୟରେ ୧୯୪୨ ସେପ୍ଟେମ୍ବର ୨୮ ତାରିଖରେ ୫ ହଜାରରୁ ଅଧିକ ଲୋକ ଇଂରେଜ ସରକାରଙ୍କ ବିରୋଧରେ ଇରମ୍‌ ମେଳଣ ପଡ଼ିଆଠାରେ ଏକତ୍ରିତ ହୋଇଥିଲେ। ସେତେବେଳର ପୋଲି ଡିଏସ୍‌ପି କୁଞ୍ଜବିହାରୀ ମହାନ୍ତି ସମବେତ ଜନତାଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ୨୮ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫୬ ଆହତ ହୋଇଥିଲେ। ଶହୀଦ୍‌ଙ୍କ ସ୍ମୃତିରେ ଏଠାରେ ଏକ ସ୍ତମ୍ଭ ସ୍ଥାପିତ ହୋଇଛି।

ଖୋର୍ଦ୍ଧା

ଖୋର୍ଦ୍ଧା

ଇଂରେଜ ସରକାରଙ୍କ ବିରୋଧରେ ଖୋର୍ଦ୍ଧାର ପାଇକ ବୀର ସଂଗ୍ରାମ କରିଥିଲେ। ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ପାଇକମାନେ ୧୯୧୭ ମସିହାଠାରୁ ନିରନ୍ତର ସଂଗ୍ରାମ ଆରମ୍ଭ କରିଥିଲେ। ଏହାର ୪୦ ବର୍ଷ ପରେ ୧୮୫୭ରେ ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ପାଇକଙ୍କ ବିରୋଧ ଯୋଗୁ ୧୮୨୭ ପର୍ଯ୍ୟନ୍ତ ଇଂରେଜ ସରକାର ଖୋର୍ଦ୍ଧା ଉପରେ ଶାସନ କରିପାରି ନ ଥିଲେ।

କଳାମାଟିଆ

କଳାମାଟିଆ

ବରୀ ଅଞ୍ଚଳର କଳାମାଟିଆ ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରିଥାଏ। ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ୧୯୪୨ ଅଗଷ୍ଟ ୯ରେ ଏଠାରେ କ୍ରାନ୍ତି ଦିବସ ପାଳନ କରାଯାଇଥିଲା। ଇଂରେଜ ସରକାର ଗୋପବନ୍ଧୁ ଚୌଧୁରୀ, ମାଳତି ଚୌଧୁରୀ, ରମା ଦେବୀ, ଅନ୍ନପୂର୍ଣ୍ଣ ମହାରଣା ପ୍ରମୁଖଙ୍କୁ ଗିରଫ କରିଥିଲା।

ତାପଙ୍ଗ ଗଡ଼

ତାପଙ୍ଗ ଗଡ଼

ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ଇଂରେଜ ସରକାରଙ୍କ ବିରୋଧରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟଙ୍କ ନେତୃତ୍ୱରେ ପାଇକମାନେ ବିଦ୍ରୋହ ଆରମ୍ଭ କରିଥିଲେ। ତାପଙ୍ଗର ଦାନ୍ତିମୁଣ୍ଡିଆରେ ଲୁଚି ରହି ପାଇକମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଶିକ୍ଷା କରୁଥିଲେ। ପାଇକ ମୁଖ୍ୟ ବକ୍ସି ଜଗବନ୍ଧୁ ନିଜର ଉପସ୍ଥିତ ବୁଦ୍ଧି ଯୋଗୁ ଇଂରେଜ ସୈନ୍ୟଙ୍କୁ ବିଭିନ୍ନ ଯୁଦ୍ଧରେ ପରାଜିତ କରିଥିଲେ।

Model This Week

ରୂପେଶ