ଶ୍ରେଷ୍ଠ ପାଞ୍ଚ: ରେଳଷ୍ଟେଶନ

ଭୁବନେଶ୍ୱର

ଭୁବନେଶ୍ୱର

ଭୁବନେଶ୍ୱର ରେଳଷ୍ଟେଶନ ହେଉଛି ପୂର୍ବତଟ ରେଲଓ୍ବେର ମୁଖ୍ୟ କାର୍ଯ୍ୟାଳୟ। ୨୦୦୧-୦୨ଠାରୁ ଏହି ଷ୍ଟେଶନ ମଧ୍ୟ ଦେଇ ଯାଉଥିବା ରେଳପଥର ବିଦ୍ୟୁତ୍‌କରଣ କରାଯାଇଛି। ପ୍ରତିଦିନ ଏହି ଷ୍ଟେଶନରୁ ପ୍ରାୟ ୧.୫ ଲକ୍ଷ ଯାତ୍ରୀ ଯିବା ଆସିବା କରିଥାନ୍ତି।

ଖୋର୍ଦ୍ଧା ରୋଡ୍‌

ଖୋର୍ଦ୍ଧା ରୋଡ୍‌

ଖୋର୍ଦ୍ଧା ରୋଡ୍‌ ଜଙ୍କଶନ୍‌ ୧୮୯୭ ଫେବୃୟାରୀ ୧ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା। ଏହି ଜଙ୍କଶନ୍‌ ଦେଇ ଦୈନିକ ହାରାହାରି ୧୭୩ ଟ୍ରେନ୍‌ ଯିବା ଆସିବା କରିଥାନ୍ତି। ପୂର୍ବତଟ ରେଲଓ୍ବେର ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜଙ୍କଶନ୍‌।

କଟକ

କଟକ

କଟକ ରେଳଷ୍ଟେଶନ ପୂର୍ବତଟ ରେଲଓ୍ବେର ଖୋର୍ଦ୍ଧା ଡିଭିଜନ ଦ୍ୱାରା ପରିଚାଳିତ ହୋଇଥାଏ। ଏଠାରେ ଯାତ୍ରୀଙ୍କ ପାଇଁ ବିଶ୍ରାମାଗାର ସମେତ ଅନ୍ୟାନ୍ୟ ସୁବିଧା ରହିଛି। ଏଠାରୁ ଦୈନିକ ହାରାହାରି ୪୦ରୁ ୫୦ ହଜାର ଯାତ୍ରୀ ଯିବା ଆସିବା କରିଥାନ୍ତି।

ସମ୍ବଲପୁର

ସମ୍ବଲପୁର

୧୯୬୦ରେ ଭାରତୀୟ ରେଲଓ୍ବେର ଦଣ୍ଡକାରଣ୍ୟ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ୧୯୮୩ରେ ସମ୍ବଲପୁର-ତାଳଚେର ରେଳ ଲାଇନ୍‌କୁ ଅନୁମୋଦନ ମିଳିଥିଲା। ଏହା ୧୯୯୮ରେ ସମ୍ପୂର୍ଣ୍ଣ ହୋଇଥିଲା। ୨୦୧୨-୧୩ ବଜେଟରେ ଏହି ଷ୍ଟେଶନ ଅନ୍ତର୍ଗତ ଟିଟିଲାଗଡ଼-ସମ୍ବଲପୁର ମାର୍ଗର ବିଦ୍ୟୁତ୍‌ କରଣ ହୋଇଥିଲା। ଏଠାରେ ଯାତ୍ରୀଙ୍କ ସୁବିଧା ପାଇଁ ବିଶ୍ରାମ କକ୍ଷ ରହିଛି। ସପ୍ତାହରେ ୫୬ ଟ୍ରେନ୍‌ ଏହି ପଥ ଦେଇ ଯିବା ଆସିବା କରିଥାଏ। ପ୍ରତିଦିନ ପ୍ରାୟ ୮୦ ହଜାର ଯାତ୍ରୀ ଏହି ଷ୍ଟେଶନ ଦେଇ ଯାତାୟାତ କରିଥାନ୍ତି।

ବ୍ରହ୍ମପୁର

ବ୍ରହ୍ମପୁର

ପୂର୍ବତଟ ରେଲଓ୍ବେ ଖୋର୍ଦ୍ଧା ରୋଡ୍‌ ଡିଭିଜନ ଦ୍ୱାରା ବ୍ରହ୍ମପୁର ରେଳଷ୍ଟେଶନ ପରିଚାଳିତ ହୋଇଥାଏ। ୧୮୯୬ରେ ବ୍ରହ୍ମପୁର ଷ୍ଟେଶନ କାର୍ଯ୍ୟ ଆରମ୍ଭ କରିଥିଲା। ଏହି ପଥ ଦେଇ ରେଳ ଚଳାଚଳ ୧୮୯୯ ଜାନୁୟାରୀ ୧ ତାରିଖଠାରୁ ଆରମ୍ଭ ହୋଇଥିଲା।

Model This Week

ପ୍ରଭାତ