Dharitri News

ଶ୍ରେଷ୍ଠ ପାଞ୍ଚ: ଓଡ଼ିଆ ଅଷ୍ଟମୀ

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

ଭାଦ୍ର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ଜନ୍ମାଷ୍ଟମୀ ବା ଗୋକୁଳାଷ୍ଟମୀ ଭାବେ ପାଳନ କରାଯାଇଥାଏ। ଏହିଦିନ ଶ୍ରୀହରିଙ୍କ ଅବତାରୀ ରୂପ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ଏହା ପରଦିନ ନନ୍ଦୋତ୍ସବ ପାଳିତ ହୋଇଥାଏ। ବୈଷ୍ଣବମାନେ ଭକ୍ତି ସହକାରେ ଏହିଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉପାସନା କରିଥାନ୍ତି।

ରାଧାଷ୍ଟମୀ

ରାଧାଷ୍ଟମୀ

ଭାଦ୍ର ଶୁକ୍ଳପକ୍ଷ ଅଷ୍ଟମୀକୁ ରାଧାଷ୍ଟମୀ ଭାବେ ପାଳନ କରାଯାଇଥାଏ। ଏହି ତିଥିରେ ମାତା ରାଧାରାଣୀ ଜନ୍ମଗ୍ରହଣ କରିଥିଲେ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ଏହିଦିନ ଶ୍ରଦ୍ଧାଳୁ ମାତା ରାଧାରାଣୀ ଓ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉପାସନା କରିଥାନ୍ତି।

ଦୁର୍ଗାଷ୍ଟମୀ

ଦୁର୍ଗାଷ୍ଟମୀ

ଆଶ୍ୱିନ ମାସ ଶୁକ୍ଳପକ୍ଷ ଅଷ୍ଟମୀକୁ ଦୁର୍ଗାଷ୍ଟମୀ ଭାବେ ପାଳନ କରାଯାଇଥାଏ। ନବରାତ୍ରର ଅଷ୍ଟମ ଦିନରେ ମା’ ଜଗଜ୍ଜନନୀ ଚଣ୍ଡ, ମୁଣ୍ଡ ଓ ରକ୍ତବୀର୍ଯ୍ୟ ରାକ୍ଷସଙ୍କୁ ବଧ କରିଥିଲେ। ଏହିଦିନ ଶ୍ରଦ୍ଧାଳୁ ଉପବାସ କରିବା ସହିତ ମା’ ଶକ୍ତି ସ୍ବରୂପାଙ୍କ ଆରାଧନା କରିଥାନ୍ତି।

ଭୀଷ୍ମାଷ୍ଟମୀ

ଭୀଷ୍ମାଷ୍ଟମୀ

ମାଘ ଶୁକ୍ଳ ଅଷ୍ଟମୀକୁ ଭୀଷ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ। ଏହିଦିନ ଗଙ୍ଗାପୁତ୍ର ଭୀଷ୍ମ ଦେହତ୍ୟାଗ କରିଥିଲେ ବୋଲି ମହାଭାରତରେ ବର୍ଣ୍ଣନା କରାଯାଇଛି। ପିତାମହ ଭୀଷ୍ମ ଶରଶଯ୍ୟାରେ ୫୮ ଦିନ ଅପେକ୍ଷା କରି ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ପବିତ୍ର ମୁହୂର୍ତ୍ତରେ ଇଚ୍ଛାମୃତ୍ୟୁ ଗ୍ରହଣ କରିଥିଲେ। ସୂର୍ଯ୍ୟଙ୍କ ଉତ୍ତରାୟଣ ସମୟରେ ଦେହତ୍ୟାଗ କଲେ ପ୍ରାଣୀର ସ୍ବର୍ଗ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

କାଳାଷ୍ଟମୀ

କାଳାଷ୍ଟମୀ

ପ୍ରତିମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀଭୈରବଙ୍କ ଉପାସନା କରାଯାଇଥାଏ। ଏହି ତିଥିକୁ କାଳାଷ୍ଟମୀ କୁହାଯାଏ। ଶ୍ରଦ୍ଧାଳୁ ଏହି ଅବସରରେ ପ୍ରଭୁ ଭୋଳାଶଙ୍କରଙ୍କ କାଳଭୈରବ ରୂପକୁ ପୂଜାର୍ଚ୍ଚନା କରନ୍ତି। ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀକୁ ପ୍ରଭୁ କାଳଭୈରବ ଜୟନ୍ତୀ ଭାବେ ପାଳନ କରାଯାଇଥାଏ।