ଶ୍ରେଷ୍ଠ ପାଞ୍ଚ: ଓଡ଼ିଆ ଏକାଦଶୀ

କାମଦା ଏକାଦଶୀ

କାମଦା ଏକାଦଶୀ

ଚୈତ୍ର ଶୁକ୍ଳପକ୍ଷ ଏକାଦଶୀକୁ କାମଦା ଏକାଦଶୀ କୁହାଯାଇଥାଏ। ପାଣ୍ଡବ ଶ୍ରେଷ୍ଠ ଯୁଧିଷ୍ଠିରଙ୍କୁ ପ୍ରଭୁ ଶ୍ରୀକୃଷ୍ଣ ଏହି ବ୍ରତ ସମ୍ପର୍କରେ କହିଥିଲେ ବୋଲି ବରାହ ପୁରାଣରେ ବର୍ଣ୍ଣିତ ହୋଇଛି। ମହିର୍ଷି ବଶିଷ୍ଠ ଏହି ଏକାଦଶୀର ମହିମା ସମ୍ପର୍କରେ ରାଜା ଦିଲୀପଙ୍କୁ ସୂଚିତ କରିଥିଲେ। କାମଦା ଏକାଦଶୀରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ପୂଜା କରାଯାଇଥାଏ।

ନିର୍ଜଳା ଏକାଦଶୀ

ନିର୍ଜଳା ଏକାଦଶୀ

ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀକୁ ନିର୍ଜଳା ଏକାଦଶୀ କୁହାଯାଇଥାଏ। ଶ୍ରଦ୍ଧାଳୁ ଏହି ଦିନ ନିର୍ଜଳ ଉପବାସ କରିଥାନ୍ତି। ରାତିରେ ଶ୍ରୀହରିଙ୍କ ନାମ ସ୍ମରଣ କରି ଫଳାଦି ଗ୍ରହଣ କରିଥାନ୍ତି। ଏହାକୁ ପାଣ୍ଡବ ଭୀମ ଏକାଦଶୀ ବା ଭୀମ ଏକାଦଶୀ ମଧ୍ୟ କୁହାଯାଇଥାଏ। ଏହି ଏକାଦଶୀ ମହିମା ସମ୍ପର୍କରେ ବ୍ରହ୍ମ ବୈବର୍ତ୍ତ ପୁରାଣରେ ବିଶଦ ଭାବେ ବର୍ଣ୍ଣନା କରାଯାଇଛି।

ଦେବଶୟନ ଏକାଦଶୀ

ଦେବଶୟନ ଏକାଦଶୀ

ଆଷାଢ଼ ଶୁକ୍ଳ ଏକାଦଶୀକୁ ଦେବଶୟନ ଏକାଦଶୀ ବା ଶୟନୀ ଏକାଦଶୀ କୁହାଯାଇଥାଏ। କେହି କେହି ଏହାକୁ ଆଷାଢ଼ୀ ଏକାଦଶୀ କହୁଥିବାବେଳେ ତେଲୁଗୁ ଭାଷାରେ ଏହାକୁ ତୋଲି ଏକାଦଶୀ କୁହାଯାଇଥାଏ। ଏହିଦିନଠାରୁ ପ୍ରଭୁ ଶ୍ରୀନାରାୟଣ କ୍ଷୀର ସାଗରରେ ଅନନ୍ତନାଗଙ୍କ ଉପରେ ଶୟନ କରିଥାନ୍ତି। ଦେବଶୟନ ଏକାଦଶୀଠାରୁ ଶ୍ରୀବିଷ୍ଣୁ ଚତୁର୍ମାସ୍ୟାର ଚାରିମାସ ଶୟନ ଅବସ୍ଥାରେ ରହିଥାନ୍ତି।

ହରି ଉତ୍ଥାପନ ଏକାଦଶୀ

ହରି ଉତ୍ଥାପନ ଏକାଦଶୀ

କାର୍ତ୍ତିକ ଶୁକ୍ଲ ପକ୍ଷ ଏକାଦଶୀକୁ ହରି ଉତ୍ଥାପନ ଏକାଦଶୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୁ ଶ୍ରୀହରି କ୍ଷୀର ସାଗରର ଅନନ୍ତ ଶୟନରୁ ଉଠିଥାନ୍ତି। ଏହାକୁ ପ୍ରବୋଧିନୀ ଏକାଦଶୀ ବା ଦେବୋତ୍ଥାନ ଏକାଦଶୀ ମଧ୍ୟ କୁହାଯାଇଥାଏ।

ମୋକ୍ଷଦା ଏକାଦଶୀ

ମୋକ୍ଷଦା ଏକାଦଶୀ

ମାର୍ଗଶିର ଶୁକ୍ଳପକ୍ଷକୁ ମୋକ୍ଷଦା ଏକାଦଶୀ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣ ପାଣ୍ଡବ ବୀର ଅର୍ଜୁନଙ୍କୁ ଶ୍ରୀମଦ୍‌ ଭଗବତ୍‌ ଗୀତା ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ। ପ୍ରାଣୀ କିପରି ଜୀବଦଶାରୁ ମୋକ୍ଷ ଲାଭ କରିବ ତାହା ଶ୍ରୀହରି ବର୍ଣ୍ଣନା କରିଥିଲେ। ଶ୍ରଦ୍ଧାଳୁ ଏହି ଦିନ ମୋକ୍ଷପ୍ରାପ୍ତି ପାଇଁ ଶ୍ରୀହରିଙ୍କ ଉପାସନା କରିଥାନ୍ତି।

Model This Week

Model This Week