ଶ୍ରେଷ୍ଠ ପାଞ୍ଚ: ଓଡ଼ିଆ ପୂର୍ଣ୍ଣିମା

ଅଗିରା ପୂର୍ଣ୍ଣିମା

ଅଗିରା ପୂର୍ଣ୍ଣିମା

ମାଘ ପୂର୍ଣ୍ଣିମାକୁ ଅଗିରା ପୂର୍ଣ୍ଣମା ବା ଅଗ୍ନିତ୍ସୋବ ପୂର୍ଣ୍ଣିମା କୁହାଯାଇଥାଏ। ଏହା ପ୍ରାୟତଃ ଜାନୁୟାରୀ କିମ୍ବା ଫେବୃୟାରୀ ମାସରେ ପଡ଼ିଥାଏ। ଏହି ସମୟରେ ଚାଷକାମ ପ୍ରାୟତଃ ସରିଯାଇଥାଏ। ଢେଙ୍କାନାଳ ଯୋରନ୍ଦା ଅଲେଖ ମହିମା ମନ୍ଦିରଠାରେ ଏହି ଅବସରରେ ମେଳା ହୋଇଥାଏ।

ଦୋଳପୂର୍ଣ୍ଣିମା

ଦୋଳପୂର୍ଣ୍ଣିମା

ଫାଲଗୁନ୍‌ ମାସ ପୂର୍ଣ୍ଣିମାକୁ ଦୋଳ ପୂର୍ଣ୍ଣିମା କୁହାଯାଇଥାଏ। ଏହି ଅବସରରେ ଫାଲଗୁନ୍‌ ଦଶମୀଠାରୁ ଦୋଳଯାତ୍ରା ପାଳିତ ହୋଇଥାଏ। ବିମାନରେ ବସି ଠାକୁର ଘରଘର ବୁଲି ଭୋଗ ଖାଇଥାନ୍ତି। ଦୋଳ ପୂର୍ଣ୍ଣମା ପରଦିନ ହୋଲି ପର୍ବ ପାଳିତ ହୋଇଥାଏ। ପୁରୀ ଶ୍ରୀମନ୍ଦିରରେ ଏହି ଅବସରରେ ଶ୍ରୀଜୀଉଙ୍କର ସୁନାବେଶ ହୋଇଥାଏ।

ସ୍ନାନ ପୂର୍ଣ୍ଣିମା

ସ୍ନାନ ପୂର୍ଣ୍ଣିମା

ଜ୍ୟେଷ୍ଠ ପୂର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ଏହି ଦିନ ୧୦୮ ଗରା ପବିତ୍ର ଜଳରେ ଶ୍ରୀଜୀଉଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଥାଏ। ଏହି ଅବସରରେ ସ୍ନାନ ମଣ୍ଡପରେ ଶ୍ରୀଜୀଉଙ୍କ ଗଜାନନ ବେଶ ବା ହାତୀବେଶ ହୋଇଥାଏ। ଏହାପରେ ଶ୍ରୀଜୀଉଙ୍କ ଅଣସର ନୀତି ଆରମ୍ଭ ହୋଇଥାଏ।

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣିମା

ଆଶ୍ୱିନ ମାସ ପୂର୍ଣ୍ଣିମାକୁ କୁମାର ପୂର୍ଣ୍ଣିମା ଭାବେ ପାଳନ କରାଯାଇଥାଏ। ସୁନ୍ଦର ବର ପାଇଁ ଏହି ଅବସରରେ ଅବିବାହିତା ଝିଅମାନେ ଜହ୍ନିଓଷା ଓ ଚାନ୍ଦ ପୂଜା କରିଥାନ୍ତି। ଏହି ଦିନ ଧନପ୍ରଦାୟିନୀ ମାତା ଗଜଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। କେତେକ ସ୍ଥାନରେ ଏହିଦିନ ଜୁଆଖେଳ ମଧ୍ୟ ହୋଇଥାଏ।

ପୌଷ ପୂର୍ଣ୍ଣିମା

ପୌଷ ପୂର୍ଣ୍ଣିମା

ପୌଷ ମାସ ପୂର୍ଣ୍ଣିମାକୁ ପୌଷ ପୂର୍ଣ୍ଣିମା କୁହାଯାଇଥାଏ। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ପୁଷ୍ୟାଭିଷେକ ନୀତି ସମ୍ପନ୍ନ ହୋଇଥାଏ। ଏହା ପରଦିନ ଗଜପତିଙ୍କ ରାଜ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ରତ୍ନବେଦିରେ ଶ୍ରୀଜୀଉଙ୍କର ସୁନାବେଶ ହୋଇଥାଏ। ଏହିଦିନ ଗଙ୍ଗା ସ୍ନାନକଲେ ପାପ ନଷ୍ଟ ହେବା ସହିତ ପୂଣ୍ୟ ଲାଭ ହୋଇଥାଏ। ଏହିଦିନ ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଉପାସନା କରାଯାଇଥାଏ।

Model This Week

ରୂପେଶ